1. କୃଷି ପ୍ରଶିକ୍ଷଣ

ବର୍ଧ୍ୟାକ୍ୟ ରୁ ଦୁରେଇ ରହିବାକୁ ଚାହୁଁଛନ୍ତି କି ?

ବର୍ଧ୍ୟାକ୍ୟ ରୁ ଦୁରେଇ ରହିବାକୁ ଚାହୁଁଛନ୍ତି କି ?

KJ Staff
KJ Staff

ବ୍ୟବହାର କରନ୍ତୁ ନଡ଼ିଆ ତେଲ
ଜଣାନ୍ତୁ ନଡ଼ିଆ ତେଲ ର ଅଦ୍ଭୁତ୍ତ ଉପାଦେୟତା

ନଡ଼ିଆ ଗଛ ର ସମସ୍ତ ଭାଗ କୁ ବିଭିନ୍ନ କାରଣ ଲାଗି ବ୍ୟବହାର କରଯାଏ |ନାନାଦି ପୂଜାର୍ଚନା ରେ ଲାଗୁ ହେବା ଏହାର ଫଳ ,ଚେର ,ପତ୍ର ମଧ୍ୟ କାମରେ ଲାଗେ |ଏହି କାରଣ ଲାଗି ଏହାକୁ କଲ୍ପଵୃକ୍ଷ ,ଶ୍ରୀଫଳ ମଧ୍ୟ କୁହାଯାଇଥାଏ |
ତେବେ ୪୫୦୦ ବର୍ଷ ପୂର୍ବ ରୁ ଭାରତ ରେ ଚାଷ କରାଯାଉଥିବା ଏହି ଫଳ ବିଶେଷ କରି ଉପକୂଳ ବର୍ତି ଅଂଚଳ ରେ ଦେଖିବାକୁ ମିଳିଥାଏ |
ତେବେ ଏହି ଚମତ୍କାରୀ ଫଳ ରୁ ବାହାରୁଥିବା ତେଲ ର ଉପାଦେୟତା ବିଷୟରେ ଜଣାନ୍ତୁ :

୧)ଉତ୍ତମ କେଶ ଓ ତ୍ୱଚା ଲାଗି

ଉତ୍ତମ କେଶ ଓ ତ୍ୱଚା ଲାଗି ନଡ଼ିଆ ତେଲ ବିଶେଷ ଉପଯୋଗୀ |ବର୍ତମାନ ବହୁ ପ୍ରକାର କସମେଟିକ ରେ ଏହାକୁ ବ୍ୟବହାର କରାଯାଉଛି |ଯାହାର ସୂକ୍ଷ୍କ ତ୍ୱଚା ସେମାନେ ନଡ଼ିଆ ତେଲ ନିୟମିତ ଲଗାନ୍ତୁ ,ତ୍ୱଚା ର ଚମକ ବୃଦ୍ଧି ହୋଇଥାଏ |ଏକସେମା ,ଅତ୍ୟଧିକ କୁଣ୍ଡେଇ ହେବା ବା ଏହିପରି ସମସ୍ୟା ଥିଲେ ସେହି ସ୍ଥାନ ରେ ନଡ଼ିଆ ତେଲ ଲଗାନ୍ତୁ ,ତୁରନ୍ତ ଆରାମ ମିଳିବ |
କେଶ ରେ ନିୟମିତ ନଡ଼ିଆ ତେଲ ମାଲିସ କଲେ ରୁପି ଏବଂ ଉକୁଣୀ ସମସ୍ୟା ମଧ୍ୟ କମ ଦେଖିବାକୁ ମିଳେ |


୨)ଆଲଜେମର୍ସ ରୋଗୀ ଙ୍କ ଲାଗି :

ବୟସ୍କ ଲୋକ ମାନଙ୍କ ମଧ୍ୟରେ ସ୍ମରଣ ଶକ୍ତି ହ୍ରାସ ଏବଂ ଆଲଜେମର୍ସ ସମସ୍ୟା ଦେଖା ଦେବା ସ୍ୱାଭାବିକ |ଏହି ରୋଗୀ ଙ୍କର ଗ୍ଲୁକୋଶେ ବ୍ୟବହାର କରିବା କ୍ଷମତା କମି ଯାଏ ତେଣୁ ମସ୍ତିସ୍କ କୁ ଆବଶ୍ୟକ ଗ୍ଲୁକୋଶେ ମିଳେ ନାହିଁ ଫଳରେ ସ୍ମୃତିଶକ୍ତି ହ୍ରାସ ପାଇବା ପରି ସମସ୍ୟା ଦେଖିବାକୁ ମିଳିଥାଏ |ନଡ଼ିଆ ତେଲ ରେ ଥିବା କିଟୋନ ଏହି ମସ୍ତିସ୍କ କୁ ଆବଶ୍ୟକ ଶକ୍ତି ଦିଏ ତେଣୁ ଏହି ସମସ୍ୟା ହ୍ରାସ ପାଇବାର ଲକ୍ଷଣ ଦେଖିବାକୁ ମିଳିଥାଏ ବୋଲି ବୈଜ୍ଞାନିକ ମାନେ ମତ ଦିଅନ୍ତି |

