ଫସଲ ର ଅବଶିଷ୍ଟ ବର୍ଜ୍ୟ ,ଗୋରୁ ଗୁହାଳ ର ଆବର୍ଜନା ,ରୋଷେଇଶାଳ ର ପଚା ପନିପରିବା ଇତ୍ୟାଦି ଜୈବିକ ପଦାର୍ଥ କୁ ଜିଆ ବ୍ୟବହାର କରି ଯେଉଁ ଖତ ପ୍ରସ୍ତୁତ କରେ ତାହାକୁ ଜିଆ ଖତ କୁହାଯାଏ |
ଏହାର ଉପକାରିତା :
- ଏହାର ଗୁଣାତ୍ମକ ମାନ ଅନ୍ୟାନ୍ୟ ଖତ ଠାରୁ ଅଧିକ |
- ସାଧାରଣ ଖତ ୭ ମାସ ଲାଗୁଥିବ ବେଳେ ଜିଆ ଖତ ୪ ମାସରେ ପ୍ରସ୍ତୁତ ହୋଇଥାଏ |
- ଦୁର୍ଗନ୍ଧ ବିହୀନ ଓ ମନ୍ତରକା,ଜୀବନିକା ଯୁକ୍ତ ହୋଇ ଗଛ ର ଅବିବୃଦ୍ଧି ସାହାଯ୍ୟ କରିଥାଏ |
- ଏହାର ବ୍ୟବହାର ରେ ମାଟି ର ଉର୍ବରତା ସାଙ୍ଗରେ ମାଟିର ଜଳଧାରଣ ଶକ୍ତି ବୃଦ୍ଧି ପାଇଥାଏ |
କୁଣ୍ଡ ପଦ୍ଧତ୍ତି ଦ୍ୱାରା ଏହାର ପ୍ରସ୍ତୁତି :
୨ ମିଟର ଲମ୍ବା ,୧ ମିଟର ଓସାର ଓ ୧ ମିଟର ଉଚ୍ଚର ବିଶିଷ୍ଟ ଏକ କୁଣ୍ଡ ତିଆରି କରି ଭିତର ଚଟାଣ ର ଗୋଟିଏ ପଟକୁ ଢ଼ାଳୁ ରଖି ଗୋଟିଏ କଣା କରନ୍ତୁ |କୁଣ୍ଡ ଭିତରେ ପ୍ରଥମେ ୨-୩ ଇଞ୍ଚ ଆକାରର ଛୋଟ ଇଟା ଖଣ୍ଡ କୁ ପକାଇ ତା ଉପରେ ୧ ଇଞ୍ଚ ର ନଈ ବାଲି ପକାନ୍ତୁ |ଏହା ଉପରେ ୨-୩ ଇଞ୍ଚ ବହଳ ରେ ଗୋବର ଖତ କୁ ପକାନ୍ତୁ | ଏହି ଜିଆ ଶଯ୍ୟା ରେ ଏକ ବର୍ଗ ମିଟର ପିଚା ୧୦୦୦ ଟି ସଂଖ୍ୟାରେ ଜିଆ ହିସାବରେ ଛଡା ଯାଏ |ଏହା ପରେ ୩-୪ ସପ୍ତାହର ଆଂଶିକ ସଢା ସଂଗୃହିତ ଜୈବିକ ପଦାର୍ଥ ପକାଯାଏ |ତା ଉପରେ ଗୋବର ପାଣି ଛିଞ୍ଚି ଗୋବର ପକାଯାଏ |ଏହାପରେ ପୁନର୍ବାର ଆଂଶିକ ସଢା ଫସଲର ବର୍ଜ୍ୟ ପକାଯାଏ |ଏହାପରେ ଗୋବର ପାଣି ଛିଞ୍ଚି ଗୋବର ସହିତ ଗାତ ଟିକୁ ସ୍ତର ସ୍ତର କରି ପୁର୍ଣ କରାଯାଏ |
ଏହା ପରେ ଜିଆ ମାନଙ୍କୁ ଛାଡି ଦିଅନ୍ତୁ ଓ ୨ ପରସ୍ତର ଅଖା ବସ୍ତା କୁ ସାମାନ୍ୟ ଓଦା କରି ଏହା ଉପରେ ଘୋଡାଇ ଦିଅନ୍ତୁ| ମଝିରେ ମଝିରେ ପାଣି ଛିଞ୍ଚନ୍ତୁ |
୨ ମାସ ପରେ ଖତ ପ୍ରସ୍ତୁତ ହୋଇ ଚା ପତି ପରି ଦିଶେ|
ଅମଳ ର ୩-୪ ଦିନ ପୂର୍ବରୁ ପାଣି ଛିଞ୍ଚିବା କମ କରିଦେଲେ ଜିଆ ମାନେ ତଳକୁ ପଳେଇଯାନ୍ତି |ଖତ କୁ ବାହାର କରି ଜାଲି ରେ ଛାଣି ଜମି ରେ ପ୍ରୟୋଗ କରନ୍ତୁ |ଏହା ପରେ ଜିଆ ମାନଙ୍କୁ ପୁନର୍ବାର ଜିଆ ଖତ ଲାଗି ପ୍ରସ୍ତୁତ କରନ୍ତୁ |
Share your comments