1. କୃଷି ପ୍ରଶିକ୍ଷଣ

ସକାଳୁ କପେ ଗରମ ପାଣି ର ମଜା !

ସକାଳୁ କପେ ଗରମ ପାଣି ର ମଜା !

KJ Staff
KJ Staff

ସକାଳୁ ନିଦ ଭାଙ୍ଗିଲେ ଚା ବା କଫି ପିବ ଆମ ସମସ୍ତଙ୍କ ଅଭ୍ୟାସ ଥିବା ହେଲେ କେବେ ଭାବିଛନ୍ତି କି ସକାଳୁ ଗରମ ପାଣି ର ଆପଣଙ୍କ ଶରୀର ପ୍ରତି କଣ ରହିପାରେ ପ୍ରଭାବ??ନିୟମିତ ସକାଳୁ ଖାଲି ପେଟ ରେ ଗରମ ପାଣି ପୀବ ଦ୍ୱାରା ମୁଖ୍ୟତ ସମସ୍ତ ପ୍ରକାର ପେଟ ଜନିତ ସମସ୍ୟା ଦୂର ହେବ ସାଙ୍ଗରେ ଓଜନ ନିୟନ୍ତ୍ରଣ ଏହା ବିଶେଷ ଉପକାରୀ !

ଜଣାନ୍ତୁ କଣ ଅଛି ଏହାର ଶରୀର ପ୍ରତି ପ୍ରଭାବ :


୧)ଖାଦ୍ୟ ହଜମ :ସକାଳୁ ଭଲ ଭାବେ ଭୋକ ନ ହେବ ମଧ୍ୟ ପେଟ ଜନିତ ସମସ୍ୟା ର ଏକ ଲକ୍ଷଣ !ତେବେ ଏହି ସମସ୍ୟା କୁ ଦୂର କରିବା ଲାଗି ସକାଳୁ ନିୟମିତ ଗରମ ପାଣି ପିଅନ୍ତୁ |ଅଧା ହଜମ ହେଇଥିବା ଖାଦ୍ୟ ପେଟ ରେ ପକାଇବା ସାଙ୍ଗରେ ଏହା ଉଚିତ ଭୋକ କରାଇବାରେ ମଧ୍ୟ ସାହାଯ୍ୟ କରେ |ହଜମ ହେବ ଆରେ ଶରୀର ରେ ଥିବା ଅହିତକାରୀ ଦ୍ରବ୍ୟ ବା ଟକ୍ସିନ କୁ ନିଷ୍କାସନ କରିବା ରେ ଏହା ବିଶେଷ ଉପକାରୀ |

୨)କୋଷ୍ଟ କାଠିନ୍ୟ !!ଏହି ସମସ୍ୟା ଲାଗି ଆଜି କାଲି ପ୍ରାୟେ ସବୁ ବର୍ଗ ର ଲୋକ ଚିନ୍ତିତ ରହୁଛନ୍ତି |ବର୍ତମାନ ଜୀବନ ଶୈଳୀ ଓ ବାହାରୁ ଫାଷ୍ଟ ଫୁଡ ଖାଇବାର ର ଯୁଗ ରେ ଏହି ପରି ସମସ୍ୟା କିଛି ବଡ କଥା ନୁହେଁ |ତେବେ ଏହି ସମସ୍ୟା ର ଉପଚାର ଲାଗି ସବୁଠାରୁ ଉତ୍ତମ ଭାବେ କାର୍ଯ୍ୟ କରେ ସକାଳୁ କପେ ଗରମ ପାଣି |ସକାଳୁ ଗରମ ପାଣି ପିଲେ ଏହା ମଳ ନିଷ୍କାସନ କରିବା ରେ ବହୁ ସାହାଯ୍ୟ କରେ |

୩)ଦେହ ବିନ୍ଧା ହେଉଛି କି ??ଯଦି ହଁ !ତେବେ ଆପଣଙ୍କ ଲାଗି ସବୁଠାରୁ ଉତ୍ତମ ଗରମ ପାଣି |ସମସ୍ତ ପ୍ରକାର ବିନ୍ଧା ଓ ଯନ୍ତ୍ରଣା କୁ ଭଲ କରିବାର କ୍ଷମତା ରଖେ ଗରମ ପାଣି |ତେବେ ଋତୁ ସ୍ରାବ ଲାଗି ବିନ୍ଧା ହେଉଥିଲେ ବା ମୁଣ୍ଡ ବିନ୍ଧା ହେଉଥିଲେ ସକାଳୁ ନିଶ୍ଚିନ୍ତ ଗରମ ପାଣି ପିଅନ୍ତୁ |

୪)ଯଦି ଓଜନ ହ୍ରାସ କରିବାକୁ ଚାହୁଁଥାନ୍ତି -ତେବେ ମଧ୍ୟ ନିଶ୍ଚିନ୍ତ ସକାଳୁ ଖାଲି ପେଟ ରେ ଗରମ ପାଣି ପିଅନ୍ତୁ |ସକାଳୁ ଖାଲି ପେଟ ରେ ଗରମ ପାଣି ପିଇଲା ପରେ ବ୍ୟାୟାମ ଏ ଯୋଗ କଲେ ତାହା ଶରୀର ର ଖାଦ୍ୟ ଆବଶ୍ୟକତାଏବଂ ତାପମାତ୍ରା ବୁଦ୍ଧି କରେ ଫଳରେ ଅହିତକାରୀ ଚର୍ବି ହ୍ରାସ ପାଏ |

 

୫) ରକ୍ତ ଚାପ ଅଧିକ ରହୁଛି କି ?ଯଦି ହଁ !ତେବେ ସକାଳୁ ଗରମ ପାଣି ପିଇବା ଆବଶ୍ୟକ |ରକ୍ତ ଚାପ ଅଧିକ ରହିବାର ର ଏକ କାରଣ ରକ୍ତ ଭେସେଲ ରେ ଅଧିକ ଚର୍ବି ଜମା ହେବ ମଧ୍ୟ ହୋଇପାରେ |ଗରମ ପାଣି ପିଇଲେ ଏହା ନିୟନ୍ତ୍ରିତ ହୁଏ ଫଳର ରକ୍ତ ସଂଚାଳନ ସଠିକ ଭାବେ ହୋଇପାରେ |

୬) ବୟସ କୁ ଅଟକରିବାକୁ ଚାହୁଁଥିଲେ ?ନିଶ୍ଚିନ୍ତ ସକାଳୁ ପିଅନ୍ତୁ ଗରମ ପାଣି |ଏହା ଶରୀର ର ସମସ୍ତ ଜରୁରୀ କାର୍ଯ୍ୟ କୁ ନିୟନ୍ତ୍ରିତ କରେ ଏବଂ ଏହିକରି ଦ୍ରବ୍ୟ ନିଷ୍କାସନ କରିବା ରେ ସାହାଯ୍ୟ କରେ ତେଣୁ ଆପଣ ଶୀଘ୍ର ବୟସ୍କ ଲାଗିବେ ନାହିଁ |

Like this article?

Hey! I am KJ Staff. Did you liked this article and have suggestions to improve this article? Mail me your suggestions and feedback.

Share your comments