Krishi Jagran odia
Menu Close Menu

ସ୍ଵଛ ଭାରତ ଅଭିଯାନ ର ସଫଳତା

Friday, 07 June 2019 10:50 AM

ପ୍ରଶଂସା କଲା ୟୁନିସେଫ
କମିଛି ଭୂତଳ ପ୍ରଦୂଷଣ

ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଏକ ଅନ୍ୟତମ ଯୋଜନା;"ସ୍ୱଚ୍ଛ ଭାରତ ଅଭିଯାନ "|ଏହି ଅଭିଯାନ କୁ ବେଶ ପ୍ରଶଂସା କରିଛି ୟୁନିସେଫ |ଅଭିଯାନ ର ଫଳସ୍ୱରୂପ ଭାରତ ର ବହୁତ ଗ୍ରାମରେ ଭୂତଳ ଜଳର ପ୍ରଦୂଷଣ ହ୍ରାସ ପାଇଛି |ବିଶ୍ୱ ପରିବେଶ ଦିବସ ରେ ୟୁନିସେଫ ଦ୍ୱାରା ପ୍ରକାଶିତ ଏକ ରିପୋର୍ଟ ରେ କୁହାଯାଇଛି ଯେ ଓଡିଶା ବିହାର ଓ ପଶ୍ଚିମ ବଙ୍ଗ ରେ ସ୍ଵଛ ଭାରତ ଅଭିଯାନ ହେତୁ ବହୁ ପରିବର୍ତନ ଦେଖିବାକୁ ମିଳିଛି |ଯେଉଁ ଗ୍ରାମ ଗୁଡିକରେ ଲୋକ ଆଦୌ ଖୋଲା ସ୍ଥାନରେ ସୌଚ ହେଉନାହାନ୍ତି ସେଗୁଡିକ ଓଡ଼ିଏଫ ଗ୍ରାମ ଘୋଷଣା କରାଯାଇଛି |

ରିପୋର୍ଟ ଅନୁଯାୟୀ ଓଡ଼ିଏଫ ଗ୍ରାମ ତୁଳନାରେ ଅଣ-ଓଡ଼ିଏଫ ଗ୍ରାମ ଗୁଡିକ ର ମାଟି ୧ .୧୩ ଗୁଣା ଅଧିକ ପ୍ରଦୂଷିତ |ସେହିପରି ଅଣ ଓଡ଼ିଏଫ ଗ୍ରାମ ଗୁଡିକର ଭୂତଳ ଜଳ ;ଓଡ଼ିଏଫ ଗ୍ରାମ ତୁଳନାରେ ୧୧.୨୫ ଗୁଣା ଅଧିକ ଦୂଷିତ |ମୃତିକା ଓ ଭୂତଳ ଜଳ ଦୂଷିତ ହୋଇଥିଲେ ସେଇଥିରେ ଅମଳ ହୋଇଥିବା ଫସଲ ମଧ୍ୟ ପ୍ରଦୂଷିତ ହୋଇଥାଏ |ଓଡ଼ିଏଫ ଗ୍ରାମରେ ଅମଳ କରାଯାଉଥିବା ଫସଲ ତୁଳନାରେ ଅଣ-ଓଡ଼ିଏଫ ଗ୍ରାମ ଗୁଡିକରେ ୧.୪୮ ଗୁଣା ବେଶୀ ଦୂଷିତ |ଏପରିକି ଅଣ ଓଡ଼ିଏଫ ଗ୍ରାମ ଗୁଡିକରେ ଘରେ ବ୍ୟବହାର ହେଉଥିବା ପାନୀୟ ଜଳ ମଧ୍ୟ ୨.୬୮ ଗୁଣା ଅଧିକ ଦୂଷିତ ବୋଲି ଦର୍ଶାଇଛି ୟୁନିସେଫ |

ଭାରତ ରେ ୟୁନିସେଫ ପ୍ରତିନିଧି ଥିବା ଜସ୍ମିନ ଅଲ୍ଲୀ କହିଛନ୍ତି ଯେ ଶିଶୁମାନେ ବିଶେଷ ଭାବେ ସ୍ୱଛତା କୁ ନେଇ ଦେଖାଦେଇଥିବା ଏହି ପରିବର୍ତନ ର ସଂବାହକ ପାଲଟିଛନ୍ତି |ସମ୍ପ୍ରତି ପ୍ରତ୍ୟେହ ୯୬.୫ % ଶୌଚାଳୟ ର ଉପଯୋଗ କରାଯାଉଛି |ତେବେ ଉପରୁକ୍ତ ୩ ଟି ରାଜ୍ୟ ମଧ୍ୟରୁ ବିହାର ର ଓଡ଼ିଏଫ ମାନ୍ୟତା ନ ପାଇଥିବା ଗ୍ରାମଗୁଡିକର ମାଟି ଓ ଜଳ ସବୁଠାରୁ ଅଧିକ ଦୂଷିତ |ଓଡିଶା ଓ ପଶ୍ଚିମ ବଙ୍ଗ ତୁଳନାରେ ବିହାର ର ଖାଦ୍ୟ ମଧ୍ୟ ଅଣଓଡ଼ିଏଫ ଗ୍ରାମ ଗୁଡିକର ଖାଦ୍ୟ ଉତ୍ସ ମଧ୍ୟ ୬୬.୭% ଅଧିକ ଦୂଷିତ ବୋଲି କହିଛି ୟୁନିସେଫ |

ସେହିପରି ବିଲ ଏବଂ ମିଲିଣ୍ଡା ଗେଟସ ଫାଉଣ୍ଡେସନ ମଧ୍ୟ ଏହି ଅବସରରେ ପ୍ରକାଶ କରିଥିବା ଏହାର ଏକ ରିପୋର୍ଟ ମଧ୍ୟରେ ଏହି ଅଭିଯାନ କୁ ପ୍ରଶଂସା କରିଛି |

Share your comments


CopyRight - 2019 Krishi Jagran Media Group. All Rights Reserved.