1. କୃଷି ପ୍ରଶିକ୍ଷଣ

ଚାକୀରିଆଙ୍କୁ ବଡ ଫାଇଦା: ବଦଳିବ PhDର ଏହି ନିୟମ

ସମସ୍ତେ ଶିକ୍ଷା ହେଉ କି ଚାକିରୀ କ୍ଷେତ୍ର ସବୁଠି ଆଗରେ ରହିବା ପାଇଁ ନିଜ ନିଜ ଚେଷ୍ଟା ଜାରି ରଖିଛନ୍ତି l ତେବେ ଶିକ୍ଷା କ୍ଷେତ୍ରକୁ ସହଜ କରୁଛନ୍ତି ଶିକ୍ଷା ବିଭାଗ l

Tanushree Mahapatra
Tanushree Mahapatra
Phd rule is going to be changed , image soure - pexels.com

Phd rule is going to be changed , image soure - pexels.com

ସମସ୍ତେ ଶିକ୍ଷା ହେଉ କି ଚାକିରୀ କ୍ଷେତ୍ର ସବୁଠି ଆଗରେ ରହିବା ପାଇଁ ନିଜ ନିଜ ଚେଷ୍ଟା ଜାରି ରଖିଛନ୍ତି l ତେବେ ଶିକ୍ଷା କ୍ଷେତ୍ରକୁ ସହଜ କରୁଛନ୍ତି ଶିକ୍ଷା ବିଭାଗ l ଶିକ୍ଷା ସହଜ ହେଉଥିବାବେଳେ ପ୍ରତିଯୋଗିତା ମଧ୍ୟ ବଢିଛି ଏହାରି ଭିତରେ l କେନ୍ଦ୍ର ହେଉ କି ରାଜ୍ୟ ଶିକ୍ଷା ବିଭାଗ ଚାକିରୀ କ୍ଷେତ୍ରରେ ନୂଆ ନୂଆ ସୁଯୋଗ ସୃଷ୍ଟି କରୁଛନ୍ତି ଯାହାପାଇଁ ବେକାରୀ ସଂଖ୍ୟା ବି କମିବାରେ ଲାଗିଛି ଦେଶରେ l

ଏବେ ଦେଶରେ ନୂଆ ରାଷ୍ଟ୍ରୀୟ ଶିକ୍ଷାନୀତି ଲାଗୁ ହେବା ପରେ  ଉଚ୍ଚଶିକ୍ଷାରେ ମଧ୍ୟ କିଛି ବଡ ପରିବର୍ତ୍ତନ ଦେଖିବାକୁ ମିଳିବ ବୋଲି ଅସହ କରାଯାଉଛି ।

ୟୁନିଭର୍ସିଟି ଗ୍ରାଣ୍ଟ କମିଶନ୍ ତଥା UGC  ତରଫରୁ କଲେଜରେ ଡିଗ୍ରୀ ଏବଂ ପିଏଚଡି ସହିତ ଉଚ୍ଚଶିକ୍ଷା ପାଇଁ ଆଡମିଶନ ପ୍ରକ୍ରିୟା ଏବଂ କ୍ରାଇଟେରିଆରେ ସଂଶୋଧନ କରାଯାଇଥିବା ସୂଚନା ମିଳିଛି । ୨୦୨୨ରେ ଚିହ୍ନିତ ହୋଇଥିବା ତଥା କରାଯାଇଥିବା ପରିବର୍ତ୍ତନ ଏବଂ ସଂଶୋଧନ ଚଳିତବର୍ଷରୁ ସମ୍ପୂର୍ଣ୍ଣ ଭାବେ ଲାଗୁ କରାଯିବ । ତେଣୁ ନୂଆ ନିୟମ ଅନୁସାରେ ପ୍ରତିଟି ଶିକ୍ଷା କ୍ଷେତ୍ରରେ ପିଲାମାନଙ୍କ ନାମାଙ୍କନ କରିବା ସହ ଡିଗ୍ରୀ ଦେବା ପାଇଁ ସମସ୍ତ ଉଚ୍ଚ ଶିକ୍ଷାନୁଷ୍ଠାନଗୁଡିକରେ ଏହି ନିର୍ଦ୍ଦେଶ ଜାରି କରାଯାଇଛି ।