୩)ସ୍ୱାସ୍ଥ୍ୟକର ଲିଭର :

ମୂତ୍ର ଦ୍ୱାର ,ମୂତ୍ରାଶୟ ବା ଲିବାର ଜନିତ ସମସ୍ୟା ର ସହଜ ଉପାୟ ନଡ଼ିଆ ତେଲ ର ବ୍ୟବହାର |

୪)ଖାଦ୍ୟ ହଜମ କ୍ଷମତା :

ନଡ଼ିଆ ତେଲ କୁ ହଜମ କରିବା ଖୁବ ସହଜ କାରଣ ଏହା ଫ୍ୟାଟ ରେ ମିଶୁଥିବା ଦ୍ରବ୍ୟ ଯଥା କେତେକ ଭିଟାମିନ ମାନଙ୍କୁ ଅବଶୋଷଣ କରେ ଏବଂ କ୍ଷେତିକାରକ କବକ ଓ କୀଟାଣୁ ମାନଙ୍କୁ ପେଟ ରୁ ସଫା କରେ ତେଣୁ ହଜମ କରିବା କ୍ଷମତା ବୃଦ୍ଧି ହୋଇଥାଏ |

 

୫)ଓଜନ ହ୍ରାସ :

ବିଶେଷ କରି ବଡ ପେଟ ବା ପେଟ ରେ ଅଧିକ ଚର୍ବି ଥିଲେ ନଡ଼ିଆ ତେଲ ରେ ରୋଷେଇ କରି ଖାଆନ୍ତୁ |ଏହା ଅନ୍ୟ ତେଲ ଅପେକ୍ଷା ହଜମ କରିବା ସହଜ ଏବଂ ଏହା ବ୍ୟତୀତ ଥାଇରଏଡ ଓ ହର୍ମାନ ମାନଙ୍କର କାର୍ଯ୍ୟକ୍ଷମତା ମଧ୍ୟ ଏହା ବୃଦ୍ଧି କରିଥାଏ |

୬)ଆବଶ୍ୟକୀୟ କୋଲେଷ୍ଟେରୋଲ :

ଭଲ କୋଲେଷ୍ଟେରୋଲ ଶରୀର ଲାଗି ବେଶ ଉପଯୋଗୀ |ଏହା ଅନୁପଯୋଗୀ କ୍ଳେଷଟେରାଲ ର ମାତ୍ରା ହ୍ରାସ କରିବା ସହ ଏହାର କ୍ଷେତିକାରକ ଗୁଣ ଦୂର କରିଥାଏ |ଉପଯୋଗୀ କୋଲେଷ୍ଟେରୋଲ ଆପଣଙ୍କ ଶରୀର ବିଶେଷ କରି ହୃଦପିଣ୍ଡ କୁ ସୁସ୍ଥ ରଖିଥାଏ |

୭)କ୍ଷତ ବା ଘା ହୋଇଥିଲେ :

ତ୍ୱଚା ଲାଗି ଉପକାରୀ ହେବା ବ୍ୟତୀତ ଏହା କ୍ଷତ ବା ଘା ହୋଇଥିଲେ ମଧ୍ୟ ଏହା ଲାଘବ ଦେଇଥାଏ |
ଏଥିରେ ଥିବା ଲାଉରିକ ଏସିଡ ଆପଣଙ୍କୁ କ୍ଷେତିକାରକ ସୂର୍ଯ୍ୟରଶ୍ମୀ ରୁ ମଧ୍ୟ ସୁରକ୍ଷା ଦେଇଥାଏ |ତେଣୁ ଏହାକୁ ଆପଣ ସନ ସ୍କ୍ରିନ ଭାବେ ମଧ୍ୟ ବ୍ୟବହାର କରିପାରିବେ |

୮)ବର୍ଧ୍ୟାକ୍ୟ ରୁ ଦୁରେଇ ରୁହନ୍ତୁ :

ଆଣ୍ଟିଅକ୍ସୀଡାଣ୍ଟ ଥିବାରୁ ଏହା ଆପଣଙ୍କ ଲିଭର ସ୍ୱାସ୍ଥ୍ୟ ଭଲ ରଖେ ଏବଂ ଆପଣଙ୍କୁ ସୀର୍ଘ ବୃଦ୍ଧ ହେବାକୁ ଦିଏ ନାହିଁ |

ତେଣୁ ସର୍ବଦା ମରା ନଡ଼ିଆ ତେଲ ବ୍ୟବହାର କରନ୍ତୁ ଏବଂ ସୁସ୍ଥ ରୁହନ୍ତୁ |

Like this article?

Hey! I am KJ Staff. Did you liked this article and have suggestions to improve this article? Mail me your suggestions and feedback.

Share your comments