1. କୃଷି ଉପକରଣ

ସମବାୟ କ୍ଷେତ୍ରରେ ରାଜ୍ୟ ସରକାରଙ୍କ ବଡ଼ ପରିବର୍ତ୍ତନ

ସେ ରାଜ୍ୟ ହେଉ କି କେନ୍ଦ୍ର ସେମାନେ ସବୁବେଳେ ଦେଶର ଜନତାଙ୍କ ସୁବିଧା କଥା ଚିନ୍ତା କରିଛନ୍ତି l ସେ ଚାଷୀ ଠାରୁ ଆରମ୍ଭ କରି ସାଧାରଣ ଜନତା ସମସ୍ତଙ୍କ ପାଇଁ କିଛି ନା କିଛି ଯୋଜନା ପ୍ରଣୟନ କରାଇଛନ୍ତି ଯାହା ସେମାନଙ୍କୁ ସମସ୍ତ ସୁବିଧା ଯୋଗାଇବାରେ ସାହାଯ୍ୟ କରୁଛି l ତେବେ କୃଷକ ହେଉଛନ୍ତି ଆମ ଦେଶର ମେରୁଦଣ୍ଡ l

Tanushree Mahapatra
Tanushree Mahapatra
Cooperative banks will be computerized , image source - twitter

Cooperative banks will be computerized , image source - twitter

ସେ ରାଜ୍ୟ ହେଉ କି କେନ୍ଦ୍ର ସେମାନେ ସବୁବେଳେ ଦେଶର ଜନତାଙ୍କ ସୁବିଧା କଥା ଚିନ୍ତା କରିଛନ୍ତି l ସେ ଚାଷୀ ଠାରୁ ଆରମ୍ଭ କରି ସାଧାରଣ ଜନତା ସମସ୍ତଙ୍କ ପାଇଁ କିଛି ନା କିଛି ଯୋଜନା ପ୍ରଣୟନ କରାଇଛନ୍ତି ଯାହା ସେମାନଙ୍କୁ ସମସ୍ତ ସୁବିଧା ଯୋଗାଇବାରେ ସାହାଯ୍ୟ କରୁଛି l ତେବେ କୃଷକ ହେଉଛନ୍ତି ଆମ ଦେଶର ମେରୁଦଣ୍ଡ l କୃଷି ସହିତ ଶିକ୍ଷା ଏବଂ ସ୍ୱାସ୍ଥ୍ୟକୁ ମଧ୍ୟ ଗୁରୁତ୍ୱ ଦେଇଛନ୍ତି ସରକାର l ସମସ୍ତ ଯୋଜନାକୁ ରାଜ୍ୟରେ ସହଜରେ ସମସ୍ତଙ୍କ ପାଖରେ ପହଞ୍ଚାଇପାରିବା ପାଇଁ ସରକାର ଯୋଜନା ଗୁଡିକୁ ଡିଜିଟାଲ କରିଛନ୍ତି l ଯେଉଁଥିରେ ସମସ୍ତ ତଥ୍ୟ ସୁରକ୍ଷିତ ଭାବେ ରହି ପାରୁଛି l ଗତକାଲି ସମବାୟ କ୍ଷେତ୍ରରେ ମଧ୍ୟ ରାଜ୍ୟ ସରକାର ଏକ ବଡ଼ ପରିବର୍ତ୍ତନ ଘୋଷଣା କରିଛନ୍ତି l

ଓଡ଼ିଶା ଏକ କୃଷି ପ୍ରଧାନ ରାଜ୍ୟ l ଏହି ରାଜ୍ୟର ଚାଷୀଙ୍କ ଉନ୍ନତି କରିବାକୁ ରାଜ୍ୟ ସରକାର ସଦା ସର୍ବଦା ପ୍ରୟାସରତ ରହିଛନ୍ତି । ଏବେ ରାଜ୍ୟରେ ପ୍ରାଥମିକ କୃଷି ସମବାୟ ସମିତି ଏବଂ ବୃହତ ଅଞ୍ଚଳ ବହୁମୁଖୀ ସମବାୟ ସମତିର କାର୍ଯ୍ୟ ତ୍ୱରାନ୍ୱିତ କରିବାକୁ ସମବାୟ ବିଭାଗ ପକ୍ଷରୁ ପଦକ୍ଷେପ ଆରମ୍ଭ ହୋଇଛି । ଆସନ୍ତା ଅକ୍ଟୋବର ପହିଲା ସୁଦ୍ଧା ସମସ୍ତ ପ୍ୟାକ୍ସ ଓ ଲ୍ୟାମ୍ପସ କମ୍ପ୍ୟୁଟରୀକରଣ କରାଯିବ ଯାହା ସମସ୍ତ ତଥ୍ୟ ଡିଜିଟାଲ ରୂପେ ପରିବେଷଣ କରିବ । ରାଜ୍ୟ ସମସ୍ତ କୃଷି ସମ୍ପର୍କିତ ତଥ୍ୟ ସହଜରେ ଉପଲବ୍ଧ ହୋଇପାରିବ l

