1. କୃଷି ପ୍ରଶିକ୍ଷଣ

ସୋଲାର ପ୍ୟାନେଲ ରେ ମକା ପୋଡିଲେ !!!

ସୋଲାର ପ୍ୟାନେଲ ରେ ମକା ପୋଡିଲେ !!!

KJ Staff
KJ Staff

ସକାଳ ଶକ୍ତି ର ଆଧାର ସୁର୍କ୍ୟ ଙ୍କର ଆଲୋକ କୁ ବହୁ ପୁରାତନ କାଳରୁ ମନୁଷ୍ୟ ବିଭିନ୍ନ ପ୍ରକାର ବ୍ୟବହାର କରିଆସିଛି |ତେବେ ଆଜି କା ଯୁଗ ରେ ସୋଲାର ପ୍ୟାନେଲ ସେହିପରି ଏକ ଚମତ୍କାରୀ ଉଦ୍ଭାବନ |ତେବେ ଏହାର ବ୍ୟବହାର ବିଷୟରେ ଆମେ ସମସ୍ତେ ଜାଣିଥିବା |ପାଣି ଗରମ କରିବା ଠାରୁ ଆରମ୍ଭ କରି ବିଦୂତ ଉତ୍ପାଦନ ରେ କାର୍ଯ୍ୟକାରୀ ହେଉଛି ସୋଲାର ପ୍ୟାନେଲ |

ମାତ୍ର ସୋଲାର ପ୍ୟାନେଲ ରେ ମକା ପୋଡିବା କଥା ହୁଏତ ପ୍ରଥମ ଥର ଲାଗି ଶୁଣୁଥିବେ |ଆଜି କାଲି ପ୍ରାୟେ ସମସ୍ତ ବର୍ଗ ର ବ୍ୟକ୍ତି ସୂର୍ଯ୍ୟଙ୍କର ଶକ୍ତି ର ବ୍ୟବହାର ବେଶ ଭଲ ଭାବେ କରୁଛନ୍ତି |ଏହା ବ୍ୟତୀତ ଅଶିକ୍ଷିତ ଲୋକେ ମଧ୍ୟ ପରିବେଶ ପ୍ରଦୂଷଣ କୁ ନଜର ରେ ରଖି ବହୁ ପଦକ୍ଷେପ ନେଲେଣି |

ଏହି ପରି ଏକ ଉଧାରଣ ପାଲଟିଛନ୍ତି ବାଙ୍ଗାଲୁରୁ ର ଜଣେ ୮୦ ବର୍ଷର ବୟସ୍କ ମହିଳା |ସୋସିଆଲ ମିଡ଼ିଆ ରେ ମଧ୍ୟ ତାଙ୍କୁ ନେଇ ଚାଲିଛି ଚର୍ଚ୍ଚା | ଦୀର୍ଘ ୧୫ ବର୍ଷ ହେଲା ସେ ସ୍ଥାନୀୟ ଏମ.ଗି ରୋଡ଼ ରେ କରୁଛନ୍ତି ମକା ବ୍ୟବସାୟ |କୋଇଲା ଆଞ୍ଚ ରେ ମକା ଗରମ କଲା ବେଳେ ତାହା ପରିବେଶ ପ୍ରଦୂଷଣ ସହ ସମୟସାପେକ୍ଷ ମଧ୍ୟ ହେଉଥିଲା |

ତେବେ କିଛି ଦିନ ତଳେ ସେ ତାଙ୍କ ଠେଲା ଗାଡି ରେ ସୋଲାର ପ୍ୟାନେଲ ଲଗାଇଛନ୍ତି |ଏହା ପରେ ଗ୍ରାହକ ଙ୍କ ଭିଡ ବଢିବା ସହ କାମ ସମୟରେ ସେ ଅଧିକ ସଂଖ୍ୟା ମକା ଗରମ କରିପାରୁଛନ୍ତି |ସ୍ଥାନୀୟ ଏକ ଏନ.ଜି.ଓ ତାଙ୍କୁ ଏହି ସୋଲାର ପ୍ୟାନେଲ ଦେଇଥିବା ର ସେ କହିଥିଲେ |

ଏହି ପ୍ୟାନେଲ ସହ ଲାଗିଛି ଏକ ବେଟେରୀ ଏବଂ ଡି.ସି. ଫ୍ୟାନ |ସୋଲାର ପ୍ୟାନେଲ ରୁ ମିଳୁଥିବା ଉର୍ଜା ରେ ଏ ବେଟେରି ଚାର୍ଜ ହେବା ପରେ ଫ୍ୟାନ ଜରିଆରେ ସେ ମକା ସହଜରେ ଗରମ କରିପାରୁଛନ୍ତି |

 

ତେବେ ଏହାର ଉପାଦେୟତା :


-ସ୍ୱଳ୍ପ ସମୟରେ ଅଧିକ ସଂଜୟକୁ ର ମକା ଗରମ କରିପାରିବେ|
-ଏହା ପରିବେଶ ପ୍ରଦୂଷଣ କରିବାକୁ ଦିଏ ନାହିଁ |
-ଏଥିରେ ଖର୍ଚ୍ଚ କମ ହେବ ତେଣୁ ମକା ର ଦାମ ମଧ୍ୟ କମ ରହିବ |
-ଏହା ଦୀର୍ଘସ୍ଥାୟୀ ଭାବେ କାର୍ଯ୍ୟ କରିପାରିବ |

-ଏହା ଦ୍ୱାରା ଅଧିକ ଧୁଆଂ ହେବ ନାହିଁ ତେଣୁ ଶ୍ୱାସ ଜନିତ ସମସ୍ୟା ହେବାର ଆସନକ କମ ଥାଏ |
-ପରିଶେଷରେ ମକା ଅଧିକ ସ୍ୱାଦିଷ୍ଟ ଓ ନରମ ଲାଗେ |

ଏହିପରି ଏକ ପଦକ୍ଷେପ ଲାଗି ବେଙ୍ଗାଳୁରୁ ସରକାର ତାଙ୍କୁ ଫେସବୁକ ଜରିଆରେ କୃତଜ୍ଞତା ଜ୍ଞାପନ କରିଛନ୍ତି |

Like this article?

Hey! I am KJ Staff. Did you liked this article and have suggestions to improve this article? Mail me your suggestions and feedback.

Share your comments