1. କୃଷି ପ୍ରଶିକ୍ଷଣ

ଅନୁପଯୋଗୀ ଜମି ରେ ଚାଷ !

ଅନୁପଯୋଗୀ ଜମି ରେ ଚାଷ !

KJ Staff
KJ Staff

ପ୍ରତିକୂଳ ଜଳବାୟୁ ,ଜମି ର ଉପର ସ୍ତର ର ମାଟି ଧୋଇ ହୋଇଯିବା ,ନିମ୍ନମାନର ଜଳ ଦ୍ୱାରା ଜଳସେଚନ ,ବାତ୍ୟା ମରୁଡି ,ବନ୍ୟା ଇତ୍ୟାଦି ବିଭିନ୍ନ କାରଣରୁ ଜମି ଚାଷ ଅନୁପଯୋଗୀ ହୋଇଥାଏ |ବର୍ତମାନ ଏହା କେବଳ ଆମ ଦେଶ ରେ ନୁହେଁ ବରଂ ବିଶ୍ୱ ରେ ଏକ ବଡ ସମସ୍ୟା ରୂପେ ଉଭା ହୋଇଛି |ଏହା ମଧ୍ୟ ପ୍ରତେକ୍ଷ ଏବଂ ପରୋକ୍ଷ ଭାବେ ଜୈବ ବିବିଧତା ,ପରିବେଶ ସନ୍ତୁଳନ ,ଦେଶରେ ତଥା ବ୍ୟକ୍ତିବିଶେଷର ସାମାଜିକ ତଥା ଆର୍ଥିକ ଅଭିବୃଦ୍ଧି ଉପରେ ପ୍ରଭାବ ପକାଇଥାଏ |

କିଛି ଚାଷ ଅନୁପଯୋଗୀ ଜମିକୁ ଜୈବିକ ଓ ରାସାୟନିକ ମୃତ୍ତିକା ଶୋଧକ ପ୍ରୟୋଗ ଦ୍ୱାରା ଚାଷ ଉପଯୋଗୀ କରାଯାଇପାରେ |କିନ୍ତୁ କିଛି ଚାଷ ଜମିକୁ ଶୋଧକ କରି ପୂର୍ବାବସ୍ଥାକୁ ଫେରାଇ ଆଣିବା ସମ୍ଭବପର ହୋଇନଥାଏ |ତେଣୁ ଏଭଳି ସ୍ଥିତି ରେ କେଉଁ ପ୍ରଜାତି ର ଗଛ ଭଲଭାବେ ବଢ଼ିପାରିବ ତାହା ନିର୍ଣ୍ଣୟ କରିବା ନିତ୍ୟାନ୍ତ ଆବଶ୍ୟକ |ଅନେକ ଗବେଷଣା ରୁ ଜଣାପଡିଛି ଯେ ଏମିତି କିଛି ଔଷଧୀୟ ଓ ସୁଗନ୍ଧିଆ ବୃକ୍ଷ ରହିଛି ଯେଉଁ ଗୁଡିକ ଏପରି ପତିତ ଜମିରେ ମଧ୍ୟ ଭଲ ଭାବେ ବଢିପାରେ |ଏହି ପ୍ରକାର ଗଛ ସବୁ ମାଟି ର ଗୁଣ ବୃଦ୍ଧି କରିବା ସାଙ୍ଗେ ସାଙ୍ଗେ ଦେଶରେ ତଥା ବିଦେଶ କୁ ରଫ୍ତାନି କରି ଭଲ ଆୟ ହାସଲ କରିବାର ସହାୟକ ହୋଇଥାଏ |