ଏଥିସହିତ ରାଜ୍ୟର ସମସ୍ତ ସମବାୟ ବ୍ୟାଙ୍କକୁ ମଧ୍ୟ କମ୍ପ୍ୟୁଟରୀକରଣ କରାଯିବ ବୋଲି ବିଭାଗୀୟ ସୂଚନାରୁ ଜଣାପଡ଼ିଛି । ରାଜ୍ୟର ପ୍ୟାକ୍ସ ଓ ଲ୍ୟାମ୍ପସକୁ ଅଧିକ କ୍ରୀୟାଶୀୟ କରାଇବାକୁ ରାଜ୍ୟ ସରକାର ଯୋଜନା କରିବା ସହିତ ସେଗୁଡ଼ିକୁ ଆନୁଷଙ୍ଗିକ ସୁବିଧା ଯୋଗାଇବା ଲକ୍ଷ୍ୟରେ ଡିଜିଟାଲ ପ୍ରକ୍ରିୟାକରଣ ଉପରେ ଗୁରୁତ୍ୱାରୋପ କରିଛନ୍ତି । ତେବେ ନିର୍ଦ୍ଦିଷ୍ଟ ସୀମା ମଧ୍ୟରେ ଏହି କାର୍ଯ୍ୟ ସମାପନ କରିଆଯିବା ନେଇ ଲକ୍ଷ୍ୟ ରଖାଯାଇଛି । ତେବେ ରାଜ୍ୟରେ ନୂଆ କରି ଗଠିତ ହୋଇଥିବା ୧୪୯୪ଟି ପ୍ୟାକ୍ସର କାର୍ଯ୍ୟକାରିତା ନେଇ ବିସ୍ତୃତ ଖସଡ଼ା ମଧ୍ୟ ପ୍ରସ୍ତୁତ କରାଯିବ ।

ଏହି ସମବାୟ ବିଭାଗର ସଚିବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ବହୁ ବରିଷ୍ଠ ଅଧିକାରୀମାନେ ଯୋଗଦେଇଥିଲେ l ତେବେ ରଖାଯାଇଥିବା ଲକ୍ଷ୍ୟ ପୂରଣ ନେଇ କାର୍ଯ୍ୟ କରିବାକୁ ନିଷ୍ପତ୍ତି ମଧ୍ୟ ହୋଇଛି । ସୂଚନାଯୋଗ୍ୟ, ଦେଶର ପ୍ରଥମ ରାଜ୍ୟ ଭାବେ ଓଡିଶା ରାଜ୍ୟର ୨୦୬୩ଟି ପ୍ୟାକ୍ସକୁ କମ୍ପ୍ୟୁଟଣୀକରଣ କ୍ଷେତ୍ରରେ ସାମିଲ କରିବା ନେଇ ରାଜ୍ୟ ସରକର ଗତ ବର୍ଷ ନିଷ୍ପତ୍ତି ନେଇଥିଲେ । ଏଥିପାଇଁ ୩୮୪ ଜଣ ବ୍ୟାଙ୍କ ସହାୟକଙ୍କୁ ୧୫ଟି ଜିଲ୍ଲା କେନ୍ଦ୍ର ସମବାୟ ବ୍ୟାଙ୍କରେ ମଧ୍ୟ ନିଯୁକ୍ତି ମିଳିଥିଲା । ପ୍ୟାକ୍ସକୁ କମ୍ପ୍ୟୁଟରୀକରଣ ସହ କୋର ବ୍ୟାଙ୍କିଂ ପ୍ରକ୍ରିୟାରେ ସଂଯୋଗ କରିବା କ୍ଷେତ୍ରରେ ଓଡ଼ିଶା ଦେଶରେ ପ୍ରଥମ ରାଜ୍ୟର ମାନ୍ୟତା ମଧ୍ୟ ଲାଭ କରିଛି । ଏଥିସହିତ ଏବେ ରାଜ୍ୟରେ ୧୨୦୦ଟି ନୂଆ ପ୍ୟାକ୍ସ ଗଠନ ନେଇ ରାଜ୍ୟ ସରକାର ନିଷ୍ପତ୍ତି ନେଇଥିଲେ । 

Like this article?

Hey! I am Tanushree Mahapatra. Did you liked this article and have suggestions to improve this article? Mail me your suggestions and feedback.

Share your comments