1. କୃଷି ପ୍ରଶିକ୍ଷଣ

ଜାଣିଛନ୍ତି କି ଆଳୁ ଚୋପା ବ୍ୟବହାର କରିଲେ କଣ ହୁଏ ?

ଜାଣିଛନ୍ତି କି ଆଳୁ ଚୋପା ବ୍ୟବହାର କରିଲେ କଣ ହୁଏ ?

KJ Staff
KJ Staff

ଚମତ୍କାରୀ ଆଳୁ ଚୋପା !

ଯେକୌଣସି ବ୍ୟଞ୍ଜନ ରେ ଆଳୁ ର ବ୍ୟବହାର କରିବା ପୂର୍ବରୁ ଆମେ ସର୍ବପ୍ରଥମେ ଏହାର ଚୋପା କୁ ଛଡାଇ ଥାଉ କିନ୍ତୁ ଜାଣନ୍ତି କି ଆଳୁ ଚୋପା ର କେତେ ମହତ୍ୱ |ଏହାର ସବୁ ଉପକାରୀ ଗୁଣ ଅଧିକାଂଶ ଏହାର ଚୋପା ରେ ରହିଥାଏ ବୋଲି କହିଲେ ଭୁଲ ହେବ ନାହିଁ |
ଜାଣନ୍ତୁ ଆଳୁ ଚୋପା ର ବିଶେଷତା :


ପୋଟାସିଅମ :

ଆଳୁ ଚୋପା ରେ ଅତ୍ୟଧିକ ମାତ୍ରା ରେ ପୋଟାସିଅମ ରହିଥାଏ |ଏଥିରେ ଲୌହ ର ମାତ୍ରା ମଧ୍ୟ ବେଶ ଅଧିକ ରହିଥାଏ |ଏଥିରେ ଭିଟାମିନ ବି୩ ର ମାତ୍ରା ଅଧିକ ଥିବାରୁ ଏହା ଶରୀର ରେ ହୋଇଥିବା କ୍ଷତ ପୁରଣ ରେ ମଧ୍ୟ ବେଶ ଅଧିକ ସାହାଯ୍ୟ କରିଥାଏ |
ଏଥିରେ ବିଶେଷ ଭାବେ ଫାଇବର ଅଧିକ ଥାଏ ଯାହା ଆପଣଙ୍କୁ ହୃଦ ରୋଗ ,ଟାଇପ ୨ ମଧୁମେହ ଏବଂ ବିଶେଷ ଭାବେ ଓଜନ ନିୟନ୍ତ୍ରଣ ରେ ସାହାଯ୍ୟ କରିଥାଏ |

ଆଣ୍ଟି -ଆଲର୍ଜି :

ଏଥିରେ ଫ୍ଲାଭେନଏଡ ମାତ୍ରା ଅଧିକ ଥିବାରୁ ଏହା ଆପଣଙ୍କୁ ରୋଗ ପ୍ରତିରୋଧକ ଶକ୍ତି ଅଧିକ ଦେଇଥାଏ

ରକ୍ତ ଚାପ :

ଉଚ୍ଚ ରକ୍ତ ଚାପ ରୁ ରକ୍ଷା ପାଇବାର ଏହା ସବୁଠାରୁ ଉତ୍ତମ ଉପାୟ |ମାତ୍ରାଧିକ ଭାବେ ପୋଟାସିଅମ ,ମ୍ୟାଜିଏସିଅମ ,କ୍ୟାଲ୍ସିଅମ ଇତ୍ୟାଦି ଥିବାରୁ ଏହା ରକ୍ତଚାପ ନିୟନ୍ତ୍ରଣ କରିଥାଏ |

ତ୍ୱଚା ର ଯତ୍ନ :

ଚମ ର ଉତ୍ତମ ଉପଚାର ଲାଗି ଏହାର ବ୍ୟବହାର କରନ୍ତୁ |ବ୍ରଣ ଅଧିକ ହେଉଥିଲେ ବା ଆଖି ତଳ ଅଧିକ କଳା ଦାଗ ଥିଲେ କିମ୍ବା ଅଧିକ ତେଲିଆ ତ୍ୱଚା ହେଲେ ଅଳ୍ପ ଆଳୁ ଚୋପା କୁ ବାଟି ,ତାର ରସ କୁ ସେହି ସ୍ଥାନ ରେ ଲଗାଇ ୧୫ ରୁ ୨୦ ମୀନ ରଖନ୍ତୁ |ପରେ ଏହାକୁ ଗରମ ପାଣି ରେ ଧୋଇ ଦିଅନ୍ତୁ |

କେଶ ର ଉପଚାର :

ଆଳୁ ଚୋପା ର ରସ କୁ ମୁଣ୍ଡ ରେ ଲଗାଇ କିଛି ସମୟ ରଖନ୍ତୁ ଏବଂ ପରେ ଏହାକୁ ଧୋଇ ଦିଅନ୍ତୁ |ଏମିତି କଲେ କେଶ ର ସୌନ୍ଦର୍ଯ୍ୟ ଏବଂ ଚମକ ବୃଦ୍ଧି ପାଇଥାଏ |

ହାଡ ଲାଗି :

ବୈଜ୍ଞାନିକ ଙ୍କ ମତରେ ଆଳୁ ଚୋପା ରେ ଶରୀର ର ହାଡ ଲାଗି ବେଶ ଆବଶ୍ୟକ ମିନେରାଲ ରହିଥାଏ |ଏହାକୁ ଖାଇବା ଦ୍ୱାରା ବୟସ୍କ ମହିଳା ମାନଙ୍କର ହାଡ ଗଣ୍ଠି ଜନିତ ରୋଗ ଯଥା ଓସ୍ଟିଓପୋରଶିଶ ର ସମସ୍ୟା କାମ ଦେଖାଯାଇଥାଏ |

ଏହା ବ୍ୟତୀତ ଆଳୁ ଚୋପା ରେ ରୂପ ବାସନା ମାଜିଲେ ସେଥିରୁ ସମସ୍ତ ଦାଗ ସଫା ହୋଇଯାଏ ଏବଂ ଏହାର ଚମକ ଦୀର୍ଘ ଦିନ ଯାଏ ରହିଥାଏ |

Like this article?

Hey! I am KJ Staff. Did you liked this article and have suggestions to improve this article? Mail me your suggestions and feedback.

Share your comments