1. କୃଷି ଉପକରଣ

Drone in Farm: ଏଥର ଡ୍ରୋନ୍ ଦେବ ଲକ୍ଷ ଲକ୍ଷ ରୋଜଗାର!

ଚାଷୀ ମାନୁଆଲ ସ୍ପ୍ରେ କରିବାରେ ଅସୁବିଧାର ସମ୍ମୁଖୀନ ମଧ୍ୟ ହେଉଛନ୍ତି !

Tanushree Mahapatra
Tanushree Mahapatra
earn money from drone

earn money from drone

ଚାଷରେ ବିଭିନ୍ନ ଉପାୟ ଆପଣେଇ ଚାଷୀ ଅନେକ ଟଙ୍କା ଆୟ କରୁଛନ୍ତି l ଅଳ୍ପ ଖର୍ଚ୍ଚରେ ଅଧିକ ଟଙ୍କା ଆୟ କରୁଛନ୍ତି l ସମୟ ମଧ୍ୟ ଅଧିକ ଖର୍ଚ୍ଚ କରିବାକୁ ପଡୁନି ଯାହାଦ୍ୱାରା ସେମାନେ ଅନ୍ୟାନ୍ୟ କାମ ମଧ୍ୟ କରିପାରୁଛନ୍ତି l ଅଧିକାଂଶ କୃଷକ ଭାଇ ଡ୍ରୋନ୍ ମାଧ୍ୟମରେ ମଧ୍ୟ ରୋଜଗାର କରିପାରିବେ l ହଁ! ଡ୍ରୋନ୍ ଆପଣଙ୍କୁ ଅତିରିକ୍ତ ଆୟ ମଧ୍ୟ ପ୍ରଦାନ କରିବ l କାରଣ ଭାରତ ସରକାର ଡ୍ରୋନ୍ ବ୍ୟବହାରକୁ ଚାଷ ଜମିରେ ବ୍ୟବହାର କରିବାକୁ ପ୍ରୋତ୍ସାହିତ କରୁଛନ୍ତି ଏବଂ ଏହା ମାଧ୍ୟମରେ ଆପଣ ମଧ୍ୟ ଡ୍ରୋନ୍ ଭୟା କିମ୍ବା ଡ୍ରୋନ୍ ଦିଦି ହୋଇ ଟଙ୍କା ରୋଜଗାର କରିପାରିବେ।

କୃଷି କ୍ଷେତ୍ରରେ ଡ୍ରୋନ୍ ବ୍ୟବହାରକୁ ସରକାର ପ୍ରୋତ୍ସାହିତ କରୁଛନ୍ତି ଏବଂ ଏଥିପାଇଁ ସରକାର ଅନେକ ଯୋଜନା ଚଳାଉଛନ୍ତି । ଡ୍ରୋନ୍ କେବଳ କୃଷକ ଏବଂ ତାଙ୍କ କ୍ଷେତ ପାଇଁ ଏକ ଉତ୍ସାହ ନୁହେଁ, ଏହା ସହିତ ଯୁବପିଢ଼ି ରୋଜଗାର କରିବା ଏବଂ ଆତ୍ମନିର୍ଭରଶୀଳ ହେବା ପାଇଁ ଏକ ଭଲ ମାଧ୍ୟମ ମଧ୍ୟ l ବେଳେବେଳେ ଚାଷୀ ମାନୁଆଲ ସ୍ପ୍ରେ କରିବାରେ ଅସୁବିଧାର ସମ୍ମୁଖୀନ ମଧ୍ୟ ହେଉଛନ୍ତି l ସମସ୍ତେ ତାଲିମ ନେବା ଆବଶ୍ୟକ ଏଥିପାଇଁ l କାରଣ, ଅଧିକାଂଶ କୃଷକ ସ୍ପ୍ରେ କରିବାର ସଠିକ ପଦ୍ଧତି ଜାଣନ୍ତି ନାହିଁ l

