ବିଦେଶର ମୋହ ତ୍ୟାଗ କରିବା ଏତେ ସହଜ ନୁହେଁ।ଏହା ବ୍ୟତୀତ ବିଦେଶ ରେ ଯାଇ ଟଙ୍କା ଅର୍ଜନ କରି ପଶ୍ଚିମ ଢାଞ୍ଚା ରେ ଜୀବନ ଜାପାନ କରିବାର ର ଇଚ୍ଛା ବା କାହା ଠାରେ ନଥାଏ??? "କାରଣ ଏକ ଭିନ୍ନ ରାଷ୍ଟ୍ର ସହ ସେମାନଙ୍କ ଚାଲିଚଳନି, ଆଚାର,ବ୍ୟବହାର କିଛି ସମୟ ପାଇଁ ଖୁବ୍ ଆପଣାର ଲାଗେ ମାତ୍ର ସ୍ଵଦେଶର ମୋହ ସବୁ ସମୟରେ ବ୍ୟଥିତ କରେ"ବୋଲି କହିଛନ୍ତି ,ତାମିଲ ନାଡୁ ର ବରିଷ୍ଠ ବୈଜ୍ଞାନିକ ଡଃ ହରି ନାଥ।ପୂର୍ବତନ ରାଷ୍ଟ୍ରପତି ସ୍ୱର୍ଗତ ଡଃ ଏ ପି ଜେ ଅବଦୁଲ କଲାମ ଙ୍କ ସହ କାମ କରିବାର ସୁଯୋଗ ପାଇଥିବା ଏଇ ବ୍ୟକ୍ତି ଜଣକ ବିଶ୍ବର ବିଭିନ୍ନ ପ୍ରାନ୍ତରେ କାମ କରିଛନ୍ତି।କିଛି ବର୍ଷ ତଳେ ଆମେରିକାର ଏକ ନାମୀ ସଂସ୍ଥାରୁ ତାଙ୍କ ଡାକରା ଆସିଥିଲା।
ନିଜର ସୌଭାଗ୍ୟ ମଣି ସେ ପ୍ରତବ ଗ୍ରହଣ କଲେ।ମାସ କେଇଟା ତାଙ୍କୁ ଭଲ ଲାଗିଲା।ପରେ ଅନୁଭବ କଲେ ଏଇ ରାଷ୍ଟ୍ର ଓ ସେଠାକାର ବାସିନ୍ଦା ଅଗ୍ରଗତି କରିଚାଲିଛନ୍ତି।ଏଣୁ ଏଠି ମୋର ବା ଆବଶ୍ୟକତା କଣ ?? ବରଂ ନିଜ ଦେଶର ଉନ୍ନତି ପଥରେ ନିଆଜକୁ ନିଯୁକ୍ତ କରିବା ଆବଶ୍ୟକ ।ଏଭଳି ଚିନ୍ତାଧାରା ରେ ସେ ନିଜ ରାଜ୍ୟ ତାମିଲ ନାଡୁ କୁ ଫେରି ଆସିଥିଲେ |
ଡଃ ହରି ନାଥ ଭାରତ ଫେରିଲା ପରେ ପ୍ରଥମେ ଲଣ୍ଡନ ର ବିଶେଷ ଚାଷ ପ୍ରଣାଳୀ ଉପରେ ୨ ବର୍ଷ ଯାଏ ଗବେଷଣା କରିଥିଲେ ଏବଂ ଫଳସ୍ୱରୂପ ସେ ଜାଣିଥିଲେ ଯେ ଭାରତ ର ଚାଷ ପ୍ରଣାଳୀ ରେ ବ୍ୟବହାର ହେଉଥିବା ରାସାୟନିକ ପଦାର୍ଥ ଦ୍ୱାରା ଖାଦ୍ୟ ର ମଧ୍ୟ ଏହି ପରି ଅହିତକାରୀ ଦ୍ରବ୍ୟ ଦେଖିବାକୁ ମିଳୁଛି ତେଣୁ ଏବେ ଜୈବିକ କୃଷି ର ଆବଶ୍ୟକତା ଅନିର୍ବର୍ଯ୍ୟ |ଏହା ପରେ ସେ ସ୍ୱୟଂ ଏକ ଜମି କିଣି ସେଠାରେ ବହୁ ପୁରାତନ କାଳ ର ଧାନ ଯଥା ମାପିଲ୍ଲାଇ ସମ୍ଭା,କିଛିଲି ସମ୍ଭା ଇତ୍ୟାଦି ଲଗାଇଥିଲେ ଯାହାର ବହୁତ ଔଷଧୀୟ ଗୁଣ ଭରି ରହିଛି |ଏହା ବ୍ୟତୀତ ସେ ନିଜ ଜମି ଚାରିପାଖେ ଅଁଳା ,ସଜନା ପରି ଗଛ ମଧ୍ୟ ଲଗାଇଥିଲେ |
ସ
ସମୟାନୁକ୍ରମେ ସେ ସ୍ଥାନୀୟ ଲୋକଙ୍କୁ ଉନ୍ନତ ଚାଷ କରିବାର ବିଭିନ୍ନ ବୈଜ୍ଞାନିକ ପ୍ରଣାଳୀ ଅବଗତ କରାଇଲେ ।ତାଙ୍କ ଗ୍ରାମ ପେନାଗାରରେ ଲୋକେ ଏବେ ଚାଷ କରି ବେଶ୍ ଭଲ ଅର୍ଥ ଉପାର୍ଜନ କରୁଛନ୍ତି |ରାଜ୍ୟସ୍ତରୀୟ ମଧ୍ୟ ଏହା ଏକ ଆଦର୍ଶ ଗ୍ରାମ ଭାବେ ପରିଚିତ ଏବଂ ପୁରସ୍କୃତ ହୋଇଛି। ସ୍ଥାନୀୟ ଲୋକେ ଏହି ସବୁ ର ଶ୍ରେୟ ଡଃ ନାଥଙ୍କୁ ଦେଇଛିନ୍ତି।
Share your comments