1. କୃଷି ଉପକରଣ

ମଞ୍ଜି ବୁଣିବ ଡ୍ରୋନ !

ମଞ୍ଜି ବୁଣିବ ଡ୍ରୋନ !

KJ Staff
KJ Staff

ସବୁଜିମା ବୃଦ୍ଧି ର ସଂକଳ୍ପ ନେଇ ଆଗେଇ ଚାଲିଛି ଭାରତ |ତେବେ ଶୀଘ୍ର ବୃକ୍ଷ ରୋପଣ ଲାଗି ନିଶ୍ଚିନ୍ତ ଭାବେ ମଞ୍ଜି ବୁଣା କାର୍ଯ୍ୟ ଯଥା ଶୀଘ୍ର ଶେଷ ହେବ ଆବଶ୍ୟକ |ତେଣୁ ଏତେ ଶୀଘ୍ର ମଞ୍ଜି ବୁଣିବା କାର୍ଯ୍ୟ କେବଳ ଏକ ଉତ୍ତମ କୃଷି ଯନ୍ତ୍ରପାତି ବା ମେସିନ ଦ୍ୱାରା ହିଁ ସମ୍ଭବ ଏବଂ ଏହା ଲାଗି ଡ୍ରୋନ ଏକ ପ୍ରକୃଷ୍ଟ ବିକଳ୍ପ |
ଏହିପରି ଏକ ଉଦେଶ୍ୟ କୁ ପରିପୂର୍ଣ କରିବା ଲାଗି ଏକ ଅଭିନବ କୌଶଳ କ୍ରମେ ହରିୟାଣା ପରିବେଶ ତଥା ଶିଳ୍ପ ମନ୍ତ୍ରୀ ବିପୁଳ ଗୋଏଲ ଜୁଲାଇ ୨୧ ରେ ଡ୍ରୋନ ସହାୟତା ରେ ଆରବଳୀ ପର୍ବତମାଳା ରେ ବିଭିନ୍ନ କିସମ ର ଏକ କୋଟି ରୁ ଉର୍ଧ୍ଵ ମଞ୍ଜି ବୁଣିଛନ୍ତି ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ ସହିତ ଜଡିତ ଭାରତ ବିକାଶ ପରିଷଦ ନାମକ ଏକ ସ୍ଵେଛା ସେବି ସଂଗଠନ ପକ୍ଷରୁ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା |ଘାଟଗ୍ରାମ ନିକଟରୁ ଏକ ଡ୍ରୋନ ସାହାଯ୍ୟ ରେ ବୀଜବପନ କାର୍ଯ୍ୟ ଆରମ୍ଭ ହୋଇଥିଲା |ଏଠି ନିମନ୍ତେ ବେଲ ନିମ୍ବ ଆମ୍ବ ,ବାର ,ଜାମ୍ମୁ ,ଭଳି ଅଧିକ ଅମ୍ଳଜାନ ସୃଷ୍ଟି କରିପାରୁଥିବା ମଜବୁତ ମୂଳ ବିଶିଷ୍ଟ ବୃକ୍ଷ ମଞ୍ଜି ବିଭିନ୍ନ ସ୍ଥାନ ରୁ ସଂଗ୍ରହ କରାଯାଇଥିଲା |

ବତୁରାଈ ଅଙ୍କୁରିତ ଗମ ଯୋଗ୍ୟ କରାଯିବାପରେ ତାହାକୁ ଡ୍ରୋନ ଦ୍ୱାରା ଆରବଳୀ ପର୍ବତ ମାଳା ଉପରେ ସିଞ୍ଚନ କରାଯାଇଥିଲା ବୋଲି ଗୋଏଲ ସୂଚନା ଦେଇଛନ୍ତି |
ତନ୍ତ ତତ୍ୱାବଧାନ ରେ ଫରିଦାବାଦ ସହର ରେ ୨.୫ ଲକ୍ଷଚାରା ରୋପଣ ଅଭିଯାନ ଜାରି ରହିଛି |ଆଗାମୀ ଦିନରେ ରାଜ୍ୟ ର ଜଙ୍ଗଲ ମନ୍ତ୍ରୀ ରୁ ନରବିର ସିଂହ ଙ୍କ ନେତୃତ୍ୱ ରେ ଗୁରଗାଓଁ ରେ ମଧ୍ୟ ଏହି ଭଳି ଅଭିଯାନ ଆରମ୍ଭ କରାଯିବ ବୋଲି ଗୋଏଲ ପ୍ରକାଶ କରିଛନ୍ତି |
ଆରବଳୀ ର ସବୁଜିମା ବୃଦ୍ଧି କରିବା ଦିଗରେ ଏହାଏକ ବିରଳ ପଦକ୍ଷେପ |ଯଦି ଏହି ୧ କୋଟି ବୀଜ ମଧ୍ୟରୁ ୧ ଲକ୍ଷ କାହାର ଉନ୍ନତ ଭାବେ ବିକଶିତ ହୁଏ ତାହାଲେ ଆରବଳୀ ଆହୁରି ସବୁଜ ସୁନ୍ଦର ହୋଇ ଉଠିଲା ବୋଲି ,କହିଛନ୍ତି ୨୫ ବର୍ଷ ଧରି ବନୀକରଣ କାର୍ଯ୍ୟ କରିଆସୁଥିବା ଏହି ସଂସ୍ଥା ର ମୁଖପାତ୍ର ଅଭୟ ଜୈନ |ଡ଼ିଲି ଓଏହାର ଆଖପାଖ ଅଂଚଳରେ ପ୍ରଦୂଷଣ ମାତ୍ର ସଙ୍କଟପୂର୍ଣ୍ଣ ସ୍ଥିତି ରେ ପହଞ୍ଚିବା ବେଳେ ହରାୟଣ ବନବିଭାଗ ରେ ଏହି ପଦକ୍ଷେପ ଗୁରୁତ୍ୱପୂର୍ଣ |

ପ୍ୟାରିସ ଜଳବାୟୁ ରାଜିନାମା ଅଧୀନରେ ୨୦୩୦ ସୁଦ୍ଧା ଅତିରିକ୍ତ ଜଙ୍ଗଲ ବା ସବୁଜିମା ସୃଷ୍ଟି କରି ଭାରତ ଏହାର ଅଙ୍ଗାରକାମ୍ଳ ନିଃସରଣ ପରିମାଣରେ ଆଉ ୨.୫ ରୁ ୩ ବିଲିଅନ ଟାଣ ହ୍ରାସ କରିବା ଲକ୍ଷ ରଖି ଏହି ପରି ବିରଳ ପଦକ୍ଷେପ ଗ୍ରହଣ କରିଛି |

 

Like this article?

Hey! I am KJ Staff. Did you liked this article and have suggestions to improve this article? Mail me your suggestions and feedback.

Share your comments