1. କୃଷି ପ୍ରଶିକ୍ଷଣ

ଆଜି ବିଶ୍ୱଜଙ୍ଗଲ ଦିବସ !

ଆଜି ବିଶ୍ୱଜଙ୍ଗଲ ଦିବସ !

KJ Staff
KJ Staff
ଜଙ୍ଗଲ ପୃଥିବୀ ରେ ପ୍ରାକୃତିକ ସମ୍ପଦ ଯାହା ପୃଥିବୀ କୁ ଜୀବନ ଧାରଣ କରିବାର କ୍ଷମତା ଦେଇଥାଏ |ବିଭିନ୍ନ ପଶୁ ପକ୍ଷୀ ଙ୍କର ବାସଭବନ ହୋଇଥିବା ବେଳେ ,ମନୁଷ୍ୟ ଉପଯୋଗୀ ବିଭିନ୍ନ ସାମଗ୍ରୀ ଯଥା ଜାଳେଣି ,ଝୁଣା ,କାଠ ,ଚାଙ୍ଗୁଡ଼ି ଇତ୍ୟାଦି ମଧ୍ୟ ଜଙ୍ଗଲ ରୁ ମିଳିଥାଏ |ଏହା ବ୍ୟତୀତ ବାୟୁମଣ୍ଡଳ ରେ ବିଭିନ୍ନ ଗ୍ୟାସ ର ପରିମାଣ ସନ୍ତୁଳନ ରେ ମଧ୍ୟ ଜଙ୍ଗଲ ବହୁ ପ୍ରଭାବ ପକାଇଥାଏ |ଜଙ୍ଗଲ କୁ ପ୍ରକୃତି ର ଆଶୀର୍ବାଦ କହିଲେ ଭୁଲ ହେବ ନାହିଁ |ତେବେ ଏହି ଜଙ୍ଗଲ ର ସଂରକ୍ଷଣ ଓ ବୃଦ୍ଧି ନିମନ୍ତେ ଆଜି ର ଦିନ !ବିଶ୍ୱ ଜଙ୍ଗଲ ଦିବସ |
ଜଙ୍ଗଲ ରେ ନିଆଁ ଲାଗିବ ଘଟଣା ପରିବେଶ ଓ ଜଙ୍ଗଲ ବିଭାଗ ପାଇଁ ଚିନ୍ତା ର ବିଷୟ ପାଲଟିଛି |ଜଙ୍ଗଲ ଓ ପରିବେଶ ବିଭାଗ ଅତିରିକ୍ତ ମୁଖ୍ୟ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର କହିଛନ୍ତି ଯେ ଜଙ୍ଗଲରେ ନିଆଁକୁ ଆୟତ କରିବା ଓ ଲିଭାଇବା ପାଇଁ ବିଭିନ୍ନ ନୂତନ ଉପକରଣ ଫରେଷ୍ଟ ଗାର୍ଡ ମାନଙ୍କୁ ଦିଆଯାଇଛି |
ସେ କହିଛନ୍ତି ଯେ ବହୁ ଚେଷ୍ଟା ପରେ ଓଡ଼ିଶାରେ ୨୦୧୫-୧୭ ମଧ୍ୟରେ ୭୭୫ ବର୍ଗ କିଲୋମିଟର ଜଙ୍ଗଲ ଅଞ୍ଚଳର ବଢିଛି |ଭାରତ ରେ ଓଡିଶା ଏକମାତ୍ର ରାଜ୍ୟ ଯେଉଁଠି ପ୍ରତିବର୍ଷ ସବୁଜ ଶକ୍ତି ନିୟମିତ ବହୁଛି ଏବଂ ୨୦୦୦ ମସିହା ରୁ ଏବେ ପର୍ଯ୍ୟନ୍ତ ୪୦୦୦ ବର୍ଗ କିଲୋମିଟର ସବୁଜ ଶକ୍ତି ର ଅଭିବୃଦ୍ଧି ହୋଇଛି |
ଉଜୁଡା ଜଙ୍ଗଲ ର ପୁନରୁଦ୍ଧାର ପାଇଁ ଆମେ ଜଙ୍ଗଲ ଯୋଜନା ,ଗ୍ରୀନ ମହାନଦୀ ମିଶନ ,କାମ୍ପା ପରି ଯୋଜନା ର ଆରମ୍ଭ କରିଛୁ |ସେହିପରି ପରିବେଶବିତ ବିଶ୍ୱଜିତ ମହାନ୍ତି କହିଛନ୍ତି ଯେ ନୂଆଗଛ ଲଗାଇବା ବଦଳରେ ଜଙ୍ଗଲରେ ଥିବା ପ୍ରାକୃତିକ ଗଛ ର ସୁରକ୍ଷା ଏବଂ ସଂରକ୍ଷଣ ଲାଗି ପଦକ୍ଷେପ ନେବା ଉଚିତ |

Like this article?

Hey! I am KJ Staff. Did you liked this article and have suggestions to improve this article? Mail me your suggestions and feedback.

Share your comments