1. କୃଷି ଉପକରଣ

ଜମି ପ୍ରସ୍ତୁତି ରେ ଗୋଟିଏ ନୂତନ ଯୁଗର ସୂର୍ଯ୍ୟଦୋଗ

ଆଜିକାଲି କୃଷି ଶ୍ରମିକ ର ଅପସାରଣ ହିଁ କୃଷକମାନଙ୍କ ପାଇଁ ଗୋଟେ ବଡ ସମସ୍ୟା |କୃଷି ଶ୍ରମିକ ଅଭାବ କାରଣରୁ ସମୟ ଅନୁସାରେ ଆବଶକୀୟ କର୍ମଣ ନ କରିପାରି ଉତ୍ପାଦନ ହ୍ରାସ ହେତୁ ଚାଷୀଟିଏ ଶାରୀରିକ ଓ ମାନସିକ ଛପା ଭିତରେ ରହିଥାଏ |

KJ Staff
KJ Staff

ଆଜିକାଲି କୃଷି ଶ୍ରମିକ ର ଅପସାରଣ ହିଁ କୃଷକମାନଙ୍କ ପାଇଁ ଗୋଟେ ବଡ ସମସ୍ୟା |କୃଷି ଶ୍ରମିକ ଅଭାବ କାରଣରୁ ସମୟ ଅନୁସାରେ ଆବଶକୀୟ କର୍ମଣ ନ କରିପାରି ଉତ୍ପାଦନ ହ୍ରାସ ହେତୁ ଚାଷୀଟିଏ ଶାରୀରିକ ଓ ମାନସିକ ଛପା ଭିତରେ ରହିଥାଏ |

ଭାରତୀୟ କୃଷି ର ପ୍ରାଥମିକ ଯନ୍ତ୍ର କୌଶଳ ହିଁ ଏହି ସମସ୍ୟା ର ପ୍ରକୃଷ୍ଟ ସମାଧାନ |ଏହାଦ୍ୱାରା ଚାଷୀଟିଏ ନିଜର ସ୍ୱଳ୍ପ ବ୍ୟୟ ସମ୍ଭବ କୃଷି ଯନ୍ତ୍ରାଂଶ ସାହାଯ୍ୟ ରେ ଓ କଠୋର ପରିଶ୍ରମ ବିନା ନିଜର ଖୁବ ସହଜରେ କୃଷି ଭିତିକ କାର୍ଯ୍ୟ ସାଧ୍ୟ କରିପାରିଥାଏ |

ତେବେ ଜଙ୍ଗଲ ,କୃଷି ଯନ୍ତ୍ରାଂଶ ,ବଗିଚା ପରିଚାଳନା କ୍ଷେତ୍ର ରେ ସଫଳ ବ୍ୟବହାର ଯନ୍ତ୍ରାଂଶ ଉତ୍ପାଦନର ପ୍ରମୁଖ ସଂସ୍ଥା (STIHL ) କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କ ଲାଗି କିଛି ସୁଲଭ ଯନ୍ତ୍ରାଂଶ ଉତ୍ପାଦନକରି ଭାରତୀୟ କୃଷି କୁ ବ୍ୟାପକ କରିବାରେ ଅଗ୍ରଣୀ ଭୂମିକା ଗ୍ରହଣ କରିଛନ୍ତି |

ପାୱାର ଟିଲର କ୍ଷେତ୍ର ରେ ଗୋଟିଏ ଉତ୍ତମ ଉତ୍ପାଦନର ଆବଶ୍ୟକତା ଥିଲାବେଳେ MH 610 ଓ MH 710 ଆଦି ଟିଲର ପ୍ରସ୍ତୁତ କରି ଜମି ପ୍ରସ୍ତୁତି କ୍ଷେତ୍ର ରେ ସ୍ତିଲ- ଇଣ୍ଡିଆ ଗୋଟେ ନୂତନ ଯୁଗ ର ଆରମ୍ଭ କରିଛି |ବିଶେଷ କରି ମାଟି ଟାଣ ଥିଲେ ଟିଲର ଟି ତାକୁ ଭଲ ଭାବେ ଗୁଣ୍ଡ କରିବାରେ ସାହାଯ୍ୟ କରିଥାଏ | ସ୍ତିଲ ପ୍ରସ୍ତୁତ ଏବଂ ବିଶ୍ୱ ପ୍ରସିଦ୍ଧ ୟୁରୋ -ଭି ଇଂଜିନ ସବୁଠାରୁ ବଡ ବୈଶିଷ୍ଟ୍ୟ ହେଲା ଏହା କମ ଇନ୍ଧନରେ ଉତ୍ତମ ଦକ୍ଷତା ଦେଖାଇଥାଏ |ଏହା ବ୍ୟତୀତ ଏଥିରେ ଥିବା ୱେଟ ଏୟାର ଫିଲ୍ଟର କାର୍ବୋନେଟକୁ ସୁଦ୍ଧା ଓ ନିର୍ମଳ ବାୟୁ ରେ ପରିବେଷଣ କରି ଉତ୍କୃଷ୍ଟ କାର୍ଯ୍ୟ କ୍ଷମତା ପ୍ରଦାନ କରିଥାଏ |ଆହୁରି ମଧ୍ୟ ଏହା ଜଳସେଚନ ଓ ସ୍ପ୍ରେ ଇତ୍ୟାଦି କାର୍ଯ୍ୟରେ ସାହାଯ୍ୟ କରିଥାଏ |ଏହା ଛଡା ଅନ୍ତଚାଷ ,ମାଟି ଲେଉଟାଇବା ,ଘାସ ବାଛିବା ,ଚାରା ରୋପଣ ପାଇଁ ଧାଡି କରିବା ଇତ୍ୟାଦିରେ ମଧ୍ୟ ଏହି ଟିଲରର ଯଥେଷ୍ଟ କ୍ଷମତା ରହିଛି |ଫ୍ରଣ୍ଟ ଲିଫ୍ଟ ହ୍ୟାଣ୍ଡେଲ ,ପରିବହନ ଓ ରନିଙ୍ଗ ହୁଇଲ ନିୟନ୍ତ୍ରଣ ହ୍ୟାଣ୍ଡେଲ ଥିବାରୁ ଏହାକୁ ସହଜରେ ବ୍ୟବହାର ଓ ପରିଚାଳନା କରିହୁଏ |

