1. କୃଷି ପ୍ରଶିକ୍ଷଣ

ରଙ୍ଗ ରେ ରାଶି !

ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ରଙ୍ଗ ର ଆପଣଙ୍କ ଜୀବନରେ ବହୁତ ପ୍ରଭାବ ରହିଛି |ତେବେ ରଙ୍ଗ ର ପର୍ବ ହୋଲି ରେ ମଧ୍ୟ ନିଜ ରାଶି ଅନୁଯାୟୀ ରଙ୍ଗ ବାଛିବା କୁ ଶୁଭ ବୋଲି ମାନନ୍ତି ,ଏହି ଶାସ୍ତ୍ର ରେ ବିଶ୍ୱାସ ରଖୁଥିବା ବ୍ୟକ୍ତି |ତେବେ ଏହି ତାଲିକାରୁ ବାଛନ୍ତୁ ଆପଣଙ୍କ ଶୁଭ ରଙ୍ଗ :

KJ Staff
KJ Staff


ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ରଙ୍ଗ ର ଆପଣଙ୍କ ଜୀବନରେ ବହୁତ ପ୍ରଭାବ ରହିଛି |ତେବେ ରଙ୍ଗ ର ପର୍ବ ହୋଲି ରେ ମଧ୍ୟ ନିଜ ରାଶି ଅନୁଯାୟୀ ରଙ୍ଗ ବାଛିବା କୁ ଶୁଭ ବୋଲି ମାନନ୍ତି ,ଏହି ଶାସ୍ତ୍ର ରେ ବିଶ୍ୱାସ ରଖୁଥିବା ବ୍ୟକ୍ତି |ତେବେ ଏହି ତାଲିକାରୁ ବାଛନ୍ତୁ ଆପଣଙ୍କ ଶୁଭ ରଙ୍ଗ :

୧)ମେଷ ଏବଂ ବିଛା:ଆପଣଙ୍କ ର ରାଶି ଅଧିପତି ମଙ୍ଗଳ ,ଯାହା ଶକ୍ତି ର କାରକ ହୋଇଥିଲାବେଳେ ସ୍ୱଭାବରେ କ୍ରୋଧୀ |ତେଣୁ ମିଟରସି ରଙ୍ଗ ,ଗୋଲାପୀ ବା ହଳଦିଆ ଶୁଭପ୍ରଦ |

୨)ବୃଷ ଓ ତୁଳା :
ରାଶି ଅଧିପତି -ଶୁକ୍ର;
ଶୁଭ ରଙ୍ଗ ସିଲଭର ମାତ୍ର ଏହି ରଙ୍ଗ ବଦଳରେ ଆପଣ ଆକାଶିଆ ବା ହାଲ୍କା ନୀଳ ରଙ୍ଗ ର ବ୍ୟବହାର କରନ୍ତୁ |


୩)ମିଥୁନ ଓ କନ୍ୟା :
ରାଶି ଅଧିପତି :ବୁଢା
ଆପଣ ହାଲ୍କା ସବୁଜ ,ଗୋଲାପୀ ,ହଳଦିଆ ,କମଳା ଏବଂ ଆକାଶିଆ ରଙ୍ଗ ରେ ହୋଲି ଖେଳି ପାରିବେ |

୪)କର୍କଟ :
ରାଶି ଅଧିପତି :ଚନ୍ଦ୍ର
ତେଣୁ ଆପଣଙ୍କ ଲାଗି ଶୁଭ ଧଳା ରଙ୍ଗ |ଯେକୌଣସି ରଙ୍ଗ ରେ ଦହି ମିଶାଇ ବ୍ୟବହାର କରିପାରିବେ |ହଲି ଖେଳିବା ସହ ଆପଣଙ୍କ ତ୍ୱଚା ରେ ରଙ୍ଗ ର କୁପ୍ରଭାବ ପଡିବ ନାହିଁ |

୫)ସିଂହ
ରାଶି ଅଧିପତି :ସୂର୍ଯ୍ୟ
ସୂର୍ଯ୍ୟ ଙ୍କର ରଙ୍ଗ ଗୋଲାପୀ ସହ ମିତ୍ର ରଙ୍ଗ ହାଲ୍କା ସବୁଜ ,କମଳା ,ହଳଦିଆ ବ୍ୟବହାର କରନ୍ତୁ |ଏହି ରାଶି ର ଲୋକ ମାନେ ବିଶେଷ କରି ହୋଲି ର ବହୁତ ମଜା ନେଇଥାନ୍ତି |

୬)ଧନୁ ଏବଂ ମୀନ

ରାଶି ଅଧିପତି :ବୃହସ୍ପତି

ଏହି ଦୁଇ ରାଶି ର ସ୍ୱାମୀ ବୃହସ୍ପତି ; ସନ୍ଥ ସ୍ୱଭାବରେ |ହୋଲି ଲାଗି ଆପଣଙ୍କ ଶୁଭ ରଙ୍ଗ ଗୋଲାପୀ ,କମଳା ଏବଂ ହଳଦିଆ

୮)ମକର ଓକୁମ୍ଭ :

ରାଶି ଅଧିପତି :ଶନି

ଏହି ରାଶି ଲାଗି ଶୁଭ ଆକାଶିଆ ଏବଂ ନୀଳ |ମିତ୍ର ରଙ୍ଗ ସବୁଜ ମଧ୍ୟ ବ୍ୟବହାର କରନ୍ତୁ |

Like this article?

Hey! I am KJ Staff. Did you liked this article and have suggestions to improve this article? Mail me your suggestions and feedback.

Share your comments