1. କୃଷି ପ୍ରଶିକ୍ଷଣ

ମଧୁମେହ ରୋଗୀଙ୍କ ଲାଗି !

ମଧୁମେହ ରୋଗୀଙ୍କ ଲାଗି !

KJ Staff
KJ Staff

ଶରୀର ରେ ଇନ୍ସୁଲିନ ଅଭାବ ରୁ ଶର୍କରା ଭଲ ଭାବେ ବ୍ୟବହାର ହୋଇ ସେଥିରୁ ଶକ୍ତି ବା (ଗ୍ଲୁକୋଷ ) ସଠିକ ଭାବେ ନ ମିଳୁପାରୁଥିବାରୁ ଶରୀର ସମୟାନୁକ୍ରମେ ରୋଗାକ୍ରାନ୍ତ ହୋଇପଡେ ଏବଂ ଦୁର୍ବଳ ଲାଗିବ ସହ ,ବିଭିନ୍ନ ପ୍ରକାର ଜଟିଳ ସମସ୍ୟା ମଧ୍ୟ ଦେଖିବାକୁ ମିଳେ |ଅତ୍ୟଧିକ ଗ୍ଲୁକୋଷ ଅଭାବ ରୁ କେବେ କେବେ ମସ୍ତିଷ୍କ ମଧ୍ୟ ପ୍ରଭାବିତ ହୋଇଥାଏ ଏବଂ ରୋଗୀ କୋମା କୁ ଯିବାର ମଧ୍ୟ ସମ୍ଭାବନା ରହିଥାଏ |ଏହି ପରି ଜଟିଳ ସମସ୍ୟା କୁ ମଧୁମେହ ବା ଡାଇବେଟିସ ବୋଲି କୁହାଯାଏ |

ଏହାର ନିୟନ୍ତ୍ରଣ !


ଏହା ମୁଖ୍ୟତ ବଂଶଗତ ସମସ୍ୟା ହୋଇଥିଲା ବେଳେ ଏହାର ନିୟନ୍ତ୍ରଣ ବହୁ ମାତ୍ର ରେ ଖାଦ୍ୟ ନିୟନ୍ତ୍ରଣ ଦ୍ୱାରା କରାଯାଇପାରିବ |ସମ୍ପୂର୍ଣ ଭଲ ନ ହେଲେ ମଧ୍ୟ ଏହାକୁ ନିୟନ୍ତ୍ରିତ ରହିବ ରେ ଆପଣଙ୍କ ଖାଦ୍ୟ ବିଶେଷ ଅଂଶ ଗ୍ରହଣ କରିଥାଏ ବୋଲି ଅଷ୍ଟ୍ରେଲିଆ ର ଏକ ଗବେଷକ ଦଳ ଉପସ୍ଥାପନା କରିଛନ୍ତି |ଏହି ପରୀକ୍ଷଣ ବିଭିନ୍ନ ବର୍ଗ ଏବଂ ବୟସର ଲୋକଙ୍କ ଉପରେ କରାଯାଇଥିଲା |

 

 

କିପରି କରିବେ ନିୟନ୍ତ୍ରଣ ?


ଖାଇବା ଏବଂ ରାନ୍ଧିବା ଲାଗି ଅଲିଭ ତେଲ ର ବ୍ୟବହାର କରନ୍ତୁ |ହୃଦରୋଗୀଙ୍କ ପାଇଁ ମଧ୍ୟ ଏହା ଅତି ଉତ୍ତମ ବିକଳ୍ପ |ସୋରିଷ ତେଲ ର ବିଶେଷ ବ୍ୟବହାର କରନ୍ତୁ ନାହିଁ |
ସୁଧ ହଳଦୀ ଗୁଣ୍ଡକୁ ରାନ୍ଧିବା ଲାଗି ବ୍ୟବହାର କରନ୍ତୁ |ହଳଦୀ ରକ୍ତର ଶର୍କରାକୁ ନିୟନ୍ତ୍ରିତ କରିଥାଏ |
ଗବେଷକ ଙ୍କ ମତରେ ଦୈନିକ ୧ ଗ୍ରାମ ଡାଲଚିନି ଖାଇଲେ ରକ୍ତରେ କଲେଷ୍ଟେରୋଲ ହ୍ରାସ ପାଇବା ଦ୍ୱାରା ମଧୁମେହ ର ଆଶଙ୍କା ମଧ୍ୟ କାମ ରହିଥାଏ |
ଓ଼ଟ ମିଲ ନିୟମିତ ଖାଇବା ଦ୍ୱାରା ରକ୍ତରେ ଶର୍କରା ନିୟନ୍ତ୍ରିତ ହୋଇଥାଏ |ଏହା ଦ୍ୱାରା କଲେଷ୍ଟେରୋଲ ମଧ୍ୟ ନିୟନ୍ତ୍ରିତ ହୁଏ ଏବଂ ବାରମ୍ବାର ଭୋକ ଲାଗେ ନାହିଁ |

ବ୍ରୋକୋଲି କୁ ସିଝାଇ ନିଶ୍ଚିନ୍ତ ରୂପେ ଭାଜିକାରୀ ଖାଇଲେ ଏଥିରେ ଥିବା ସଲ୍ଫଏରଣ ନାମକ ଉପାଦାନ ମଧୁମେହ ନିୟନ୍ତ୍ରିତ କରିଥାଏ |

ଭୋଜନ କରିବା ପୂର୍ବରୁ ଈଶବଗୁଲା ପାଣି ପିଏଇଲେ ମଧ୍ୟ ଏହା ମଧୁମେହ ବିରୋଧୀ ଭାବେ କାମ କରେ

ମସିହାରେ ଥିବା ଅମେଗ ୩ ଫ୍ୟାଟି ଏସିଡ ଶରୀର ରେ ଓଜନ ହ୍ରାସ କରିବା ସହ ମଧୁମେହ ବିରୋଧୀ ଭାବେ କାମ କରେ |

ଡାର୍କ ଚକଲେଟ ,ପାଳଙ୍ଗ ଶାଗ ମଧ୍ୟ ମଧୁମେହ ରୋଗୀଙ୍କ ଲାଗି ବେଶ ଉପକାରୀ |

Like this article?

Hey! I am KJ Staff. Did you liked this article and have suggestions to improve this article? Mail me your suggestions and feedback.

Share your comments