1. କୃଷି ପ୍ରଶିକ୍ଷଣ

ଅମୃତଭଣ୍ଡା ର ପତ୍ର!ଡେଙ୍ଗୁ ର ସହଜ ଉପଚାର !

ଅମୃତଭଣ୍ଡା ର ପତ୍ର!ଡେଙ୍ଗୁ ର ସହଜ ଉପଚାର !

KJ Staff
KJ Staff

ଅମୃତ ଭଣ୍ଡା ର ଔଷଧୀୟ ଗୁଣ ଏବଂ ଉପାଦେୟତା ହେଟା ଆପଣ ଜାଣିଥିବେ ହେଲେ ଏହାର ପତ୍ର ଆପଣଙ୍କ ଶରୀର ଲାଗି କେତେ ହିତକାରୀ ତାହା ଜାଣିଛନ୍ତି କି ?ବର୍ତମାନ ବଢୁଥିବା ଡେଙ୍ଗୁ ରୋଗ ର ସମସ୍ୟା ର ଏହା ଏକ ଅନ୍ୟତମ ଓ ସହଜ ଉପଚାର |
ଦି.କେ ପବ୍ଲିସିଙ୍ଗ ହାଉସ ଦ୍ୱାରା ପ୍ରକାଶିତ ପୁସ୍ତିକା "ହିଲିଙ୍ଗ ଫୂଡ୍ସ " ଅନୁଯାୟୀ ଅମୃତ ଭଣ୍ଡା ଗଛ ରେ କବକ ଓ କୀଟାଣୁ ପ୍ରତିରୋଧକ କ୍ଷମତା ଭରି ରହିଛି ତେଣୁ ଏହି ଗଛ ର ହାରାହାରି ସମସ୍ତ ଅଙ୍ଗ ବେଶ ଉପକାରୀ |ଏହାର ଫଳ ରେ ଅତ୍ୟଧିକ ଭିଟାମିନ ଇ ଓ ସି ଥିଲା ବେଳେ ଏହାର ମଞ୍ଜି ରେ ଅଧିକ ଫ୍ୟାଟି ଏସିଡ ଏବଂ ତେଲ କୁ ଲଙ୍କା ମରିଚ ପରି ମସଲା ଭାବେ ବ୍ୟବହାର କରିହେବ |

ପତ୍ର ର କେତୋଟି ଉପକାରିତା :

୧)ଡେଙ୍ଗୁ ଜ୍ୱର ର ଉପଚାର :

ଏହି ରୋଗ ରେ ଦେଶବ୍ୟାପୀ ହାରାହାରି ୫୦୦୦ ବ୍ୟକ୍ତି ପ୍ରତି ବର୍ଷ ମୃତ୍ୟୁବରଣ କରିଥାନ୍ତି |ସବୁଠାରୁ ଗୁରୁତ୍ୱପୂର୍ଣ ତଥ୍ୟ ହେଲା ଯେ ଏହାର କୌଣସି ସ୍ୱତନ୍ତ୍ର ମେଡ଼ିସିନ ନାହିଁ |ଏହି ଭୁତାଣୁ ଏଡିସ ମାସ କାମୁଡ଼ିବାରୁ ବ୍ୟାପିଥାଏ ଏବଂ ରୋଗ ହେଲେ ରକ୍ତରେ ପ୍ଲେଟଲେଟ ମାତ୍ରା ଖୁବ ଶୀଘ୍ର ହ୍ରାସ ହେବାକୁ ଲାଗିଥାଏ |ଏହା ଏତେ ମାତ୍ରା ରେ ହ୍ରାସ ପାଇଯାଏ ଯେ ଶରୀର ର ସମସ୍ତ ଅଙ୍ଗ ରେ ଅକସ୍ମାତ ରକ୍ତସ୍ରାବ ଆରମ୍ଭ ହୋଇଯାଏ ଏବଂ ରୋଗୀ ମୃତ୍ୟୁବରଣ କରିଥାଏ | ତେଣୁ ଏହି ରୋଗ ହେଲେ ପ୍ଲେଟଲେଟ ମାତ୍ରା ସଠିକ ପରିଚାଳନା କରିବା ଅତି ଆବଶ୍ୟକ ହୋଇପଡେ ଏବଂ ଏହି କାର୍ଯ୍ୟ ରେ ମୁଖ୍ୟ ଭାବେ ସହାୟକ ହୋଇଥାଏ ଅମୃତଭଣ୍ଡା ପତ୍ର |

୨)ମେଲେରିଆ ପ୍ରତିରୋଧକ ଗୁଣ :

ଅକ୍ଟୋଯେଣିନ ଥିବାରୁ ଏହା ଡେଙ୍ଗୁପରି ମେଲେରିଆ ରୁ ମଧ୍ୟ ପ୍ରତିରୋଧ କରିବାରେ ବେଶ ସହାୟକ ହୋଇଥାଏ |

୩)ସୁସ୍ଥ ଲିଭର ଲାଗି :

ଲିଭର ସିରକୋଶିଶ ,ଜଣ୍ଡିସ ପରି ଭୟଙ୍କର ରୋଗ ଏବଂ ଏକ ସୁସ୍ଥ ଲିଭର ଓ ତାର ସୁରକ୍ଷା ଲାଗି ନିୟମିତ ଅମୃତ ଭଣ୍ଡା ପତ୍ର ର ରସ ପାନ କରନ୍ତୁ |୧ ଗ୍ଲାସ ରସ ଆପଣଙ୍କୁ ଏହି ସମସ୍ତ ସମସ୍ୟା ରୁ ସୁରକ୍ଷା ଦେବ|

୪)ଖାଦ୍ୟ ହଜମ:

ପ୍ୟାପେନ ନାମକ ଏକ ରାସାୟନିକ ପଦାର୍ଥ ଥିବାରୁ ଏହା ଆପଣଙ୍କ ଖାଦ୍ୟ ହଜମ କରିବାରେ ସହାୟକ ହେବା ସାଙ୍ଗରେ ଅର୍ଶ ,ପାଇଲସ ପରି ସମସ୍ୟା ର ଉପଚାର ମଧ୍ୟ କରିଥାଏ |

୫)ଋତୁସ୍ରାବ ନିୟନ୍ତ୍ରଣ :

ଯଦି ଆପଣ ମଧ୍ୟ ଋତୁସ୍ରାବ ଯନ୍ତ୍ରଣା କୁ ନେଇ ବିଚଳିତ ଅଛନ୍ତି ତେବେ ଏହାର ସବୁଠାରୁ ଭଲ ଉପଚାର ଅମୃତ ଭଣ୍ଡା ପତ୍ର |ଏହାକୁ ବାଟି ପିଅନ୍ତୁ ଏବଂ ଏହି ସମସ୍ୟା ର ଉପଚାର କରନ୍ତୁ |

 

Like this article?

Hey! I am KJ Staff. Did you liked this article and have suggestions to improve this article? Mail me your suggestions and feedback.

Share your comments