1. କୃଷି ଉପକରଣ

ଫସଲରେ କୀଟନାଶକ ସ୍ପ୍ରେ କରିବାକୁ ବାହାରିଛନ୍ତି କି???

ଫସଲର ବିଭିନ୍ନ ପ୍ରକାରର ରୋଗ ପୋକ ଓ ସତ୍ରୁଜିବା ଆକ୍ରମଣ ଯୋଗୁଁ ଅମଳ ବାଧାପ୍ରାପ୍ତ ହୋଇଥାଏ।ଏହି ଅନିଷ୍ଟକାରୀ ଜୀବମାନଙ୍କ କବଳରୁ ଫାଳକୁ ରକ୍ଷା କରିବା ପାଇଁ ରାସାୟନିକ ଔଷଧ ପ୍ରୟୋଗ କରାଯାଏ ରାସାୟନିକ ଔଷଧ ପ୍ରୟୋଗ କଳା ବେଳେ ମୁଖ୍ୟତଃ ୩ ଟି ଦିଗ ପ୍ରତି ସତର୍କତା ଅବଲମ୍ବନ କରିବା ଉଚିତ୍ ।ସେଗୁଡିକ ହେଲା

KJ Staff
KJ Staff

ଫସଲର ବିଭିନ୍ନ ପ୍ରକାରର ରୋଗ ପୋକ ଓ ସତ୍ରୁଜିବା ଆକ୍ରମଣ ଯୋଗୁଁ ଅମଳ ବାଧାପ୍ରାପ୍ତ ହୋଇଥାଏ।ଏହି ଅନିଷ୍ଟକାରୀ ଜୀବମାନଙ୍କ କବଳରୁ ଫାଳକୁ ରକ୍ଷା କରିବା ପାଇଁ ରାସାୟନିକ ଔଷଧ ପ୍ରୟୋଗ କରାଯାଏ
ରାସାୟନିକ ଔଷଧ ପ୍ରୟୋଗ କଳା ବେଳେ ମୁଖ୍ୟତଃ ୩ ଟି ଦିଗ ପ୍ରତି ସତର୍କତା ଅବଲମ୍ବନ କରିବା ଉଚିତ୍ ।ସେଗୁଡିକ ହେଲା
- ଠିକ୍ ସମୟ
- ଠିକ୍ ଔଷଧ
- ଠିକ୍ ଅନୁପାତ

କେଉଁ ଔଷଧ କେତେ ସଂପୃକ୍ତ ବିଶେଷଜ୍ଞଙ୍କ ଠାରୁ ପରାମର୍ଶ ଗ୍ରହଣ କରି ଫସ୍ଲାରେ ରାସାୟନିକ ଔଷଧ ପ୍ରୟୋଗ କରିବ ଉଚିତ୍ ।

 

କେଉଁ ଦିଗ ପ୍ରତି ବିଶେଷ ଧ୍ୟାନ ଦେବେ -

  • କେତେ ଔଷଧ କେତେ ପାଣିରେ ମିଶାଇବାକୁ ପଡ଼ିବ ?
  • ଏକର/ ହେକ୍ଟର ପ୍ରତି କେତେ ଔଷଧ ଦରକାର ପଡିବ ?


ସ୍ପ୍ରେ କରିଆବାର ନିୟମାବଳୀ !!


-ବିଭିନ୍ନ ଉଦ୍ଦେଶ୍ୟର ଗଛର ରାସାୟନିକ ବା ଜୈବିକ ପଦାର୍ଥ ସ୍ପ୍ରେ କରାଯାଇଥାଏ।ଏହା କୌଣସି କୀଟନାଶକ ,ତୃଣ ନାଶକ,ଫିମ୍ପି ନାଶକ,ଖାଦ୍ୟରେ ହୋଇପାରେ।ସମ୍ପୂର୍ଣ୍ଣ ଜଳରେ ଦ୍ରବିଭୂତ ହେଉଥିବା ପଦାର୍ଥ ହିଁ ସ୍ପ୍ରେ ପାଇଁ ବ୍ୟବହାର କରାଯାଏ । ତେବେ ସେଥିପାଇଁ କେତେକ ମୌଳିକ ନିୟମାବଳୀ ଉପରେ ଦୃଷ୍ଟି ଦେବା ଆବଶ୍ୟକ ।

-ସ୍ପ୍ରେ ଦ୍ରବଣ ପାଇଁ ସର୍ବଦା ସ୍ୱଚ୍ଛ ଜଳ ର ବ୍ୟବହାର କରିବା ଉଚିତ୍ ।


- ସ୍ପ୍ରେ ପାଇଁ ବ୍ୟବହୃତ ଜଳର ଅମ୍ଲତା ଓ ବୈଦ୍ୟୁତିକ ପ୍ରବହାମାନ ସାଧାରଣ ଆବଶ୍ୟକ ।


- ପୂର୍ବରୁ ସୋରେୟର ଟି ଅନ୍ୟ ରସ୍ୟନିକ ଔଷଧ ପକାଇବା ଲାଗି ବ୍ୟବହାର ହୋଇଥିଲେ ତାକୁ ପୁନର୍ବାର ବ୍ୟବହାର କରିବା ଆଗରୁ ଭଲ ଭାବେ ଧୋଇବା ଆବଶ୍ୟକ ।


- ସର୍ବଦା ସନ୍ଧ୍ୟା ସମୟରେ ସ୍ପ୍ରେ କରିବା ଆବଶ୍ୟକ ।ଖରାବେଳେ ଆଦୌ ସ୍ପ୍ରେ କରିବା ଉଚିତ୍ ନୁହେଁ।


- ସ୍ପ୍ରେ କରିବା ସମୟରେ ଆବଶ୍ୟକ ସତର୍କତା ଅବଲମ୍ବନ କରନ୍ତୁ ଯେପରି ଗ୍ଲୋବସ୍,ଚଷମା ,ମୁଖ ଆଦି ପରିଧାନ କରିବା ଆବଶ୍ୟକ ।


- ସର୍ବଦା ଅନୁମୋଦିତ ମାତ୍ରାରେ ରାସାୟନିକ ପଦାର୍ଥ ବ୍ୟବହାର କରିବା ଉଚିତ୍ ।


- ଅତ୍ୟଧିକ ପବନ ବହୁଥିବା ସମୟରେ ସ୍ପ୍ରେ କରନ୍ତୁ ନାହିଁ।


- ବର୍ଷ ସମୟରେ ସ୍ପ୍ରେ କଲାବେଳେ ଷ୍ଟିକର୍ ବା ଅଠା ର ବ୍ୟବହାର କରନ୍ତୁ ।ଏହାଦ୍ବାରା ଔଷଧ ଧୋଇ ହୋଇ ନଷ୍ଟ ହୁଏ ନାହିଁ।

Like this article?

Hey! I am KJ Staff. Did you liked this article and have suggestions to improve this article? Mail me your suggestions and feedback.

Share your comments