1. କୃଷି ଉପକରଣ

କୃଷକ ବନ୍ଧୁ ଟ୍ରାକ୍ଟର !!

ଦିନକୁ ଦିନ କୃଷି କାର୍ଯ୍ୟରେ ଆଧୁନିକ ଯନ୍ତ୍ରପାତିଗୁଡ଼ିକର ବ୍ୟବହାର ବଢ଼ି ବଢ଼ି ଚାଲିଛି l ଏହା ଦ୍ୱାରା ଅନେକ କାର୍ଯ୍ୟ ସୂଚାରୁ ରୂପେ ସ୍ୱଳ୍ପ ସମୟ ମଧ୍ୟରେ କରାଯାଇ ପାରୁଛି l ଯେତେ ସବୁ ଯନ୍ତ୍ରପାତି ବ୍ୟବହାର କରାଯାଉଛି ସେଗୁଡ଼ିକ ମଧ୍ୟରୁ ପ୍ରମୁଖ କାର୍ଯ୍ୟଗୁଡ଼ିକରେ ଟ୍ରାକ୍ଟର ବ୍ୟବହାର କରାଯାଉଛି l ଚାଷ କାର୍ଯ୍ୟର ପ୍ରାୟ ସମସ୍ତ କୌଶଳଗୁଡିକୁ ଟ୍ରାକ୍ଟର ସହିତ ସଂଶ୍ଲିଷ୍ଟ କରାଯାଇଛି l କୃଷି କ୍ଷେତ୍ରରେ ଆଜି ଟ୍ରାକ୍ଟରର ଭୂମିକା ବହୁତ ଗୁରୁତ୍ୱପୂର୍ଣ୍ଣ ହୋଇପଡ଼ିଛି l ଫସଲ ବୁଣିବା ଠାରୁ ଆରମ୍ଭ କରି ଫସଲ ଅମଳ କରି ସାଇତିବା ପର୍ଯ୍ୟନ୍ତ ସବୁ ସମୟରେ କୃଷକମାନଙ୍କ ପାଇଁ ଟ୍ରାକ୍ଟରର ସାହାଯ୍ୟ ଲୋଡ଼ା ପଡ଼ୁଛି l ଆସନ୍ତୁ ଆମେ ଆଜି କିଛି ଉତ୍ତମ ଟ୍ରାକ୍ଟର ବିଷୟରେ ଏଠାରେ ଆଲୋଚନା କରିବା l

Sugyan Kumar Nayak
Sugyan Kumar Nayak
Tractor

ସୋନାଲିକା DI 734 (S1)

ଏହାର ଇଞ୍ଜିନ ବହୁତ ମଜବୁତ ଅଟେ l ଏହାର କ୍ଷମତା 34 hp ବିଶିଷ୍ଟ ଅଟେ l ମୂଲ୍ୟ ଅନୁସାରେ ଏହା ମଧ୍ୟମ ବର୍ଗର ଅଟେ l ବର୍ତ୍ତମାନ ଏହାର ମୂଲ୍ୟ 4.92 ଯଦି ଜଣେ କୃଷକ 5 ଲକ୍ଷ ଟଙ୍କାରୁ କମ ଦାମରେ ଟ୍ରାକ୍ଟର କିଣିବାକୁ ଚାହାଁନ୍ତି ତେବେ ଏହା ସେମାନଙ୍କ ନିମନ୍ତେ ସର୍ବୋତ୍ତମ ପସନ୍ଦ ହୋଇପାରେ l ଏହି ସୋନାଲିକା ଟ୍ରାକ୍ଟର ସମ୍ପର୍କରେ ଅଧିକ ବିବରଣୀ ନିମନ୍ତେ ଆପଣ କମ୍ପାନୀର ୱେବସାଇଟ ପରିଦର୍ଶନ କରିପାରିବେ l