ଏହାବ୍ୟତୀତ ସାଧାରଣ ଥ୍ରେଟେଲ ଆକଚୁଏସ୍ନ ଗିୟର ପରିବର୍ତନ ବ୍ୟବସ୍ତା ,ମଜଭୁତ ଗିୟର ବକ୍ସ ,ସୁରକ୍ଷା କବର ଇତ୍ୟାଦି ସ୍ତିଲ ଟିଲ ର ଅତି ସାଧାରଣ ବିଶେଷତ୍ୱ ଅଟେ |

ସ୍ତିଲ ଯଥାକ୍ରମେ ୬ ଏଚ.ପି ଓ ୭ ଏଚ .ପି ଶକ୍ତିଥିବା ୨ ଟି ଏମ ଏଚ ୬୧୦ ଓ ଏମ ଏଚ ୭୧୦ ଟିଲର ପ୍ରସ୍ତୁତ କରିଛନ୍ତି ଏବଂ ଏଜ ସାରାଦେଶରେ ଉପଲବ୍ଧ ଅଛି |ଏହି ଟିଲର ଗୁଡିକ ଘାସବଛା ଯନ୍ତ୍ର ,ପମ୍ପସେଟ ,ଗାତ ଖୋଳା ଯନ୍ତ୍ର ସ୍ପ୍ରେୟର ଇତ୍ୟାଦି କୃଷକ ବ୍ୟବହାର ଯୋଗ୍ୟ ଯନ୍ତ୍ରାଂଶ ସହ କୃଷକ ଙ୍କ ପାଖରେ ବେଶ ଆଦୃତ ହୋଇପାରିଛନ୍ତି |ସ୍ତିଲ ମଧ୍ୟ କୃଷକ ମାନଙ୍କୁ ଉତ୍ସାହିତ କରିବା ପାଇଁ ଟି.ଭି.ଏସ ସ୍ତର ସିଟି ମାତ୍ର ସାଇକେଲ ଓ ଅନ୍ୟାନ୍ୟ ପୁରସ୍କାର ର ବ୍ୟବସ୍ତା କରିଛନ୍ତି |ଭାରତୀୟ ବଜାରରେ ସ୍ତିଲ ର ଏହି ପୁଞ୍ଜି ବିନିଯୋଗ ବୃଦ୍ଧି ନିମନ୍ତେ ସ୍ତିଲ ଦ୍ରୁତ ଉଦ୍ୟମର ପରିଚୟ ଦେଇଛି |

ଭାରତୀୟ କୃଷି କ୍ଷେତ୍ରରେ ସ୍ୱଳ୍ପ ଉତ୍ପାଦନ ଗୋଟିଏ ମୁଖ୍ୟ ସମସ୍ୟା ଥିବା ବେଳେ ସ୍ତିଲ ପ୍ରସ୍ତୁତ ଯନ୍ତ୍ରାଂଶ ଏହାର ପ୍ରାଥମିକ କୃଷି ଯାନ୍ତ୍ରିକରଣ ମାଧ୍ୟମରେ ଏହା ସମାଧାନ କରିବା ସହ କୃଷକ ମାନଙ୍କ ଜୀବିକା ବିକାଶରେ ପ୍ରମୁଖ ଭୂମିକା ଗ୍ରହଣ କରିଛି |

Like this article?

Hey! I am KJ Staff. Did you liked this article and have suggestions to improve this article? Mail me your suggestions and feedback.

Share your comments