1. କୃଷି ପ୍ରଶିକ୍ଷଣ

ସ୍ୱାସ୍ଥ୍ୟ ଉପରେ ପାନର ପ୍ରଭାବ

ଘରେ ଘରେ ପରିଚିତ ପାନପତ୍ର ବହୁ ପୁରାତନ ଯୁଗରେ ଲୋକଙ୍କ ମନ କିଣି ଆସିଛି। ଭୋଜନ ପରେ ପାନ ପତ୍ର ରେ ଚୂନ ଗୁଆ ଓ ମସଲା ଦେଇ ମୁଖବାସ ଭାବେ ଗ୍ରହଣ କରିବାର ର ମଜା ନିଆରା।୨ କୋଟି ଭାରତୀୟଙ୍କ ର ଜୀବିକା ସାବ୍ୟସ୍ତ ହୋଇଥିବା ଏହି ପାନପତ୍ର କୁ ଭାରତ ର ' ଗ୍ରିନ ଗୋଲ୍ଡ' ମଧ୍ୟ କୁହାଯାଏ।ଏହା ବ୍ୟତୀତ ପାନ ପତ୍ର ରେ ମଧ୍ୟ ଚମତ୍କାର ଓଷଧୀୟ ଗୁଣ ରହିଛି..

KJ Staff
KJ Staff

ଘରେ ଘରେ ପରିଚିତ ପାନପତ୍ର ବହୁ ପୁରାତନ ଯୁଗରେ ଲୋକଙ୍କ ମନ କିଣି ଆସିଛି। ଭୋଜନ ପରେ ପାନ ପତ୍ର ରେ ଚୂନ ଗୁଆ ଓ ମସଲା ଦେଇ ମୁଖବାସ ଭାବେ ଗ୍ରହଣ କରିବାର ର ମଜା ନିଆରା।୨ କୋଟି ଭାରତୀୟଙ୍କ ର ଜୀବିକା ସାବ୍ୟସ୍ତ ହୋଇଥିବା ଏହି ପାନପତ୍ର କୁ ଭାରତ ର ' ଗ୍ରିନ ଗୋଲ୍ଡ' ମଧ୍ୟ କୁହାଯାଏ।ଏହା ବ୍ୟତୀତ ପାନ ପତ୍ର ରେ ମଧ୍ୟ ଚମତ୍କାର ଓଷଧୀୟ ଗୁଣ ରହିଛି..

ତେବେ ଏହାର କେତୋଟି ବିଶେଷ ଗୁଣ

୧) ଦରଜ ନାଶକ: ପାନ ପତ୍ର କୁ ବାଟି ଖଣ୍ଡିଆ , ଘା ବା ବଥ ରେ ଲଗାଇଲେ କଷ୍ଟ ଲାଘବ ହୋଇଥାଏ।
୨) ଏଥିରେ ଥିବା ଆଣ୍ଟି ଅକ୍ସୀଡାଂଟ ପେଟ ରେ ପି. ଏଚ କୁ ନିୟନ୍ତ୍ରଣ କରେ ଯାହା ଖାଦ୍ୟ ହଜମ ହେବାରେ ସାହାଯ୍ୟ କରେ ଏବଂ କୋଷ୍ଟକାଠିନ୍ୟି ରୁ ମୁକ୍ତି ଦେଇଥାଏ।ଏଥି ଲାଗି ଖାଇ ସାରିବା ପରେ ପାନ ଖଣ୍ଡେ ଚୋବାନ୍ତୁ ବା ଏହାର ରସ କୁ ପ୍ରତିଦିନ ସକାଳୁ ପାନ କରନ୍ତୁ।
୩) ନିୟମିତ ପାନ ପତ୍ର ବ୍ୟବହାର ଦ୍ଵାରା ବାରମ୍ବାର ପେଟ ରେ ହେଇଥିବା ଗ୍ୟାସ୍ ରୁ ରକ୍ଷା ମିଳେ।ଏହା ବ୍ୟତୀତ ଖାଦ୍ୟ ହଜମ ହେବା ଓ ତାର ଉଚିତ୍ ପରିଚାଳନା ଦ୍ୱାରା ଠିକ୍ ସମୟରେ ଭୋକ ମଧ୍ୟ ଲାଗେ ।
୪) ଏହାକୁ ଚୋବାଇଲେ ପତ୍ର ରେ ଥିବା ରସ, ପାଟି ରେ ଥିବା ଅହିତକାରି କବକ ବା ଜୀବାଣୁ ନାଶ କରିବାରେ ସାହାଯ୍ୟ କରେ ଯାହା ଦ୍ଵାରା ଦୁର୍ଗନ୍ଧ ହୁଏ ନାହିଁ।ଏହା ବ୍ୟତୀତ ମାଢି କୁ ମଜ୍ବୁତ୍ ରଖେ ଏବଂ ପାଇରିଆ ପରି ରୋଗ ରୁ ମୁକ୍ତି ଦେଇଥାଏ।ଦିନକୁ ୨ ଥର,ଏହାର ତେଲ ଗୋଟେ ବୁନ୍ଦା କୁ ଗରମ୍ ପାଣି ରେ ମିଶାଇ ସେଥିରେ କୁଳି କଲେ ଦାନ୍ତ ପୋକ ଖାଇ ନାହିଁ ଓ ପାଟି ଦୁର୍ଗନ୍ଧ ହୁଏ ନାହିଁ।

