1. କୃଷି ପ୍ରଶିକ୍ଷଣ

କଞ୍ଚା କ୍ଷୀର ଓ ଏହାର ଉପାଦେୟତା :

କଞ୍ଚା କ୍ଷୀର ଓ ଏହାର ଉପାଦେୟତା :

KJ Staff
KJ Staff

ଗୋଟେ କପ ଗାଈ କ୍ଷୀର ର ଶରୀର ପ୍ରତି ପ୍ରଭାବ ଏବଂ ଆବଶ୍ୟକତା ବିଷୟରେ ହୁଏତ ଆପଣ ଜାଣିଥିବେ ହେଲେ କଞ୍ଚା କ୍ଷୀର ର ଉପାଦେୟତା ବିଷୟରେ ଜାଣିଛନ୍ତି କି ?ଏକ କପ ଗାଈ ର କଞ୍ଚା କ୍ଷୀର ରେ ୧୫୦ କ୍ୟାଲୋରୀ ସହ ୮ ଗ୍ରାମ ର ପ୍ରୋଟିନ ଓ ୮ ଗ୍ରାମ ଫ୍ୟାଟ ,ଆବଶ୍ୟକ କ୍ୟାଲ୍ସିଅମ,ଭିଟାମିନ ଏ ,ଲୌହ ଏବଂ ଉପକକାରୀ କଲେଷ୍ଟେରୋଲ
ପରି ବହୁ ଉପଯୋଗୀ ତତ୍ୱ ଭରି ରହିଥାଏ |

କଞ୍ଚା କ୍ଷୀର :

ଗାଈ ଦୁଇଁଲା ପରେ ସେହି କ୍ଷୀର କୁ ଫୁଟାଇ ତାକୁ ବ୍ୟବହାର କରାଯାଉଛି |ଏପରିକି ବଜାରରେ ମିଳୁଥିବା କ୍ଷୀର ମଧ୍ୟ ପାଶ୍ଚରାଇଜ କଲା ପରେ ପ୍ୟାକଟ ରେ ଉପଲବ୍ଧ କରାଯାଉଛି |କିନ୍ତୁ ପ୍ରାଚୀନ କାଳ ରେ ଲୋକେ କ୍ଷୀର କୁ ସିଧାସଳଖ ବ୍ୟବହାର କରୁଥିଲେ ଏବଂ ସୁସ୍ଥ ତଥା ଦୀର୍ଘାୟୁ ହେଉଥିଲେ |ତେଣୁ ଏବେ କଞ୍ଚା କ୍ଷୀର ର ଉପାଦେୟତା ଏବଂ ଶରୀର ପ୍ରତି ତାର ସୁପ୍ରଭାଵ କୁ ନେଇ ଲୋକମାନେ କଞ୍ଚା କ୍ଷୀର କୁ ଅଧିକ ବ୍ୟବହାର କରୁଛନ୍ତି |

କଞ୍ଚା କ୍ଷୀର ର ଉପାଦେୟତା :

-ମଜବୁତ ହାଡ ଲାଗି କ୍ଷୀର ର ଆବଶ୍ୟକ ବିଷୟରେ ସମସ୍ତେ ଜାଣିଥିବେ |ଭିଟାମିନ କେ ୨ ,କ୍ୟାଲସିଅମ ,ଫସଫରସ ଏବଂ ପୋଟାସିଅମ ର ଏହା ଏକ ଉତ୍ତମ ମିଶ୍ରଣ |ତେଣୁ ଅଧିକ ହାଡ ଗଣ୍ଠି ବିନ୍ଧ ହେଉଥିଲେ କ୍ଷୀର ପିଇବାକୁ ଭୁଲନ୍ତୁ ନାହିଁ |
-କଞ୍ଚା କ୍ଷୀର ଦ୍ୱାରା ରକ୍ତଚାପ ନିୟନ୍ତ୍ରିତ ହୋଇଥାଏ |ଏଥିରେ କେଶିନ ନାମକ ଏକ ପ୍ରୋଟିନ ମାତ୍ରାଧିକ ଭାବେ ଥିବାରୁ ଏହା ଉଚିତ ରକ୍ତଚାପ ନିୟନ୍ତ୍ରଣ କରେ ଏବଂ ଆବଶ୍ୟକ ମିନେରାଲ ଶରୀର କୁ ଯୋଗାଇବାରେ ସାହାଯ୍ୟ କରିଥାଏ |
-ଯଦି ଓଜନ ହ୍ରାସ ବା ନିୟନ୍ତ୍ରିତ କରିବାକୁ ଚାହୁଁଛନ୍ତି ତେବେ କଞ୍ଚା କ୍ଷୀର ପରନ୍ତୁ |କେବଳ ଗାଈ ଠାରୁ ମିଳୁଥିବା କାଚଞ୍ଚ କ୍ଷୀର ସିଧାସଳକ ପିଇଲେ ହିଁ ଓଜନ ହ୍ରାସ ହୋଇଥାଏ |ତେଣୁ ପେଇବା ଆଗରୁ କ୍ଷୀର ରୁ ସାର ଇତ୍ୟାଦି କାଢନ୍ତୁ ନାହିଁ |
-ଗବେଷଣା ଦ୍ୱାରା ଦେଖା ଯଇଛି ଯେ ଯେଉଁ ପିଲାମାନେ ନିୟମିତ କଞ୍ଚା କ୍ଷୀର ପେଇଥାନ୍ତି ସେମାନେ ଅଧିକ ଆଲେର୍ଗୀ ଦ୍ୱାରା ପୀଡିତ ହୁଅନ୍ତି ନାହିଁ ଏବଂ ଆସ୍ଥମା ହେବାର ସମ୍ଭାବନା ମଧ୍ୟ ୪୧% କମ ଥାଏ |

