1. କୃଷି ପ୍ରଶିକ୍ଷଣ

ସେଉ ରେ ୧୦ ଲକ୍ଷ ଜୀବାଣୁ

ସେଉ ରେ ୧୦ ଲକ୍ଷ ଜୀବାଣୁ

KJ Staff
KJ Staff

ବର୍ତମାନ ଯୁଗର ଦୈନଦିନ ଜୀବନ ଶୈଳୀ ରେ ଲୋକ ନିଶ୍ୱାସ ମାରିବାକୁ ମଧ୍ୟ ସମୟ ପାଆନ୍ତି ନାହିଁ ;ଏଣୁ ସକାଳ ଜଳଖିଆ ରେ ବହୁ ଲୋକ ବିଭିନ୍ନ ଫଳ ଖାଇବାର ଅଭ୍ୟାସ ରଖିଥାନ୍ତି |ସମସ୍ତ ଫଳ ମଧ୍ୟରେ ସେଉ ଅନ୍ୟତମ |'ଦିନକୁ ଗୋଟେ ସେଉ ଦ୍ୱାରା ଆପଣଙ୍କୁ କେବେ ଡାକ୍ତର ର ଦ୍ୱାରସ୍ଥ ହେବାକୁ ପଡେ ନାହିଁ |

ଏବେ ପ୍ରଶ୍ନ ଉଠୁଛି ସେଉ ରେ ଥିବ ୧୦ ଲକ୍ଷ ଜୀବାଣୁ ଆପଣଙ୍କ ଲାଗି ଉପଯୋଗୀ ବା ଅହିତକାରୀ ?

ସେଉ କୁ ହାରାହାରି ବିଶ୍ୱ ର ସମସ୍ତ ଭାଗ ର ଲୋକ ମାନେ ଖାଇବାକୁ ଭଲପାଆନ୍ତି |ଏହି ଚମତ୍କାରୀ ଫଳ ରେ ରହିଛି ଭିଟାମିନ ସି ,ଭିଟାମିନ ବି କମ୍ପ୍ଲେକ୍ସ ଏବଂ ଅବଶକୀୟ ଫାଇବର ବା ତନ୍ତୁ |

ଗାର୍ଜ ବିଶ୍ୱବିଦ୍ୟାଳୟ ର ଗବେଷକ ମାନେ ପ୍ରଥମେ ଜୈବିକ ପଦ୍ଧତ୍ତି ରେ ବଢୁଥିବା ସେଉ ,ବଜାରରେ ଉପଲବ୍ଧ ସେଉ ,ଏବଂ ରାସୟାନିକ ପଦାର୍ଥ ରେ ଲଗା ହେଇଥିବା ସେଉ ମଧ୍ୟ ରେ ଥିବା ବିଭିନ ପରିମାଣ ର ଜୀବାଣୁ କୁ ଗଣାନାଂ କରିବାର ପ୍ରୟାସ କରିଥିଲେ |ଟିମ ର ଏହି ଗବେଷଣ ର ବିସ୍ତାର ଟିପଣି ମାଇକ୍ରୋବାଇଲୋଜି ର ଜର୍ଣ୍ଣାଲ ରେ ପ୍ରକାଶିତ ହୋଇଛି |ଜୈବିକ ପଦ୍ଧତ୍ତି ରେ ବଢିଥିବା ସେଉ ରେ ଥିବା ଜୀବାଣୁ ଙ୍କ ମାତ୍ର ଦ୍ୱାରା ସେଉ ର ରଙ୍ଗ ଏବଂ ସ୍ୱାଦ ମଧ୍ୟ ପ୍ରଭାବିତ ହେବ ସାଙ୍ଗରେ ସ୍ୱାସ୍ଥ୍ୟ ଉପରେ ଏହାର ପ୍ରଭାବ ରହିଥାଏ |

ଏହି ପରିପେକ୍ଷୀରେ ଶରୀର କୁ କେତେକ ଉତ୍ତମ ଜୀବାଣୁ ମଧ୍ୟ ଆବଶ୍ୟକ ହୋଇଥାଏ |ତେଣୁ ଜୈବିକ ସେଉ ଖାଇବା ଦ୍ୱାରା କେତେକ ବିଶେଷ ଜୀବାଣୁ ଶରୀରେ ରେ ପ୍ରବେଶ କରନ୍ତି ଯାହା ବେଶୀ ଉପକାରୀ ହେବା ସାଙ୍ଗରେ ଖାଦ୍ୟ ହଜମ କରିବାରେ ସହାୟକ ହୋଇଥାନ୍ତି |

ଇ.କୋଲି ନାମକ ଜୀବାଣୁ ହାରାହାରି ସମସ୍ତ ସେଉ ରେ ଦେଖିବାକୁ ମିଳିଥାଏ ମାତ୍ର ଜୈବିକ ପଦ୍ଧତ୍ତି ରେ ଚାଷ ହୋଇଥିବା ସେଉ ରେ ସମ୍ପୂର୍ଣ ଅଲଗା କୀଟାଣୁ ଦେଖିବାକୁ ମିଳିଥିଲେ |ତେବେ ଜୈବିକ ସେଉ ରେ ଅନ୍ୟ ଏକ ଗ୍ରୁପ ର ଜୀବାଣୁ ଯଥା ଲ୍ୟାକଟୋବାସିଲି ଏବଂ ମିଥାଇଲୋ ବ୍ୟାକ୍ଟେରିଅମ ଦେଖିବାକୁ ମିଳିଥାଏ |ଏହି ଜୀବାଣୁ ବିଶେଷ କରି ସେଉ ର ଉପର ଚୋପା ଏବଂ ମାଂସ ରେ ରହିଥାନ୍ତି |

ସାଧାରଣତଃ ୨୪୦ ଗ୍ରାମ ର ଏକ ସେଉ ରେ ହାରାହାରି ୧୦ କୋଟି ଜୀବାଣୁ ରହିଥାନ୍ତି ;ସେଥିରୁ ଅଧିକାଂଶ ସେଉ ର ମଞ୍ଜି ରେ ରହିଥିଲା ବେଳେ ବଳକା ଜୀବାଣୁ ସେଉ ର ମାଂସ ରେ ଦେଖିବାକୁ ମିଳିଥାନ୍ତି |

 ତେବେ ରାନ୍ଧିଲା ବେଳେ ବହୁ ଉପକାରୀ ଜୀବାଣୁ ନଷ୍ଟ ହୋଇଯାନ୍ତି ଏବଂ କଞ୍ଚା ଫଳ ଓ ପନିପରିବା ଶରୀର କୁ ଏହି ପରି ବିଭିନ୍ନ ଜୀବାଣୁ ଯୋଗାଇଥାଏ ଯାହା ହଜମ କରିବାରେ ସାହାଯ୍ୟ କରିଥାଏ ବୋଲି ମତ ଦେଇଛନ୍ତି ଅଷ୍ଟ୍ରିଆ ସ୍ଥିତ  ଗାର୍ଜ ବିଶ୍ୱବିଦ୍ୟାଳୟ ର ପ୍ରଫେସର ଗାବରିଏଲ ବର୍ଗ|

Like this article?

Hey! I am KJ Staff. Did you liked this article and have suggestions to improve this article? Mail me your suggestions and feedback.

Share your comments