1. କୃଷି ଉପକରଣ

ଦୃଢ ଇଚ୍ଛାଶକ୍ତି ରେ ବଳ!

କେରଳ ସ୍ତିତ ମଲପୁରମ ଜିଲା ର ପି.ଭି.ସୁରେଶ ନିଜର ଦୃଢ ଇଚ୍ଛାଶକ୍ତି ର ଦେଖାଇଛନ୍ତି ଅୟୁର୍ବ ପ୍ରଦର୍ଶନ | ସ୍ୱୟଂଚାଳିତ ଗୁଆ ଗଛ ଚଢ଼ିପାରୁଥିବା ଯନ୍ତ୍ର ର ନିର୍ମାଣ କରି ସେ ଇଂ.ଆଇ.ଏଫ ରେ ଅନୁଷ୍ଠିତ ଦଶମ ବୈନିୟାଲ ଇନୋଭେସନ ଆୱାର୍ଡ ରେ ତୃତୀୟ ସ୍ଥାନ ଅଧିକାର କରିପାରିଛନ୍ତି |ଏହି ପୁରସ୍କାର ଟି ସେ ଦେଶ ବ୍ୟାପି ଚୟନ କରାଯାଇଥିବା ୧୨୫୦୦ ଟି ଉଦ୍ଭାବକ ଙ୍କୁ ବାଦ ଦେଇ ତୁର୍ତିୟ ସ୍ଥାନ ରେ ରହିଥିବାରୁ, ମାନ୍ୟବର ରାଷ୍ଟ୍ରପତି ରାମ ନାଥ କୋବିନ୍ଦ ଙ୍କ ହାତରୁ ପୁରସ୍କୃତ ହୋଇଥିଲେ |

KJ Staff

ଏହି ସ୍ୱୟଂ ଚାଳିତ ଯନ୍ତ୍ର ଟି ପେଟ୍ରୋଲ ଇଂଜିନ ସାହାଯ୍ୟ ରେ କାମ କରେ ଏବଂ ବିଭିନ୍ନ ଗିଅର ଦ୍ୱାରା ଠିକ ଗାଡି ପରି ଆଗକୁ ଏବଂ ପଛକୁ ଯାଇ କାର୍ଯ୍ୟ କରିପାରେ |ଏହାକୁ ରିମୋଟ ଦ୍ୱାରା ପରିଚାଲ କରିହେବ ଏବଂ ଏହା ସମସ୍ତ ପ୍ରକାର ଗୁଆ ଓ ତଳ ଗଛ ଲାଗି ନିର୍ମାଣ କରାଯାଇଛି ଏବଂ ୨ ରୁ ୩ ମିନିଟ ମଧ୍ୟ ରେ ଏହି ଯନ୍ତ୍ର ଗଛରୁ ଅମଳ କରିବା ରେ ସକ୍ଷମ |ଏଥିରେ ମାତ୍ର ୦.୫ ଲିଟର ର ପେଟ୍ରୋଲ ଆବଶ୍ୟକ ହୋଈଥିଏ |

ଏହି ମେସିନ ର ନିର୍ମାଣ ରେ ମଲପୁରମ ର ନାବାର୍ଡ ତାଙ୍କୁ ବହୁ ସାହାଯ୍ୟ କରିଥିଲେ ଏବଂ ନାବାର୍ଡ ଅଧିକାରୀ ଜେମ୍ସ ପି.ଗର୍ଜ ଙ୍କ କହିବା ଅନୁଯାୟୀ ,"ସୁରେଶ ଙ୍କର କିଛି ନୂତନ ଉଦ୍ଭାବନ କରିବା ଲାଗି ଇଚ୍ଛାଶକ୍ତି ବହୁତ ଥିଲା |ତେବେ ସୁରେଶ ବ୍ୟକ୍ତିଗତ ଭାବେ ଗୋଟେ ଗରିବ ପରିବାର ରେ ଜନ୍ମ ଗ୍ରହଣ କରିଥିଲା ବେଳେ ମାତ୍ର ନବମ ଶ୍ରେଣୀ ଯାଏ ପାଠ ପଢ଼ିଛନ୍ତି ଏବଂ ଜଣେ ଶ୍ରମିକ ଭାବେ କାମ କରୁଥିଲେ |

ଏହା ବ୍ୟତୀତ ସୁରେଶ ୨୦୦୪ ମସିହା ରେ ୬୦ ଟି ଘର କୁ ବିଦ୍ୟୁତ ଯୋଗାଇ ପାରୁଥିବା ଏକ ହାଇଡ୍ରୋ ଇଲେକ୍ଟ୍ରିକ ପ୍ରକଳ୍ପ ର ନିର୍ମାଣ କରିଥିଲେ |ଏହାର ୨ ବର୍ଷ ପରେ ସେ ଏକ ରୋପୱେ ପ୍ରକଳ୍ପ ର ନିର୍ମାଣ କରିଥିଲେ ଯାହା ରସି ସାହାଯ୍ୟ ରେ ସମସ୍ତ ଚାଷ ଅମଳ କୁ ୧୨୦୦ ଫୁଟ ରୁ ତଳକୁ ଆଣିପାରିବ |
ଏମିତି ଓଢ଼ବବନ ଲାଗି ସେ ଅନ୍ୟ ବହୁ ପୁରସ୍କାର ର ଅଧିକାରୀ ମଧ୍ୟ ହୋଇଛନ୍ତି |ଏହି ପରି ଇଚ୍ଛାଶକ୍ତି ସମସ୍ତଙ୍କ ଲାଗି ଏକ ପ୍ରେରଣା |

Like this article?

Hey! I am KJ Staff. Did you liked this article and have suggestions to improve this article? Mail me your suggestions and feedback.

Share your comments