1. କୃଷି ପ୍ରଶିକ୍ଷଣ

ଖାଦ୍ୟ ରେ ଅଶୁଦ୍ଧତା ର ଯାଞ୍ଚ !

ଖାଦ୍ୟ ରେ ଅଶୁଦ୍ଧତା ର ଯାଞ୍ଚ !

KJ Staff
KJ Staff

ନିଜ ଘରେ କରିପାରିବେ ପରୀକ୍ଷା …
ତତ୍କ୍ଷଣାତ ଜଣାନ୍ତୁ ଖାଦ୍ୟ ଶୁଦ୍ଧ ବା ଅଶୁଦ୍ଧ !

ବର୍ତମାନ ସମୟରେ ହାରାହାରି ସମସ୍ତ ପ୍ରକାର ଖାଦ୍ୟ ପଦାର୍ଥ କୁତ୍ରିମ ଭାବେ ପ୍ରସ୍ତୁତ କରାଯାଉଛି ବା ସେଥିରେ ଅହିତକାରୀ ଅଶୁଦ୍ଧତା ଦେଖିବାକୁ ମିଳୁଛି |ପ୍ଲାଷ୍ଟିକ କ୍ଷୀର ,ପନିର ଏପରିକି ପ୍ଲାଷ୍ଟିକ ଅଣ୍ଡା ବାଜାଜରେ ଉପଲବ୍ଧ ହେବାର ର ଦୃଶ୍ୟ ବହୁ ବାର ସୋସିଆଲ ମେଡିଆ ରେ ଚାଞ୍ଚଲ୍ୟ ସୃଷ୍ଟି କରିଥାଏ |ସୋରିଷ ବଦଳରେ ରାଶି ତେଲ ର ବିକ୍ରି କଥା ମଧ୍ୟ ଆପଣ ନିଶ୍ଚିନ୍ତ ଶୁଣିଥିବେ |

ତେବେ ଏନେଇ ଫୁଡ ସେଫଟି ଓ ଷ୍ଟାଣ୍ଡାର୍ଡ ଅଥରିଟି ଅଫ ଇଣ୍ଡିଆ ଏକ ବିଶେଷ ଯନ୍ତ୍ର ର ଉଦ୍ଭାବନ କରିଛନ୍ତି ଯାହା ତତ୍କ୍ଷଣାତ ଖାଦ୍ୟ ରେ ଥିବା ଅଶୁଦ୍ଧତା ବିଷୟରେ ଆପଣଙ୍କୁ ସୂଚନା ଦେଇପାରିବେ |ଏହାକୁ ରା଼ଫ୍ଟ ବା ରା଼ପୀଡ଼ ଆନାଲିଟିକାଲ ଫୁଡ ଟେଷ୍ଟିଙ୍ଗ ଯନ୍ତ୍ର ବୋଲି କୁହାଯାଉଛି |
"ଏହି ନୂତନ କୀଟ ,ଖାଦ୍ୟ ଇନ୍ସପେକ୍ଟର ମାନଙ୍କର କାର୍ଯ୍ୟ କୁ ମଧ୍ୟ ଲାଘବ ଦେବା ସାଙ୍ଗରେ ବାରମ୍ବାର ଖାଦ୍ୟ କୁ କୌଣସି ପରୀକ୍ଷା ପାଇଁ ଲ୍ୟାବ କୁ ପଠାଇବାକୁ ପଡିବ ନାହିଁ ବରଂ ସେହି ମୁହୁର୍ତରେ ଖାଦ୍ୟ ର ଅଶୁଦ୍ଧତା କୁ ଯାଞ୍ଚ କରି ଫଳାଫଳ ମିଳିପାରିବ "ବୋଲି କହିଛନ୍ତି ଏଫ.ଏସ.ଏସ.ଏ.ଆଇ ର ଅଧିକାରୀ |

ଏହା ବ୍ୟତୀତ ଏହିପରି ଅଧିକ କୀଟ ବା ପ୍ରଯୁକ୍ତି ବିଦ୍ୟା ର ନିର୍ମାଣ ଲାଗି ସେ ବିଭିନ୍ନ ଉଦ୍ୟୋଗ ରୁ ଆବେଦନ ପତ୍ର ମଧ୍ୟ ଆମନ୍ତ୍ରିତ କରିଛନ୍ତି |
ଜଏଣ୍ଟ କମିଶନର ,ଶୈଳେଶ ଯାଦବ କହିଛନ୍ତି କେ ଏହି କୀଟ ଦ୍ୱାରା ତୁରନ୍ତ ଫଳାଫଳ ମିଳିବ ସାଙ୍ଗରେ ଏହା ସାଧାରଣ ଗ୍ରାହକ ଙ୍କ ଲାଗି ମଧ୍ୟ ବେଶ ଉପକାରୀ ସାବ୍ୟସ୍ତ ହେବ|ଏହି କୀଟ ବିଭିନ୍ନ ଖାଦ୍ୟ ପଦାର୍ଥ ଯଥା ଅଣ୍ଡା ,ଖାଇବା ତେଲ ,କ୍ଷୀର ଇତ୍ୟାଦି ଖାଦ୍ୟ ର ଅଶୁଦ୍ଧତା କୁ ତତ୍କ୍ଷଣାତ ଯାଞ୍ଚ କରିପାରିବ |

ପର୍ବ ପର୍ବାଣି ମାନଙ୍କର ମିଠା ଖାଦ୍ୟ ର ଅଧିକ ଚାହିଦା ରହିଥିବାରୁ ବିଶେଷ କରି ଖୋୟା ବା ମାୱା ରେ ସର୍ବାଧିକ ଅଶୁଦ୍ଧତା ଦେଖିବାକୁ ମିଳିଥାଏ |ଏହି କୀଟ ବା ଯନ୍ତ୍ର ଦ୍ୱାରା ଗ୍ରାହକ ମାନେ ସେହିଠାରେ ସଂଗେ ସଂଗେ ଜାଣିପାରିବେ କି ଖାଦ୍ୟ ଖୋୟା ଶୁଦ୍ଧ ବା ଅଶୁଦ୍ଧ ବୋଲି ସେ ମତ ଦେଇଥିଲେ|

 

Like this article?

Hey! I am KJ Staff. Did you liked this article and have suggestions to improve this article? Mail me your suggestions and feedback.

Share your comments