1. କୃଷି ଉପକରଣ

ବୁନ୍ଦା ଜଳସେଚନ

ବୁନ୍ଦା ଜଳସେଚନ ପ୍ରଣାଳୀ ଏକ ଆଧୁନିକ ଜଳସେଚନ ପ୍ରଣାଳୀ |ଜଳ ଅଭାବ ଏବଂ ଲାବନତା ସମସ୍ୟା ଥିବା ଅଂଚଳରେ ଏହି ପ୍ରଣାଳୀ ର ଆଦର ବଢ଼ିବାରେ ଲାଗିଛି |ଏହି ପ୍ରଣାଳୀ ରେ ଗଛକୁ ଆବଶ୍ୟକତା ଅନୁସାରେ ଜଳ ଯୋଗାଇ ଦିଆଯାଏ ଏବଂ ଜଳ ର ପରିମାଣ ଗଛ ର ବ୍ୟବହାରିକ ଜଳ ସଙ୍ଗେ ପ୍ରାୟେ ସମାନ ହୁଏ | ଏହାଦ୍ୱାରା ବାଷ୍ପୀଭବନ ଓ ବହିଯାଇ ନଷ୍ଟ ହୋଉଥିବା ଜଳ ପରିମାଣ ପ୍ରାୟେ କମ କରିହୁଏ |

KJ Staff
KJ Staff

ବୁନ୍ଦା ଜଳସେଚନ ପ୍ରଣାଳୀ ଏକ ଆଧୁନିକ  ଜଳସେଚନ ପ୍ରଣାଳୀ |ଜଳ ଅଭାବ ଏବଂ ଲାବନତା ସମସ୍ୟା ଥିବା ଅଂଚଳରେ ଏହି ପ୍ରଣାଳୀ ର ଆଦର ବଢ଼ିବାରେ ଲାଗିଛି |ଏହି ପ୍ରଣାଳୀ ରେ ଗଛକୁ ଆବଶ୍ୟକତା ଅନୁସାରେ ଜଳ ଯୋଗାଇ ଦିଆଯାଏ ଏବଂ ଜଳ ର ପରିମାଣ ଗଛ ର ବ୍ୟବହାରିକ ଜଳ ସଙ୍ଗେ ପ୍ରାୟେ ସମାନ ହୁଏ | ଏହାଦ୍ୱାରା ବାଷ୍ପୀଭବନ ଓ ବହିଯାଇ ନଷ୍ଟ ହୋଉଥିବା ଜଳ ପରିମାଣ ପ୍ରାୟେ କମ କରିହୁଏ |

ଏହି ପ୍ରଣାଳୀ ରେ ସରୁ ପ୍ଲାଷ୍ଟିକ ପାଇପ ସାହାଯ୍ୟ ଆବଶ୍ୟକ ବ୍ୟବଧାନରେ ଗଛ ମୂଳରେ ଜଳ ବୁନ୍ଦା ବୁନ୍ଦା କରି ପ୍ରୟୋଗ କରାଯାଏ |ଜଳକୁ ଆସ୍ତେ ଆସ୍ତେ ପ୍ରୟୋଗ କରାଯାଏ ଫଳରେ ମାଟି ର ଆଦ୍ରତା ସୁଲଭ ଜଳ ପରିସର ମଧ୍ୟରେ ରଖାଯାଏ |

ଅଙ୍ଗୁରୁ ,ଆଖୁ ,ଅମୃତଭଣ୍ଡା,ନଡ଼ିଆ,କମଳା,କଦଳୀ ,ପିଜୁଳି ଆଦି ବିଭିନ ପ୍ରକାର ଫଳ ଏବଂ ମନ୍ଦ ମନ୍ଦ ହୋଇ ଲଗାଯାଇଥିବା ପନିପରିବା ଦୁଇ ପ୍ରଣାଳୀ ଦ୍ୱାରା ଜଳସେଚନ କରାଯାଏ |ଏହା ଦ୍ୱାରା ଜଳ ଖର୍ଚ ବହୁତ କମ ହୁଏ  କାରଣ କେବଣ ଗଛ ମୂଳକୁ ଆଦ୍ର କରାଯାଏ ଏବଂ ଫଳଗଛ ମଧ୍ୟ ରେ ଥିବା ସବୁ ଜାଗାକୁ ଆଦ୍ର କରିବାର ଆବଶ୍ୟକ ପଡେ ନାହିଁ | ଏହି ପ୍ରଣାଳୀ ରେ ଜଳସେଚନ କଲେ ଅଧିକ ଆଦ୍ର ମିଳେ |ଗଛ ମୂଳରେ ଲବଣତା କମେଇବାରେ ଏହି ପ୍ରଣାଳୀ ସାହାଯ୍ୟ କରେ ଏବଂ ଛିଞ୍ଚା ଜଳସେଚନ ପରି ଏଥିରେ ସାରା ପ୍ରୟୋଗ କରିହୁଏ |ଏହି ପ୍ରଣାଳୀ ମହାରାଷ୍ଟ୍ର,ଗୁଜୁରାଟ,ତାମିଲ ନାଡୁ ପରି ରାଜ୍ୟରେ ବେଶ ଲୋକପ୍ରିୟତା ଅର୍ଜନ କରିଛି|

ଏହାର ଉପକାରିତା :

୧) ଏହାର ଦକ୍ଷତା ପ୍ରାୟେ  ଶତକଡା ୯୦ ଭାଗ ଅଟେ |

୨) ଏଥିରେ ମାଟି ର ଆଦ୍ରତା ସଠିକ ଭାବେ ପରିଚନ ହୋଇଥାଏ |

୩)ସାର ପ୍ରୟୋଗ ଲାଗି ଅଧିକ ଖର୍ଚ୍ଚାନ୍ତ ହେବାକୁ ପଡେ ନାହିଁ |

୪)ଏହା ଉଭୟ ପରିବେଶ ଓ ଉର୍ଜା ସଂରକ୍ଷଣ କରିଥାଏ |

୫) ଏହି ପ୍ରଣାଳୀ ରେ ଫସଲ ଅଧିକ ହୃଷ୍ଟ ପୃଷ୍ଠା ହୋଇ ବଢିଥାଏ ଯାହାଦ୍ୱାରା ଚାଷୀ ଲାଭବାନ ହୋଇଥାନ୍ତି |

୬) ଏଥିରେ ଅଯଥା ଜଳ ନଷ୍ଟ ହୁଏ ନାହିଁ ଏବଂ ଅଧିକ ଜଳ ର ଆବଶ୍ୟକତା ପଡେ ନାହିଁ |

କେତୋଟି ଅପକାରିତା :

୧)ଏହାକୁ ପ୍ରଥମ ଥର ପ୍ରତିଷ୍ଠାପନ କରିବା ବ୍ୟୟବହୁଳ |

୨)ଏଥିରେ ବ୍ୟବହାର ହୃତ ଅନେନା ଯନ୍ତ୍ର ର ରକ୍ଷଣ ବକ୍ଷଣ କରିବାକୁ ହୁଏ |

୩)ଅଧିକ ଲବଣତା ଦ୍ୱାରା ଜଳ ସଂଚାଳନ ରେ ଅସୁବିଧା ହେବାର ସମ୍ଭାବନା ଥାଏ |

Like this article?

Hey! I am KJ Staff. Did you liked this article and have suggestions to improve this article? Mail me your suggestions and feedback.

Share your comments