Krishi Jagran odia
Menu Close Menu

ଜୈବିକ କୃଷି ପାଇଁ ପାଠ୍ୟକ୍ରମ

Monday, 17 December 2018 04:11 PM
inaguration

ପାରମ୍ପରିକ ଜ୍ଞାନ, ଅଭିନବ କୌଶଳ ଓ ବିଜ୍ଞାନକୁ ଏକତ୍ରିତ କରି କୃଷି କ୍ଷେତ୍ରକୁ ଏକ ସ୍ଥିର ଓ ସ୍ୱୟଂକ୍ଷମ କ୍ଷେତ୍ର ଭାବରେ ପ୍ରତିଷ୍ଠା କରିବାରେ ଜୈବିକ କୃଷିର ଅବଦାନ ଯଥେଷ୍ଟ |ଜୈବିକ କୃଷି କ୍ଷେତ୍ରକୁ ଅଧିକ ବ୍ୟାପକ ଓ ସଶକ୍ତ କରିବା ପାଇଁ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ଜୈବିକ କୃଷି କେନ୍ଦ୍ର ଏକ ନୂତନ ପ୍ରୟାସ ଆରମ୍ଭ କରିଛନ୍ତି| ଜୈବିକ ନିମିତ୍ତ ଦକ୍ଷତା ବୃଦ୍ଧି ସହିତ ଜୈବିକ ଉତ୍ପାଦନ, ବିକ୍ରୟ ଓ ପି.ଜି.ଏସ.ଅନୁମୋଦନ ଆଦି ମାଧ୍ୟମରେ ଏକ ତିରିଶି ଦିନିଆ 'ସାର୍ଟିଫିକେଟ କୋର୍ସ' ଆୟୋଜନ କରାଯାଇଛି |

the team

ଗତ ଅକଟୋବର ୨୪ ତାରିଖରେ ଭୁବନେଶ୍ୱରସ୍ଥିତ ଓଡିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ(OUAT) ଠାରେ ଏହି ପାଠ୍ୟକ୍ରମର ଉଦ୍ଘାଟନ ଉତ୍ସବରେ ମାନ୍ୟବର କୁଳପତି ଡଃ ସୁରେନ୍ଦ୍ରନାଥ ପଶୁପାଳକ ମୁଖ୍ୟ ଅତିଥି ଭାବରେ ଯୋଗଦେଇଥିଲେ| ଭୁବନେଶ୍ୱରସ୍ଥିତ ଜୈବିକ କୃଷି କେନ୍ଦ୍ରର ଆଞ୍ଚଳିକ ନିର୍ଦେଶକ ଡଃ ଏ.ଏସ.ରାଜପୁତ ପାଠ୍ୟକ୍ରମ ସମ୍ପର୍କରେ ବିବରଣୀ ପ୍ରଦାନ କରିଥିଲେ| ପରେ ପରେ ଜୈବିକ କୃଷିରେ ପ୍ରକଳ୍ପ ପ୍ରସ୍ତୁତି, ଆବର୍ଜନା ଡିକମ୍ପୋଜର କୌଶଳ, ଫସଲ ପାଇଁ ଅଣୁସାର ଆଧାର, ପାରମ୍ପରିକ କୃଷି କୌଶଳ ଓ ରୋଗପୋକ ନିୟନ୍ତ୍ରଣ ଉପରେ ବହୁ ବରିଷ୍ଠ ବୈଜ୍ଞାନିକ ଆଲୋଚନା କରିଥିଲେ| ଏହି ପାଠ୍ୟକ୍ରମର ପଥମ ପର୍ଯ୍ୟାୟରେ ସ୍ଥାନ ପାଇଥିବା ୩୦ ଜଣ ଶିକ୍ଷାର୍ଥୀ କଟକସ୍ଥିତ ଜାତୀୟ ଧାନ ଗବେଷଣା ପ୍ରତିଷ୍ଠାନ ଠାରେ ଜୈବିକ କୃଷି ସମ୍ବନ୍ଧିତ ବହୁ ଜ୍ଞାନ କୌଶଳ ଆହରଣ କରିଥିଲେ|

Share your comments


CopyRight - 2019 Krishi Jagran Media Group. All Rights Reserved.