୫) ଥଣ୍ଡା ଓ କଫ ଉପଚାର ଲାଗି ପାନ ପତ୍ର ବେଶ୍ ଉପକାରୀ। ପାନ ପତ୍ର କୁ ଲବଙ୍ଗ ଓ ଅଳେଇଚ ସହ ଫୁଟାଇ ୩ ଥର ବ୍ୟବହାର କଲେ ଏହା କଫ ଓ ଶୁଖିଲା କାସ ରୁ ମୁକ୍ତି ଦେଇଥାଏ ।ଏହା ଶ୍ୱାସ ନଳୀ ଫୁଲିବା କମ୍ କରେ ଏବଂ bronchitis ସମସ୍ୟା ରୁ ଆରାମ ଦେଇଥାଏ।
୬) ଏଥିରେ ଥିବା କ୍ଲାଭିକୋଲ୍ ଜୀବାଣୁ ରୋଧକ ଶକ୍ତି ରଖିଥାଏ ଏବଂ କଟା ଘା ବା ବଥ ଉପରେ ଲଗାଇଲେ ଆରାମ ମିଳେ ।ଏହା ବ୍ୟତୀତ ପ୍ରାକୃତିକ ଭାବେ କବକ ଜନିତ ଚର୍ମ ରୋଗ ରୁ ମଧ୍ୟ ଏହା ମୁକ୍ତି ଦେଇଥାଏ ।
୭) ପାନ ପତ୍ର ର ତେଲ ଲଗାଇଲେ ମୁଣ୍ଡ ବିନ୍ଧା କମେ ।୨ ଚାମଚ ପାନ ପତ୍ର ରସ ସହ ମହୁ ମିଶାଇ ପାନ କଲେ ଏହା ମାନସିକ ସନ୍ତୁଳନ ନିୟନ୍ତ୍ରିତ କରେ।
୮) ପାନ ରସ ବା ତାର ତେଲକୁ ପ୍ରତିଦିନ ଗାଧୁଆ ପାଣି ରେ ମିଶାଇ ସ୍ନାନ କଲେ ,ଏହା ଦିନ ଭରି ନିର୍ଗତ ହେଉଥିବା ସ୍ଵେଦ ର ଦୁର୍ଗନ୍ଧ କୁ ରକ୍ଷା କରେ।
ମାନେ ରଖନ୍ତୁ: ପାନ ପତ୍ର ରେ ବହୁତ୍ ଉପକାରୀ ଦ୍ରବ୍ୟ ଥାଏ ଯଥା କ୍ଲାଭିକଲ, ୟୁଗେନୋଲ୍, ସଫ୍ରୋଲ୍,ଇତ୍ୟାଦି ଯାହା ଏହାକୁ ଔଷଧୀୟ ଗୁଣ ପ୍ରଦାନ କରିଥାଏ।ପାନକୁ ତମ୍ୱାକୁ ବା ଅନ୍ୟ ଅହିତକରି ପଦାର୍ଥ ସହ ବ୍ୟବହାର କରିବା ସ୍ବାସ୍ଥ୍ୟ ପ୍ରତି କ୍ଷତିକାରକ।

Like this article?

Hey! I am KJ Staff. Did you liked this article and have suggestions to improve this article? Mail me your suggestions and feedback.

Share your comments