1. କୃଷି ପ୍ରଶିକ୍ଷଣ

"ଜୈବିକ ଚାଷ ରେ ରୋଗ ପୋକ ର ଆକ୍ରମଣ ହୋଇଥାଏ ଲାଭଦାୟକ "!

"ଜୈବିକ ଚାଷ ରେ ରୋଗ ପୋକ ର ଆକ୍ରମଣ ହୋଇଥାଏ ଲାଭଦାୟକ "!

KJ Staff
KJ Staff

ଅଧିକାଂଶ କ୍ଷେତ୍ର ରେ ଆମେ ବିଭିନ୍ନ ଔଷଧ ମାଧ୍ୟମରେ ରୋଗପୋକ ନିଧନରେ ଅଧିକ ଗୁରୁତ୍ୱ ଦେଇଥାଉ ହେଲେ ଆପଣ ଜାଣିଛନ୍ତି କି ଜୈବିକ କୃଷି ରେ କେତେକ ପୋକ ଙ୍କ ର କଣ ଭୂମିକା ରହିଛି ?ଏକ ରିପୋର୍ଟ ଅନୁଯାୟୀ କେତକ ପୋକ ଆପଣଙ୍କ ଫସଲ ଉପରେ ଆକ୍ରମଣ କରିଲେ ଏହା ଫସଲ ର ଅମଳ ବୃଦ୍ଧି କରିବା ସହ ଗଛ ଲାଗି ବେଶ ଲାଭଦାୟକ ହୋଇଥାଏ |
ଏହି ଆକ୍ରମଣ ଦ୍ୱାରା ଅମଳ ଠିକ ପୂର୍ବରୁ ଗଛ ରୁ ଏକ ଆଣ୍ଟିଅକ୍ସୀଡାଣ୍ଟ ବାହାରିଥାଏ |

"ଏହାର ପରୀକ୍ଷା କରିବାକୁ ଯାଇ ଆମେ ଷ୍ଟ୍ରବେରି ଗଛ ରେ ଠିକ ଅମଳ ପୂର୍ବରୁ ବହୁ ବାର ତାର ପତ୍ର ରେ କ୍ଷତ କରାଇଥିଲୁ |ଏହା ପରେ ଜଣାପଡିଥିଲା ଯେ ଫଳ ରେ ସୁଗାର ମାତ୍ରା ବୃଦ୍ଧି କରୁଥିବା ଜିନ ଅଳ୍ପ ଦୂରରେ ଥିବା ଷ୍ଟ୍ରବେରି ଫଳ ମାନଙ୍କରେ ଅଧିକ ଦେଖିବାକୁ ମିଳିଥିଲା "ବୋଲି ମତ ଦେଇଥିଲେ ଉରୁଗୁଏ ର ଏକ ଗବେଷଣା କେନ୍ଦ୍ର ର ଗବେଷକ ଫାକୁଣ୍ଡ ଇବାନେଜ |


ସମସ୍ତ ବୃକ୍ଷ ର ବିପଦ ରୁ ସୁରକ୍ଷା ପାଇବା ଲାଗି ବିଭିନ୍ନ ପ୍ରକ୍ରିୟା ରହିଥାଏ ଯେଉଁ ପ୍ରକ୍ରିୟା ଫଳରେ ଗଛ ର ଶରୀର ମଧ୍ୟରେ ବିଭିନ୍ନ ରାସାୟନିକ ଦ୍ରବ୍ୟ ର ସଂଚାଳନ ହୋଇଥାଏ |ଏଥି ସହ ଗଛ ଖାଦ୍ୟ ର ମୁଖ୍ୟ ଅଂଶ କାର୍ବନ ର ମଧ୍ୟ ଅଧିକ ଉତ୍ପାଦନ କରିଥାଏ ଯାହା ପ୍ରକାରନ୍ତ ରେ ଗଛ ଲାଗି ବେଶ ଲାଭଦାୟକ ହୋଇଥାଏ ବୋଲି ବ୍ୟାଖ୍ୟା କରିଛନ୍ତି ଗବେଷକ ସୀନେରସ |

