Krishi Jagran odia
Menu Close Menu

ସେନା ଚା!!!

Monday, 11 February 2019 08:26 AM

ସେନା ଏକ ଔଷଧୀୟ ବୃକ୍ଷ ଏବଂ ସେନା ଚା କାସିଆ ସେନା ପତ୍ର ରୁ ପ୍ରସ୍ତୁତ କରାଯାଏ।ଏହାର ସ୍ଵାଦ ହାଲୁକା ମିଠା ତେଣୁ ଏହାକୁ ଗ୍ରୀନ ଟି ବା ମହୁ ସହ ମିଶାଇ ପିଅନ୍ତି।ଏହାକୁ ଡିଟକ୍ସ ଟି ଭାବେ ବଜାରରେ ବିକ୍ରି କରାଯାଉଛି।କୋଷ୍ଟକାଠିନ୍ୟ ଲାଗି ଏହାକୁ ବିଶେଷ ଭାବେ ବ୍ୟବହାର କରାଯାଏ। ଛୋଟ ପିଲାଙ୍କ କୋଷ୍ଟକାଠିନ୍ୟ ସମସ୍ୟା ଲାଗି ଦିନକୁ ୮.୫ ମିଲିଗ୍ରାମ ର ସେନା ଚା ଦେଇପାରିବେ।

Seena tea


ଏହାର ସ୍ବାସ୍ଥ୍ୟ ପ୍ରତି ଥିବା ପ୍ରଭାବ !


- ଏହା କୋଷ୍ଟକାଠିନ୍ୟ ର ଉପଚାର କରିବାରେ ସକ୍ଷମ।
- ଏହା ବ୍ୟତୀତ ନିୟମିତ ଏହାକୁ ଗ୍ରହଣ କଲେ ଷ୍ଟୋନ ପରି ସମସ୍ୟା ମଧ୍ୟ ଦେଖିବାକୁ ମିଳେ ନାହିଁ।
- କୃମି ଏବଂ ଅଧିକ ଫୁଲା ରୁ ମଧ୍ୟ ଏହା ସୁରକ୍ଷା ଦେଇଥାଏ।

ଗବେଷଣା ରୁ ମତ...
ଟକ୍ସିକୋଲୋଗି ର ଏକ ଜର୍ଣାଲ୍ ରେ ୨୦୦୯ ରେ ପ୍ରକାଶ ହୋଇଥିବା ଗବେଷଣା ରେ ଉଲ୍ଲେଖ ହୋଇଥିଲା ଯେ ସେନା ଚା ଅଳ୍ପ ଦିନ ଲାଗି କୋଷ୍ଟକାଠିନ୍ୟ ଲାଗି ବ୍ୟବହାର କରିପାରିବେ । ଦୀର୍ଘ ଦିନ ଲାଗି ଏହାକୁ ବ୍ୟବହାର କରିଲେ ଶରୀର ଅଧିକ ନିର୍ଭରଶୀଳ ହୋଇପଡେ ଯାହା ସ୍ବାସ୍ଥ୍ୟ ପ୍ରତି କ୍ଷତିକାରକ।ଏହାର ବ୍ୟବହାର କରୁଥିବା ବ୍ୟକ୍ତିଙ୍କ ପାଖରେ କୌଣସି କର୍କଟ ରୋଗ ଜନିତ ଲକ୍ଷଣ ଦେଖିବାକୁ ମିଳିନଥିଲା।ତେଣୁ ଏହାକୁ ପନ୍ୟ କରିବା ରେ କୌଣସି କ୍ଷତି ନାହିଁ ବୋଲି ବିଶେଷଜ୍ଞ ମତ ଦିଅନ୍ତି।


ମାତ୍ର ଏହାକୁ ଓଜନ ନିୟନ୍ତ୍ରଣ ଲାଗି ବ୍ୟବହାର କରନ୍ତୁ ନାହିଁ।୨ ସପ୍ତାହ ରୁ ଅଧିକ ଏହାର ନିୟମିତ ବ୍ୟବହାର କରନ୍ତୁ ନାହିଁ।ସମୟ ସମୟ ରେ ଏହାର ବ୍ୟବହାର କରିପାରିବେ।ଏହା ସ୍ବାସ୍ଥ୍ୟ ପ୍ରତି ବେଶ୍ ଉପକାରୀ ସାବ୍ୟସ୍ତ ହୋଇପାରେ।

Tea Healthy Constipation Treatment

Share your comments


CopyRight - 2019 Krishi Jagran Media Group. All Rights Reserved.