1. କୃଷି ପ୍ରଶିକ୍ଷଣ

ଗ୍ଲୁକୋଷ ପରି କାମ କରେ ଏହି ଖାଦ୍ୟ !

ଗ୍ଲୁକୋଷ ପରି କାମ କରେ ଏହି ଖାଦ୍ୟ !

KJ Staff
KJ Staff

ଅଳ୍ପ କାମ କରି ଶୀଘ୍ର କ୍ଲାନ୍ତ ଅନୁଭବ କରୁଛନ୍ତି କି ???

ଶରୀର କୁ ସମସ୍ତ ଛୋଟ ରୁ ବଡ କାମ କରିବା ଲାଗି ଆବଶ୍ୟକ ହୋଇଥାଏ ଉର୍ଜା ଏବଂ ଏହି ଉର୍ଜା ମିଳିଥାଏ ଆପଣ ଖାଉଥିବା ବିଭିନ୍ନ ଖାଦ୍ୟ ରୁ |ବର୍ତମାନ ସମୟରେ କିନ୍ତୁ ପୂର୍ବ ପରି ଲୋକେ ଅଧିକ ଶାରୀରିକ ପରିଶ୍ରମ କରିପାରୁ ନାହାନ୍ତି |ଏହାର ମୂଳ କାରଣ ହୋଇପାରେ ଆପଣଙ୍କ ଖାଦ୍ୟ ରେ ଅନିୟମିତତା |
ତେବେ ଏହି ପରି ସମସ୍ୟା ରୁ ମୁକ୍ତି ଚାହୁଁଥିଲେ ଦିନକୁ ଥରେ ନିଶ୍ଚିନ୍ତ ଖାଆନ୍ତୁ ଏହି ୫ ଟି ଖାଦ୍ୟ !

୧)କଦଳୀ:ଶସ୍ତା ,ସୁନ୍ଦର ଓ ମଜବୁତ ହୋଇଥିବା ଭଳି ଯଦି କୌଣସି ଖାଦ୍ୟ ଖୋଜୁଥାନ୍ତି ତେବେ କଦଳୀ ହେଉଛି ପ୍ରକୃଷ୍ଟ ଉଦ୍ଧାରଣ |ଏଥିରେ ଫାଇବର ,ପ୍ରୋଟିନ ,ମିନେରାଲ ସହ ଭାରି ରହିଛି ପ୍ରଚୁର ମାତ୍ର ରେ ଭିଟାମିନ ଏ ଓ ସି ଯାହା ଆପଣଙ୍କୁ ତତ୍କ୍ଷଣାତ ଶକ୍ତି ଦେବାର ସକ୍ଷମ |
ତେଣୁ ପ୍ରାତଃ ନିଶ୍ଚିନ୍ତ ଭାବେ କଦଳୀ ର ଶେକ ବା ପାଚିଲା କଦଳୀ ଜଳଖିଆ ରେ ସାମିଲ କରନ୍ତୁ |

 

୨)ବାଦାମ :ପ୍ରଚୁର କ୍ୟାଲୋରୀ ,ଆବଶ୍ୟକ ଫ୍ୟାଟ ,ପ୍ରୋଟିନ ଏବଂ ଉର୍ଜା ରେ ଭରପୁର ଥିବା ବାଦାମ କୁ ମଧ୍ୟ ନିୟମିତ ଖାଇବା ଶରୀର ପ୍ରତି ବେଶ ଉପକାରୀ !ଏଥିରେ ୭ଗ୍ରାମ ପ୍ରୋଟିନ ଥିଲା ବେଳେ ୧୮ ଗ୍ରାମ ର ଫ୍ୟାଟ ରହିଥାଏ |

 


୩)ଓଟ୍ସ:ସମ୍ପୂର୍ଣ ପ୍ରୋଟିନ ଯୁକ୍ତ ନ ହୋଇଥିଲେ ମଧ୍ୟ ଅନ୍ୟ ଶସ୍ୟ ଠାରୁ ଏହାକୁ ଖାଇବା ବେଶ ଶରୀର ଉପଯୋଗୀ |ଅଧା କପ ଓଟ୍ସ ରେ ଥାଏ ହାରାହାରି ୬ ଗ୍ରାମ ପ୍ରୋଟିନ ଓ ୪ଗ୍ରାମ ର ଫାଇବର ଯାହା ଆପଣଙ୍କୁ ଦିନ ଭରି ଉର୍ଜା ଦେବା ସହ ଓଜନ ନିୟନ୍ତ୍ରଣ କରିଥାଏ |ତେଣୁ ଏହାକୁ ଖିରି ବା ଉପମା କରି ଜଳଖିଆ ରେ ସାମିଲ କରନ୍ତୁ|

 

୪)ଅଣ୍ଡା :ବିଶ୍ୱ ରେ ସର୍ବାଧିକ ଚାହିଦା ଥିବା ଅଣ୍ଡା ହାରାହାରି ବହୁ ଲୋକ ଙ୍କର ଜଳଖିଆ ରେ ଦେଖିବାକୁ ମିଳିଥାଏ |ତେବେ ଏହି ଅଣ୍ଡା କୁ ବିଭିନ୍ନ ପ୍ରଣାଳୀ ରେ ପ୍ରସୂତ କରି ଖାଇପାରିବେ ମାତ୍ର ସିଝା ଅଣ୍ଡା ଶରୀର ଲାଗି ସବୁ ଠାରୁ ଉପଯୋଗୀ |କେବଳ ଗୋଟେ ଅଣ୍ଡା ରେ ରହିଥାଏ ୭୫ କ୍ୟାଲୋରୀ ,୫ ଗ୍ରାମ ଫ୍ୟାଟ ,ଏବଂ ୭ ଗ୍ରାମ ପ୍ରୋଟିନ ଅବଶକୀୟ ଭିଟାମିନ ବି-୧୨ |ଏହା ଆପଣଙ୍କୁ ପ୍ରଚୁର ଶକ୍ତି ଦେବା ସହ ,ଓଜନ ହ୍ରାସ କରେ ଏବଂ ଶୀଘ୍ର ଭୋକ ହେବାକୁ ଦିଏ ନାହିଁ |


୫)ମାଛ :ଟୁନା ,ସାଲମନ ଇତ୍ୟାଦି ଅଧିକ ପ୍ରୋଟିନ ଯୁକ୍ତମାଛ ଗୁଡିକ ରେ ଭରି ରହିଥାଏ ଅବଶକୀୟ ଫ୍ୟାଟ ଏବଂ ଭିଟାମିନ |ଏହା ଆପଣଙ୍କ ଅମେଗା -୩ ଫ୍ୟାଟି ଏସିଡ ଭିଟାମିନ ୧୨ ର ଆବଶ୍ୟକତା ମଧ୍ୟ ପୁର୍ଣ କରିଥାଏ |

Like this article?

Hey! I am KJ Staff. Did you liked this article and have suggestions to improve this article? Mail me your suggestions and feedback.

Share your comments