ବର୍ତମାନ ସମୟାନୁକ୍ରମେ ଲୋକମାନେ ଜୈବିକ କୃଷି ର ଉପାଦେୟତା କୁ ବୁଝୁଥିବାରୁ ଚାଷୀ ମାନେ ଅଧିକ କାର୍ଯ୍ୟକାରୀ କରୁଛନ୍ତି ଏବଂ ଏହି ଉତ୍ପାଦ ର ବଜାରରେ ଅଧିକ ଦର ମଧ୍ୟ ରହିଥାଏ|ତେଣୁ ଏହି ନୂତନ ତଥ୍ୟ ଟି ସେହି ଚାଷୀ ମାନଙ୍କୁ ବେଶ ଅଧିକ ସାହାଯ୍ୟ କରିବ|

ପୂର୍ବରୁ ଏହା ବିଶ୍ୱାସ ରହିଥିଲା ଯେ ଜୈବିକ ଖେତ ରେ ଉପସ୍ଥିତ ଥିବା ପୋକ ଗୁଡିକ ଫସଲ ଲାଗି ଲାଭଦାୟକ ହୋଇଥାନ୍ତି କିନ୍ତୁ ଏହି ତଥ୍ୟ ଟି ପ୍ରମାଣିତ ନ ହୋଇଥିବାରୁ ଏହା ବିଶେଷ କାର୍ଯ୍ୟକାରୀ ହୋଇପାରୁନଥିଲା ବରଂ ଆମେ ସମସ୍ତେ ଫସଲ ରେ ଲାଗୁଥିବା କୀଟ ଗୁଡିକ ଙ୍କର ନିଧାନ ରେ ନାନାଦି କୌଶଳ ର ବ୍ୟବହାର କରି ଆସୁଥିଲେ |


ଏହି ପରି ବିଭିନ୍ନ ପରୀକ୍ଷା ର ରିପୋର୍ଟ ଦେଖିଲା ପରେ ଗବେଷକ ମାନେ ଏହି ପ୍ରକ୍ରିୟା କୁ କାର୍ଯ୍ୟକାରୀ କରିବା ର ମତ ଦେଇଛନ୍ତି |ସଦ୍ୟ ଅମଳ ସର୍ବଦା ବଜାରରେ ଅଧିକ ଚାହିଦା ରଖିଥାଏ ଏବଂ ଏହି ଅମଳ ବୃଦ୍ଧି ରେ କୀଟ ମାନଙ୍କୁ ଆପଣ ନିଜର ସହାୟକ ବୋଲି ଭାବି ପାରନ୍ତି |
"ଏହି ପ୍ରକ୍ରିୟା କିପରି କାର୍ଯ୍ୟ କରୁଛି ,ଏହାକୁ ବୁଝିବା ନିଶ୍ଚିନ୍ତ ଆବଶ୍ୟକ |ଗଛ କୁ ଷ୍ଟ୍ରେସ ହେଲେ ହିଁ ଏହି ପରି ଅଧିକ ସୁଗାର ଉତ୍ପାଦନ ହୋଇଥାଏ ଏବଂ ଏହା ସହ ଅମଳ ବୃଦ୍ଧି ହୋଇଥାଏ |ଏହି ଷ୍ଟ୍ରେସ କୀଟ ଆକ୍ରମଣ ରୁ ହେଉଥିବାରୁ ଏହା ଲାଭଦାୟକ |ତେଣୁ ଏହି ତଥ୍ୟ କୁ କାର୍ଯ୍ୟକାରୀ କରାଇପାରିଲେ ଜୈବିକ ଖାଦ୍ୟ ର ମହତ୍ୱ ଏବଂ ପୋଷକ ତତ୍ୱ ବୃଦ୍ଧି ପାଇବ ବୋଲି ଗବେଷକ ମତ ଦିଅନ୍ତି |

 

Like this article?

Hey! I am KJ Staff. Did you liked this article and have suggestions to improve this article? Mail me your suggestions and feedback.

Share your comments