ଡ୍ରୋନ୍ ଟେକ୍ନୋଲୋଜି କୃଷକମାନଙ୍କୁ ସମୟ, ଅର୍ଥ ଏବଂ ଶକ୍ତି ସଞ୍ଚୟ କରିବାରେ ମଧ୍ୟ ସାହାଯ୍ୟ କରେ l ଏହା ଫସଲର ଅମଳ ଏବଂ ଗୁଣବତ୍ତା ମଧ୍ୟ ବଢ଼ାଇଥାଏ l ଏହି ଟେକ୍ନୋଲୋଜି ମାଧ୍ୟମରେ ଗୋଟିଏ ଏକର କ୍ଷେତକୁ ମାତ୍ର ଜଣେ ଚାଷୀ ୮ ମିନିଟରେ ସ୍ପ୍ରେ କରିପାରିବ ଏବଂ ଜଳ ମଧ୍ୟ ସଞ୍ଚୟ ହୋଇପାରିବ l ଯେଉଁଠାରେ ପୂର୍ବରୁ ଆମକୁ ୨୦୦ ଲିଟର ପାଣି ଆବଶ୍ୟକ ହେଉଥିଲା, ବର୍ତ୍ତମାନ ଆମେ ଏକ ଏକର କ୍ଷେତକୁ ମାତ୍ର ୧୦ ଲିଟର ପାଣି ସହିତ ସ୍ପ୍ରେ କରିବାକୁ ସକ୍ଷମ l ପ୍ରତି ଏକର ୩୦୦ ଟଙ୍କା ପର୍ଯ୍ୟନ୍ତ ଏଥିପାଇଁ ଖର୍ଚ୍ଚ ହୋଇଥାଏ ଯାହା ଆଗରୁ ଅଧିକ ଖର୍ଚ୍ଚ ହେଉଥିଲା l

ଆପଣ ଡ୍ରୋନ୍ ପାଇଁ କଷ୍ଟମ୍ ନିଯୁକ୍ତି କେନ୍ଦ୍ର ପ୍ରତିଷ୍ଠା କରିପାରିବେ l ଯେଉଁଠାରେ ଆପଣ ତାଲିମ ଠାରୁ ଆରମ୍ଭ କରି ଅନ୍ୟର ଚାଷ ଜମିରେ ସ୍ପ୍ରେ କରି ଟଙ୍କା ରୋଜଗାର କରିପାରିବେ l ଏକର ପିଛା ସ୍ପ୍ରେ କରିବାକୁ ୩୦୦ ଟଙ୍କା ପର୍ଯ୍ୟନ୍ତ ରୋଜଗାର କରିପାରିବେ l ମାସିକ ଆପଣ ୮୦ ହଜାର ରୁ ୯୦ ହଜାର ଟଙ୍କା ପର୍ଯ୍ୟନ୍ତ ରୋଜଗାର କରିପାରିବେ l

ଅଧିକ ପଢ଼ନ୍ତୁ

କୃଷି ବିଜ୍ଞାନ କେନ୍ଦ୍ରର ୩ ଦିନିଆ ଆଞ୍ଚଳିକ ବାର୍ଷିକ କର୍ମଶାଳା

କୁକୁଡ଼ା ପାଳନ ପାଇଁ OMBADC ଯୋଜନା

Like this article?

Hey! I am Tanushree Mahapatra. Did you liked this article and have suggestions to improve this article? Mail me your suggestions and feedback.

Share your comments

ଆମ ନ୍ୟୁଜଲେଟରକୁ ସବସ୍କ୍ରାଇବ୍ କରନ୍ତୁ । ଆପଣ ଆପଣଙ୍କ ଆଗ୍ରହ ଥିବା ଟପିକ୍‌ ବାଛିବେ ଏବଂ ଆମେ ଆପଣଙ୍କୁ ବଛା ବଛା ନ୍ୟୁଜ ଓ ଆପଣଙ୍କ ପସନ୍ଦ ଅନୁଯାୟୀ ଲାଟେଷ୍ଟ ଅପଡେଟ୍‌ ପଠାଇଦେବୁ ।

ନ୍ୟୁଜଲେଟର ସବସ୍କ୍ରାଇବ୍‌ କରନ୍ତୁ