ଏହି ପରି ଜମି ରେ ଚାଷ କରାଯାଇପାରୁଥିବା କେତୋଟି ଔଷଧୀୟ ଏବଂ ସୁଗନ୍ଧିତ ବୃକ୍ଷ ଗୁଡିକ ହେଉଛି ଘି କାଉଁରୀ ,କାଲ ମେଘ ,ଶତାବରୀ ,ସୁନାମୁଖି ,ଅନ୍ତମୂଳ ,ଭୁଈଂଅଁଳା ,ଇସବଗୁଲ, ସର୍ପଗନ୍ଧା ,ଅଶ୍ଵଗନ୍ଧା |ଏହି ସବୁ ବୃକ୍ଷଗୁଡିକ ଯେକୌଣସି ପ୍ରକାର ର ଅନୁର୍ବର ତଥା ଫସଲ ଅନୁପଯୋଗୀ ଜମି ଯଥା -ଅମ୍ଳୀୟ ମାଟି ,କ୍ଷାର ମାଟି ,ଲବଣ ମାଟି , ଶୁଷ୍କ ଜଳକ୍ଲିଷ୍ଟ ଜମି ଇତ୍ୟାଦିରେ ଚାଷ କରାଯାଇପାରିବ |ବିକାଶଶୀଳ ରାଷ୍ଟ୍ରମାନଙ୍କରେ ଆଜି ମଧ୍ୟ ପାରମ୍ପରିକ ଔଷଧୀୟ ବ୍ୟବସ୍ଥାକୁ ଗ୍ରହଣ କରିଛନ୍ତି |ଏହି ସବୁ ବୃକ୍ଷ ଗୁଡିକ ର ପଶୁ ଚିକିତ୍ସା ବିଜ୍ଞାନ କ୍ଷେତ୍ର ରେମଧ୍ୟ ଅନେକ ଅବଦାନ ରହିଛି |ଶିଳ୍ପବହୁଳ ଦେଶ ମାନଙ୍କରେ ବିଭିନ୍ନ ପ୍ରକାର ର ପ୍ରାକୃତିକ ଔଷଧୀୟ ପ୍ରସ୍ତୁତି ରେଏହି ସବୁ ବୃକ୍ଷ ର ବିଭିନ୍ନ ଅଂଶ ବ୍ୟବହୃତ ହୁଏ |
ଏହା ଅନେକ ଗୁଡିଏ ପ୍ରସାଧନ ସାମଗ୍ରୀ ପ୍ରସ୍ତୁତିରେ ମଧ୍ୟ ବ୍ୟବହୃତ ହୋଇଥାଏ |ଏସବୁ ଔଷଧୀୟ ବୃକ୍ଷ ମୁଖ୍ୟତ ଶିଳ୍ପ ତଥା ସ୍ୱାଦ ଓ ବାସ୍ନା ସମ୍ପର୍କିତ ଶିଳ୍ପରେ ବ୍ୟବହୃତ ହୁଏ |

ତେଣୁ ଏହି ଭଳି ଉପଯୋଗୀ ବୃକ୍ଷ ଗୁଡିକ ଫସଲ ଅନୁପଯୋଗୀ ଜମିଗୁଡିକରେ ଲଗାଇଲେ ସଙ୍ଗେ ସଙ୍ଗେ ଅଧିକ ଅମଳ ଦେବା ସହ ଆୟ ବଢ଼ିବାରେ ସହାୟକ ହୋଇପାରିବ |ଗବେଷଣା ରୁ ଜଣାପଡିଛି ଏହିସବୁ ଗଛ ଗୁଡିକୁ ଚାଷ କରିବା ଦ୍ୱାରା ଜମିର ମାନ ମଧ୍ୟ ଧୀରେ ଧୀରେ ବଢ଼ିବାରେ ଲାଗିଛି |ଏଗୁଡିକ ଅନ୍ୟ କୌଣସି ଚାଷ କୁ ପ୍ରଭାବିତ ନକରି ଚାଷୀ ର ଆର୍ଥିକ ମେରୁଦଣ୍ଡ ସୁଦୃଢ କରିବାରେ ସହାୟକ ହୋଇଥାଏ |ଏଗୁଡିକ ଚାଷ ଅନୁପଯୋଗୀ ଅଥବା ଖାଲି ପଡିଥିବା ଜମିରେ ଚାଷ କରିବା ଦ୍ୱାରା ପ୍ରାକୃତିକ ସମ୍ପଦ ସୁରକ୍ଷା ସହିତ ଜମିରେ ସମନିତ୍ବ ପରିଚାଳନା ମଧ୍ୟ ହୋଇପାରିବ |


-ଡଃ ଅନ୍ତର୍ଯ୍ୟାମୀ ମିଶ୍ର ,ଅଧ୍ୟାପକ ମୃତିକା ଓ କୃଷି ରସାୟନ ବିଭାଗ ,ଓୟୁଏଟି ,
ପ୍ରଭାକିରନ ଦାସ  ,ପି.ଏଚ.ଡି ଛାତ୍ରୀ

Like this article?

Hey! I am KJ Staff. Did you liked this article and have suggestions to improve this article? Mail me your suggestions and feedback.

Share your comments