ଚମ ଏବଂ ମୁଖମଣ୍ଡଳୀ ଲାଗି :

କ୍ୟାସିଅମ ଏବଂ ପ୍ରୋଟିନ ଥିବାରୁ ଏହାର ତ୍ୱଚା ପ୍ରତି ବହୁ ଉତ୍ତମ ପ୍ରଭାବ ଦେଖିବାକୁ ମିଳିଛି |ଚମ ବିଶେଷଜ୍ଞନ ଙ୍କ ଅନୁଯାୟୀ ଦୁଗ୍ଧ ଜାତୀୟ ଖାଦ୍ୟ ରେ ବହୁ ପ୍ରକାର ପ୍ରୋଟିନ ରହିଥାଏ ତେଣୁ ଏମାନେ ତ୍ୱଚା ର ସୁପଚାର କରିଥାନ୍ତ ,ତ୍ୱଚା ଶୀଘ୍ର ଶୁଷ୍କ ହୁଏ ନାହିଁ ଏବଂ ସର୍ବଦା କୋମଳ ରହିଥାଏ |
ସେହିପରି ମୁହଁ ରେ ଅଧିକ ଦାଗ ବା ବ୍ରଣ ସମସ୍ୟା ଥିଲେ ମଧ୍ୟ ଏହାକୁ କଞ୍ଚା କ୍ଷୀର ଦ୍ୱାରା ଉପଚାର କରିହେବ |ମୁଖମଣ୍ଡଳୀ ଲାଗି ଏହା ପ୍ରାକୃତିକ ମଏଶ୍ଚରାଇଜର ଭାବେ କାର୍ଯ୍ୟ କରିଥାଏ |
ଚମ ବିଶେଷଜ୍ଞନ ଡଃ ରିଂକୟ କପୁର ଙ୍କ ଅନୁଯାୟୀ କଞ୍ଚା କ୍ଷୀର ତ୍ୱଚା ଲାଗି ବେଶ ଉପକାରୀ |ଶୁଷ୍କ ତ୍ୱଚା ଲାଗି ଥଣ୍ଡା କଞ୍ଚା ଗାଈ କ୍ଷୀର ବେଶ ଉତ୍ତମ ବିକଳ୍ପ |ଏହା ସର୍ବଦା ଆପଣଙ୍କ ତ୍ୱଚା କୁ କୋମଳ ରଖିଥାଏ |

କ୍ଷୀର ରେ ମହୁ ମିଶାଇ ମୁହଁ ରେ ଲଗାନ୍ତୁ |ଯଦି ଆପଣଙ୍କ ମୁହଁ ରେ ବ୍ରଣ ହେତୁ ଅଧିକ ଦାଗ ରହିଛି ତେବେ ଏହା ସବୁଠାରୁ ଉତ୍ତମ ବିକଳ୍ପ | କଞ୍ଚା କ୍ଷୀର ର ମଲେଇ ବା ସାର କୁ ମଧ୍ୟ ମୁହଁ ରେ ଲଗାନ୍ତୁ |ଏହା ମଧ୍ୟ ବେଶ ଉପକାରୀ |


ସେହିପରି ଅଧିକ ଝଡୁଥିବା ଏବଂ ରଫ ବା ଶୁଖିଲା କେଶ ର ଉପଚାର ଲାଗି ସ୍ନାନ କରିବା ପୂର୍ବରୁ କଞ୍ଚା କ୍ଷୀର ମୁଣ୍ଡ ରେ ଲଗାଇ ୧ ହାର ଅପେକ୍ଷା କରନ୍ତୁ |ଏହା ଆପଣଙ୍କୁ ସୁନ୍ଦର ଏବଂ କୋମଳ କେଶ ପାଇପାରିବେ |

Like this article?

Hey! I am KJ Staff. Did you liked this article and have suggestions to improve this article? Mail me your suggestions and feedback.

Share your comments