ତେବେ ଏହି ପରିବର୍ତ୍ତନରେ ନିର୍ଦ୍ଦିଷ୍ଟ କ୍ରାଇଟେରିଆ ରୂପରେ ମାଷ୍ଟର ଅଫ୍ ଫିଲୋସୋଫି(M.Phil) କୁ ବନ୍ଦ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି । ଯାହା ପିଏଚଡି ପ୍ରୋଗ୍ରାମରେ ଆଡମିଶନ ପ୍ରକ୍ରିୟାରେ ସୂଚନା ଅନୂଯାୟୀ ପ୍ରଥମ ବଡ ପରିବର୍ତ୍ତନ କରାଯାଇଛି । ଅର୍ଥାତ୍ ଏବେ ପିଲାମାନେ ବର୍ଷକର ମାଷ୍ଟର ଡିଗ୍ରୀ ଏବଂ ୪ ବର୍ଷର ଅଣ୍ଟରଗ୍ରାଜୁଏଟ ପ୍ରୋଗ୍ରାମର ମାଷ୍ଟର ଡିଗ୍ରୀ ଏବଂ ୩ ବର୍ଷର ୟୁଜି ପୂରଣ କରିବା ପରେ ସିଧାସଳଖ ଡକ୍ଟରେଟ ଡିଗ୍ରୀ ପାଇଁ ଆବେଦନ କରିପାରିବେ । ସେହିପରି ୟୁଜିସି ପିଏଚଡି ଥେସିସ ପେପର ଜମା କରିବା ପୂର୍ବରୁ ପିୟର ରିଭ୍ୟୁଡ ଜର୍ଣ୍ଣଲ୍ସରେ ରିସର୍ଚ୍ଚ ବାଧ୍ୟତାମୂଳକ ପ୍ରକାଶନର ନିୟମକୁ ମଧ୍ୟ ବାଦ୍ ଦିଆଯାଇଛି । ଯାହା ଛାତ୍ରଛାତ୍ରୀଙ୍କୁ ଏକ ପ୍ରକାର ସହଜ ହୋଇଛି l  ବଡ  କଥା ହେଲା ଏହା ଗବେଷକଙ୍କୁ ସେମାନଙ୍କର କାଗଜପତ୍ର ‘କଇ’ ପତ୍ରିକାରେ ପ୍ରକାଶ କରିବା ପାଇଁ ଖର୍ଚ୍ଚରୁ ମୁକ୍ତ କରିବ ।

ଏତଦ ବ୍ୟତୀତ କୋର୍ସ ଡ୍ୟୁରେସନରେ ମଧ୍ୟ ବଡ଼ ପରିବର୍ତ୍ତନ କରାଯାଇଛି । କୋର୍ସର ସମୟସୀମାକୁ ବର୍ତ୍ତମାନ ଅତିକମରେ ୨ ବର୍ଷ କମ କରାଯାଇଥିବାବେଳେ ସର୍ବାଧିକ ୬ ବର୍ଷକୁ ବୃଦ୍ଧି କରାଯାଇଛି । ତେବେ ଏହା ମହିଳା ଏବଂ ଦିବ୍ୟାଙ୍ଗ ଛାତ୍ରଛାତ୍ରୀମାନଙ୍କ କ୍ଷେତ୍ରରେ ଡିଗ୍ରୀ ପୂରଣ କରିବା ପାଇଁ ଅତିରିକ୍ତ ୨ ବର୍ଷ ପ୍ରଦାନ କରାଯିବ ବୋଲି କୁହା ଯାଇଛି । ଏହାବ୍ୟତୀତ ମହିଳାଙ୍କୁ ୨୪୦ ଦିନର ମାତୃତ୍ୱ ଛୁଟି ଏବଂ ପିଲାଙ୍କ ଜନ୍ମ ପରେ ଦେଖାଶୁଣା କରିବା ପାଇଁ ଛୁଟି ମଧ୍ୟ ମିଳିପାରିବ ଛୁଟି ।

ଏବେ ଆଡମିଶନରେ ସିଟ୍ ପୂରଣ କରିବା ପାଇଁ ମଧ୍ୟ ନିୟମରେ ଅନେକ କିଛି ପରିବର୍ତ୍ତନ କରିଛି ୟୁଜିସି  । ବର୍ତ୍ତମାନ ୪୦% ସିଟ୍ ପୂରଣ ପାଇଁ ଛାତ୍ରଛାତ୍ରୀଙ୍କୁ କମନ୍ ୟୁନିଭର୍ସିଟି ଏଣ୍ଟ୍ରାନ୍ସ ପରୀକ୍ଷା ଦେବାକୁ ପଡିବ । ସେହିପରି ୬୦% ରାଷ୍ଟ୍ରୀୟ ପାତ୍ରତା ପରୀକ୍ଷା ତଥା NET  ପାସ୍ କରିଥିବା ଛାତ୍ରଛାତ୍ରୀଙ୍କ ପାଇଁ ରିଜର୍ଭ ରହିବ ବୋଲି କୁହାଯାଇଛି ।

Like this article?

Hey! I am Tanushree Mahapatra. Did you liked this article and have suggestions to improve this article? Mail me your suggestions and feedback.

Share your comments