ମହିନ୍ଦ୍ରା 265 DI

ଏହି ଟ୍ରାକ୍ଟରର କ୍ଷମତା 30 hp ଅଟେ l ଏହାର ମୂଲ୍ୟ ମଧ୍ୟ  5 ଲକ୍ଷ ତାଙ୍କ ମଧ୍ୟରେ ରହୁଛି, ଯାହା କୃଷକମାନଙ୍କୁ ବେଶ ସୁହାଇବ l ଏହି ଟ୍ରାକ୍ଟରର ରକ୍ଷଣାବେକ୍ଷଣ ଖର୍ଚ୍ଚ ମଧ୍ୟ ବହୁତ ସ୍ୱଳ୍ପ ଅଟେ, କୃଷକମାନଙ୍କୁ ଏହା ଦ୍ୱାରା ବହୁତ ଲାଭ ମିଳିପାରିବ l ଏହି ଟ୍ରାକ୍ଟରର ଅନ୍ୟ ଏକ ଲାଭଦାୟକ ଦିଗ ହେଉଛି ଏହାର ପୁନଃବିକ୍ରୟ ମୂଲ୍ୟ ମଧ୍ୟ ଅପେକ୍ଷାକୃତ ଭାବରେ ଉଚ୍ଚ ରହିଥାଏ l

କୁବୋଟା ନିଓଷ୍ଟାର B2441 4WD

ଏହି ଟ୍ରାକ୍ଟରଟି ଏହାର ମୂଲ୍ୟ ଏବଂ ଇନ୍ଧନ ଦକ୍ଷତା ଯୋଗୁଁ ଜଣାଶୁଣା ଅଟେ l ଏହାର ମୂଲ୍ୟ 4.99 ଲକ୍ଷ ରହିଛି l ଏହି ଟ୍ରାକ୍ଟରଟିର ଇଞ୍ଜିନ କ୍ଷମତା 24 hp ଅଟେ l ଏହାର ରକ୍ଷଣା ବେକ୍ଷଣ ଖର୍ଚ୍ଚ ମଧ୍ୟ ସ୍ୱଳ୍ପ ଅଟେ l ଉଦ୍ୟାନ କୃଷି ନିମନ୍ତେ ଏହାକୁ ବହୁଳ ବ୍ୟବହାର କରାଯାଏ l କୃଷକମାନଙ୍କ ନିମନ୍ତେ ଏହା ଏକ ନିର୍ଭରଯୋଗ୍ୟ ଟ୍ରାକ୍ଟର ଭାବରେ ପ୍ରମାଣିତ ହୋଇଛି l

ମେସି ଫର୍ଗୁସନ 1030 DI ମହା ଶକ୍ତି

ଉଦ୍ୟାନ କୃଷି ନିମନ୍ତେ ଆଉ ଗୋଟିଏ ବହୁତ ଉପଯୋଗୀ ଟ୍ରାକ୍ଟର ହେଉଛି ଏହି ମେସି ଫର୍ଗୁସନ 1030 DI ମହା ଶକ୍ତି l ଏହାର ଇଞ୍ଜିନ କ୍ଷମତା 30 hp ରହିଥିବା ବେଳେ ଏହାର ମୂଲ୍ୟ 4.50 ଲକ୍ଷ ଟଙ୍କାରୁ 4.80 ଲକ୍ଷ ଟଙ୍କା ମଧ୍ୟରେ ରହିଛି l ଆମ୍ବ, କମଳା, ଅଙ୍ଗୁର ଭଳି ଉଦ୍ୟାନ କୃଷି ଏବଂ ସୋୟାବିନ, ମକା, କପା, ଏବଂ ଆଖୁ ଇତ୍ୟାଦି ଚାଷ ନିମନ୍ତେ ଏହାର ଭୂମିକା ଗୁରୁତ୍ୱପୂର୍ଣ୍ଣ ଅଟେ l

ବର୍ତ୍ତମାନ ନୂତନ ବୈଷୟିକ ବିଦ୍ୟାକୁ ଉପଯୋଗ କରି ଆହୁରି ଅନେକ କମ୍ପାନୀ ନୂତନ ବର୍ଗର ଟ୍ରାକ୍ଟରଗୁଡ଼ିକୁ ବଜାରକୁ ଛାଡ଼ୁଛନ୍ତି l କୌଣସି ଟ୍ରାକ୍ଟର କିଣିବା ପୂର୍ବରୁ କୃଷକମାନେ ନିଜର ଆବଶ୍ୟକତା, ଆର୍ଥିକ ଅବସ୍ଥା ଏବଂ ଟ୍ରାକ୍ଟରର ଦକ୍ଷତା ବିଷୟରେ ନିଶ୍ଚିତ ଭାବରେ ବିଚାର କରିବା ଉଚିତ l

Like this article?

Hey! I am Sugyan Kumar Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments