1. କୃଷି ଉପକରଣ

ଚାଷୀଙ୍କ ଲାଗି ନୂତନ କୃଷି ଯନ୍ତ୍ରପାତି

ଚାଷୀଙ୍କ ଲାଗି ନୂତନ କୃଷି ଯନ୍ତ୍ରପାତି

KJ Staff
KJ Staff

କୃଷକଙ୍କ ସମସ୍ୟା ର ଏବେ ଆସିଛି ଏକ ନୂତନ ପ୍ରତିକାର ;ଯନ୍ତ୍ର ଯାହା କରିପାରିବ ୫ ପ୍ରକାର କାମ |ଆଧୁନିକ ପ୍ରଣାଳୀ ରେ ଚାଷ କରିବା ପାଇଁ ବିଭିନ୍ନ ଉପକରଣ ଆବଶ୍ୟକ ହୋଇଥାଏ ଫଳରେ ଅଧିକ ଖର୍ଚ୍ଚାନ୍ତ ହେବାକୁ ପଡେ ଏଣୁ ସମ୍ବଲପୁର ଜିଲ୍ଲା,ବାମରା ବ୍ଲକ ର ଟେକ୍ନୋଲୋଜି ମ୍ୟାନେଜର କୃଷ୍ଣ ଚନ୍ଦ୍ର ନାୟକ ଜଣେ  ଯୁବକ ସ୍ୱଚେଷ୍ଟା ରେ ଏହି ପରି ଏକ ବିଶେଷ ଉପକରଣ ର ନିର୍ମାଣ କରିଛନ୍ତି |

ଏହି ପଞ୍ଚକର୍ମ ଯନ୍ତ୍ର ମାତ୍ର ୧୫୦୦ ଟଙ୍କା ଖର୍ଚ ରେ ନିର୍ମିତ ଏହି ମେସିନ ଚାଷୀଙ୍କ ଲାଗି ବେଶ ଉପଯୋଗୀ ହୋଇପାରିଛି |ଜମିରୁ ପୋକ ନିଧନ କରିବା ସାଙ୍ଗରେ ଏହାକୁ ସମୁଳ ମାରିବାରେ ସାହାଯ୍ୟ କରୁଥିବା ଏହି ଯନ୍ତ୍ର ମକା ରୁ ମଞ୍ଜି ଛଡାଇ ପାରିବ ,ଧାନରୁ କୁଣ୍ଡା ଉଡାଇବା ଏବଂ ନଡ଼ିଆ କୋରିବା ପରି ବିଭିନ୍ନ କାର୍ଯ୍ୟ କରିପାରୁଥିବାରୁ ଏହାର ନାମ ପଞ୍ଚକର୍ମ ଯନ୍ତ୍ର ଦିଆଯାଇଛି |ଏହାକୁ ଚଳାଇବା ଲାଗି ବିଜୁଳି ,ପେଟ୍ରୋଲ  ବା ଡିଜେଲ ର ଆବଶ୍ୟକତା ନାହିଁ |
ଧାନ ଗଛ ରୁ ନାଲି ପୋକ ନଷ୍ଟ କରିବା ମଧ୍ୟ ବେଶ କଷ୍ଟକର କିନ୍ତୁ ଏହି ଯନ୍ତ୍ର କୁ ଦୁଇ ପଟରେ ଦୁଇ ଜଣ ଧରି ଜମିରେ ଚଳାଇଲେ ଧାନ ଗଛ ରେ ଥିବା ନଳୀ ପୋକ ତଳେ ପଡି ମରିଯାଇଥାଏ |ଏହି ମେସିନ କୃଷି କ୍ଷେତ୍ର ରେ ବେଶ ସହାୟକ ହେବ ବୋଲି ମତ ଦେଇଛନ୍ତି ସହକାରୀ କୃଷି ଅଧିକାରୀ |

Like this article?

Hey! I am KJ Staff. Did you liked this article and have suggestions to improve this article? Mail me your suggestions and feedback.

Share your comments