1. କୃଷି ପ୍ରଶିକ୍ଷଣ

କେମିତି କରିବେ ଧାନ ଚାଷ !

କେମିତି କରିବେ ଧାନ ଚାଷ !

KJ Staff
KJ Staff

୨୦୧୯ ମସିହା ମାର୍ଚ୍ଚ ମାସ ଦ୍ଵିତୀୟ ପକ୍ଷ ପାଇଁ କାର୍ଯ୍ୟପନ୍ଥା !

-ଅଧିକ ଅମଳକ୍ଷମ ଧାନ ରୋଇବାର ୭୦ ଦିନ ପରେ ଅନୂମୋଦିତ ପରିମାଣରେ ଏକ ଚତୁର୍ଥାଂଶ ଯବକ୍ଷାରଜାନ -ସାର (ଏକର ପିଚା ୨୧ କି.ଗ୍ରା ହିସାବରେ ୟୁରିଆ )ଶେଷ କିସ୍ତି ସାର ହିସାବରେ ପ୍ରୟୋଗ କରନ୍ତୁ | -ଶଙ୍କର କିସମ ଧାନ ରେ ଅନୂମୋଦିତ ପରିମାଣରେ ଏକ ଚତୁର୍ଥାଂଶ ଯବକ୍ଷାରଜାନ ଏବଂ ପୋଟାସ ସାର(ଏକର ପିଚା ୨୬ କି.ଗ୍ରା ହିସାବରେ ୟୁରିଆ ଏବଂ ପୋତାସହ ସାର ଏକର ପିଛା ୧୦ କି.ଗ୍ରା )ଶେଷ କିସ୍ତି ସାର ହିସାବରେ ପ୍ରୟୋଗ କରନ୍ତୁ |

-ବାଦାମୀ ଗୁଣ୍ଡି ପୋକ ଉପଦ୍ରୁତ ଅଞ୍ଚଳରେ ଶେଷ କିସ୍ତି ଯବକ୍ଷାରଜାନ ସାର ପ୍ରୟୋଗ କରନ୍ତୁ ନାହିଁ |

-ମହିଷା ରୋଗ ଦମନ ପାଇଁ କାରବେଣ୍ଡାଜିମ ୮୦ ଡବ୍ଲୁ.ପି ଲିଟର ପାଣିରେ ୨ ଗ୍ରାମ କିମ୍ବା ଟ୍ରାଇସାଇକ୍ଳଜୋଲ
୭୫ ଡବ୍ଲୁ ପି.ପ୍ରତି ଲିଟର ପାଣିରେ ୦.୬ ଗ୍ରାମହିସାବରେ ମିଶାଇ ପ୍ରୟୋଗ କରନ୍ତୁ |ଏକର ପିଛା ୨୦୦ କିଟ୍ର ଦ୍ରବଣ ଆବଶ୍ୟକ ହୁଏ |

-ବାଦାମୀ ପତ୍ର ଚିତା ରୋଗ ଦମନ ପାଇଁ ପ୍ରତି ଲିଟର ପାଣିରେ ୩ ଗ୍ରାମ ହିସାବରେ ମ୍ୟାନକୋଜେବ କିମ୍ବା ୧ ମି.ଲି ପ୍ରୋପିକୋନାଜୋଲ ମିଶାଇ ପ୍ରୟୋଗ କରନ୍ତୁ |ଏକର ପିଛା ପ୍ରାୟେ ୨୦୦ ଲିଟର ଦ୍ରବଣ ଆବଶ୍ୟକ ହୋଇଥାଏ |ଏଥି ସହିତ ପଟାସ ସାର ଅତିରିକ୍ତ କିସ୍ତି ଭାବେ ଏକର ପିସଗା ୬ କି.ଗ୍ରା ହିସାବରେ ପ୍ରୟୋଗ କରନ୍ତୁ |

 

-କାଣ୍ଡ ବିନ୍ଧା ପୋକ ର ନିରୀକ୍ଷଣ କରନ୍ତୁ |ଯେତେବେଳେ ପୁରୁଷ ପ୍ରଜାପତି ରସଂଖ୍ୟା ଗୋଟିଏ ଦିନରେ ଜନତା ପ୍ରତି ୪ ରୁ ୫ ଟି ହୋଇ ଯିବା ତେବେ ନିମ୍ବ ମଞ୍ଜି ରୁ tiara ଔଷଧ ୦.୧୮ % ରୁ ଏକର ପିଛା ୬୦୦ ରୁ ୮୦୦ ମି.ଲି ଔଷଧ ୨୦୦ ଲିଟର ପାଣିରେ ମିଶାଇ ସିଞ୍ଚନ କରନ୍ତୁ କିମ୍ବା ଦାନାଦାର ଭାବେ କାରଟାପ ହାଇଡ୍ରୋକ୍ଳରାଇଡ )ଏକର ପିଛା ୪ ଜି ୧୦ ଗ୍ରାମ କାର୍ବୋଫ୍ୟୁରାଣ ୩% ୧୦ କି.ଗ୍ରା ପ୍ରୟୋଗ କରନ୍ତୁ |

 

Like this article?

Hey! I am KJ Staff. Did you liked this article and have suggestions to improve this article? Mail me your suggestions and feedback.

Share your comments