1. କୃଷି ପ୍ରଶିକ୍ଷଣ

ଉତ୍ତର ଭାରତ ରେ ବ୍ୟାପୁଛି ଏହି ରୋଗ !ଚାଷୀ ମାନେ ରୁହନ୍ତୁ ସାବଧାନ !

ଉତ୍ତର ଭାରତ ର କ୍ଷେତ ରେ ବ୍ୟାପୁଛି ଏହି ରୋଗ !ଚାଷୀ ମାନେ ରୁହନ୍ତୁ ସାବଧାନ !

KJ Staff
KJ Staff

ଧାନ ପରେ ଗହମ ଚାଷ ଭାରତୀୟ କୃଷି ର ଏକ ବିଶେଷ ଅଂଶ |ମୁଖ୍ୟତ ଉତ୍ତର ଭାରତ ରେ ଗହମ ଚାଷ ଅଧିକ ହୋଇଥିଲା ବେଳେ ପୂର୍ବ ଓ ଦକ୍ଷିଣ ଭାରତ ରେ ଧନ ଚାଷ କୁ ଅଧିକ ପ୍ରାଧାନ୍ୟ ଦିଆଯାଇଥାଏ |ତେବେ ଉତ୍ତର ଭାରତ ର ଗହମ ଚାଷ କ୍ଷତ ରେ ବ୍ୟାପୁଛି ସବୁଠାରୁ ଭୟଙ୍କର ହଳଦିଆ ରଷ୍ଟ ରୋଗ |ଏହା ଥଣ୍ଡା ପାଗ ଏବଂ ଶୀତ କାକରା ଥିଲେ ଅଧିକ ଶୀଘ୍ର ବ୍ୟାପିଥାଏ |

ଏହାର କେତେକ ଲକ୍ଷଣ :

-ଏହି ରୋଗ ହେଲେ ଗଛ ର ପତ୍ର ଗୁଡିକରେ ହଳଦିଆ ଗୁଣ୍ଡ ବା ରାଷ୍ଟ ଲାଗିଥିଲା ଭଳି ପ୍ରତୀତ ହୋଇଥାଏ |
-ଏହି ରଷ୍ଟ ବା ପାଉଡର କୁ ଅତ୍ୟଧିକ ଆକ୍ରାନ୍ତ ଗଛ ରେ ସମ୍ପୂର୍ଣ ଗଛ ର ପତ୍ର ରେ ଦେଖିବାକୁ ପାଇବେ |
-ଏହି ହଳଦିଆ ରଷ୍ଟ କୁ ଛୁଇଁଲେ ଏହା ଆପଣଙ୍କ ହାତରେ ବା ବସ୍ତ୍ର ରେ ଲାଗିଯାଇଥାଏ |
-ରୋଗ ଟି କାଳକ୍ରମେ ଜମି ରେ ଥିବା ସମସ୍ତ ଗହମ ଗଛ କୁ ବେଶ ଶୀଘ୍ର ଆକ୍ରମଣ କରିଥାଏ
-ଏହା ଦ୍ୱାରା ପତ୍ର ର ଖାଦ୍ୟ ଉତ୍ପାଦନ କ୍ଷମତା ହ୍ରାସ ପାଇଥାଏ ଏବଂ ପ୍ରକାରାନ୍ତରେ ଗଛ ଖାଦ୍ୟ ଅଭାବ ରୁ ସୁଖୀ ମରିଯାଏ |

 

ଗତ ମାସ ରେ ଏହି ରୋଗ ଆକ୍ରମଣ ଆରମ୍ଭ ହେବା ପରେ ପଞ୍ଜାବ ର କୃଷି ଓ କୃଷକ ବିକାଶ ମନ୍ତ୍ରାଳୟ ପକ୍ଷରୁ ଏହି ରୋଗ ଠାରୁ ସୁରକ୍ଷା ଲାଭ ପାଇଁ କେତେକ ଉପଦେଶ ଜାରି କରିଥିଲେ ଏବଂ ପରେ ପରେ ଭାରତୀୟ ଗହମ ଓ ବାର୍ଲି ଅନୁସନ୍ଧାନ ଅନୁଷ୍ଠାନ ପକ୍ଷରୁ ମଧ୍ୟ ଏହି ପରି ଉପଦେଶ ଦିଆଯାଇଥିଲା |

ବଏର କ୍ରପ୍ ସାଇନ୍ସ ଅନୁଯାୟୀ ଶତକଡା ୫ ରୁ ୩୦ ଭାଗ ଅମଳ ଏହା ଦ୍ୱାରା ପ୍ରଭାବିତ ହୋଇଥାଏ |ରଷ୍ଟ ର ଆକ୍ରମଣ ଦ୍ୱାରା ପତ୍ର ରେ ଥିବା ସବୁଜ ଅଂଶ ହ୍ରାସ ପାଇଥାଏ ଏବଂ ଫଳରେ ଗଛ ଖାଦ୍ୟ ପ୍ରସ୍ତୁତ କରି ପରେ ନାହେଁ ଏଣୁ ଅମଳ ହ୍ରାସ ହୋଇଥାଏ |

ଏହା ଉତ୍ତର ଓଡିଶା ର ମୁଖ୍ୟ ଗହମ ରୋଗ ହୋଇଥିଲା ବେଳେ ଓଡିଶା ଉପରେ ମଧ୍ୟ ଏହାର ପ୍ରଭାବ ରହିପାରେ ଏଣୁ ଚାଷୀ ମାନଙ୍କୁ ସାବଧାନ ରହିବାକୁ ଅନୁରୋଧ |
ଗତ ବର୍ଷ ଆଇ.ଏ.ଆର.ଆଇ ଦ୍ୱାରା ଏକ ନୂତନ ଗହମ କିସମ ର ଉଦ୍ଭାବନ କରାଯାଇଥିଲା ଯାହା ଏହି ରୋଗ ର ପ୍ରତିରୋଧକ ଶକ୍ତି ରଖିଥିଲା |ଏହାର ନାମ ପୁଷ ଯଶସ୍ବୀ |ଉଦ୍ଭିଦ୍ଦ ବିଶେଷଜ୍ଞ ଙ୍କ ମତରେ ଯଦି ଆପଣ ନିଜ ଫସଲରେ ମେଂଚା ମେଂଚା ହୋଇ ହଳଦିଆ ରଷ୍ଟ ଦେଖୁଛନ୍ତି ତେବେ ତୁରନ୍ତ କବକନାଶକ ସ୍ପ୍ରେ କରିବାର ବ୍ୟବସ୍ତା କରନ୍ତୁ |

 

Like this article?

Hey! I am KJ Staff. Did you liked this article and have suggestions to improve this article? Mail me your suggestions and feedback.

Share your comments