1. କୃଷି ଉପକରଣ

Farmer Scheme: ପାଣିପମ୍ପ୍‌ ସବ୍‌ସିଡି ଦେବେ ସରକାର !

ଏପର୍ଯ୍ୟନ୍ତ ୧୦୦ରୁ ଅଧିକ ଚାଷୀ ଆବେଦନ କରିଛନ୍ତି .....

Tanushree Mahapatra
Tanushree Mahapatra
get subsidy money for water pump, image source - pexels

get subsidy money for water pump, image source - pexels

ଚାଷ ଓ ଚାଷୀ ହେଉଛନ୍ତି ଦେଶର ଆର୍ଥିକ ମେରୁଦଣ୍ଡ l ଚାଷୀଙ୍କ ପାଇଁ ସରକାର ମଧ୍ୟ ଅନେକ ସୁବିଧା କରୁଛନ୍ତି l ଯାହାର ଚାଷୀ ଉଠାଉଛନ୍ତି ଫାଇଦା l ଚାଷ ପାଇଁ ଉପଯୁକ୍ତ ଜମି ସହିତ ସାର, ଖତ ସହ ପ୍ରଚୁର ପରିମାଣରେ ଜଳର ଆବଶ୍ୟକତା ପଡ଼େ । କିଛି ଅଂଚଳରେ ଚାଷୀ ଜଳ ସମସ୍ୟାର ସମ୍ମୁଖୀନ ହୁଅନ୍ତି l ଜଳ ବିନା ଚାଷ କରିବା ଯେପରି କଳ୍ପନା ବାହାରେ । ଜଳ ଯେପରି ଚାଷୀ ସଠିକ ପରିମାଣରେ ପାଇବେ ପାରିବେ ସେନେଇ ଅନେକ ଯୋଜନା କାର୍ଯ୍ୟକାରୀ କରିଛନ୍ତି ସରକାର । ବିଶେଷ କରି ଚାଷ ଜମିରେ ଜଳ ଯୋଗାଇ ଦେବାକୁ ଅନେକ ଯୋଜନା ଚାଷୀଙ୍କ ପାଇଁ ହୋଇଛି। ଅନେକ ଯୋଜନା ମଧ୍ୟରୁ କୃଷି ସିଞ୍ଚାଇ ଯୋଜନା ଅନ୍ୟତମ। ଯାହାକି ବିଭିନ୍ନ ରାଜ୍ୟରେ ଜଳ ସେଚନ ପାଇଁ ସରକାର ଏହି ଯୋଜନାକୁ କାର୍ଯ୍ୟକାରୀ କରିଛନ୍ତି ।

ବର୍ତ୍ତମାନ ଯେଉଁ ଚାଷୀମାନେ ପ୍ରତି ଏକର ଜମିରେ ମାଇକ୍ରୋ ଜଳସେଚନ ସହିତ ଡ୍ରପ୍ ଜଳସେଚନ ବ୍ୟବହାର କରିବାକୁ ଇଛା ସେମାନଙ୍କ ପାଇଁ ବଡ଼ ଘୋଷଣା କରାଯାଇଛି । ଏହି ଯୋଜନାର ଲାଭ ପାଇବାକୁ ଚାଷୀ ଉଦ୍ୟାନ ବିଭାଗ ସହ ଯୋଗାଯୋଗ କରି ପାରିବେ । ଏଭଳି ଚାଷୀଙ୍କୁ ସବ୍‌ସିଡିରେ ୱାଟର୍‌ ପମ୍ପ୍‌ ଯୋଗାଇ ଦିଆଯିବ ବୋଲି କୁହାଯାଇଛି ।  ଉଦ୍ୟାନ କୃଷି ବିଭାଗ ପକ୍ଷରୁ ଚାଷୀଙ୍କୁ ସର୍ବାଧିକ ୨୫ ହଜାର ଟଙ୍କା ପର୍ଯ୍ୟନ୍ତ ସବ୍‌ସିଡି ଯୋଗାଇ ଦିଆଯିବ l ମୋଟର ପମ୍ପ୍‌ ପାଇଁ ଚାଷୀଙ୍କୁ ସର୍ବାଧିକ ୧୫ ହଜାର ଟଙ୍କା ପର୍ଯ୍ୟନ୍ତ ଆର୍ଥିକ ରାଶି ଯୋଗାଇ ଦିଆଯାଉଛି । ଅର୍ଥାତ ଚାଷୀଙ୍କୁ ଜଳସେଚନ କରିବା ପାଇଁ ୪୦ ହଜାର ଟଙ୍କା ପର୍ଯ୍ୟନ୍ତ ସବ୍‌ସିଡି ପ୍ରଦାନ କରୁଛନ୍ତି ସରକାର । 

ଏହି ଯୋଜନାରେ ଆବେଦନ ପ୍ରକ୍ରିୟା ଆରମ୍ଭ କରାଯାଇଛି । ଚଳିତ ବର୍ଷ ମାର୍ଚ୍ଚ ମାସ ୧ ତାରିଖରୁ ଏଥିପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଛି । ଆପଣ ଏହାର କିଭଳି ଲାଭ ଉଠାଇବେ ତାହା ଜାଣିବା ନିହାତି ଆବଶ୍ୟକ l ଏପର୍ଯ୍ୟନ୍ତ ୧୦୦ରୁ ଅଧିକ ଚାଷୀ ଆବେଦନ କରିଛନ୍ତି । ବିହାରରେ ମାଇକ୍ରୋ ଜଳସେଚନ ସୁବିଧା ଉପରେ ସରକାର ୮୦ ପ୍ରତିଶତ ପର୍ଯ୍ୟନ୍ତ ସବସିଡି ପ୍ରଦାନ କରିବେ ଚାଷୀଙ୍କୁ। ଏହାକୁ ନେଇ ଉଦ୍ୟାନ କୃଷି ବିଭାଗ ପକ୍ଷରୁ ସୂଚନା ମଧ୍ୟ ପ୍ରଦାନ କରାଯାଇଛି । ଏହି ଯୋଜନାର ଲାଭ ଉଠାଇବାକୁ ହେଲେ ଚାଷୀଙ୍କୁ କିଛି ଡକ୍ୟୁମେଣ୍ଟ ନିଜ ସହିତ ବହନ କରିବାକୁ ହେବ l ଚାଷୀଙ୍କୁ ଜମି ରସିଦ ସହିତ ଏଲ୍‌ପିସି, ପାସପୋର୍ଟ ଆକାରର ଫଟୋ ଆବଶ୍ୟକ । ଏହି ଡକ୍ୟୁମେଣ୍ଟ ଚାଷୀଙ୍କୁ ନିହାତି ଆବଶ୍ୟକ ପଡିବ ଯୋଜନା ପାଇଁ ଆବେଦନ କରିବା ସମୟରେ l

ଏହି ଯୋଜନା ମାଧ୍ୟମରେ ଚାଷୀଙ୍କୁ ଆବଶ୍ୟକ ଜଳ ସୁବିଧା ପ୍ରଦାନ କରାଯିବ । ଯାହା ଚାଷୀଙ୍କ ଫସଲର ଗୁଣବତ୍ତା ଏବଂ ଉତ୍ପାଦନକୁ ୫୦ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି କରିବାରେ ସାହାଯ୍ୟ କରିବ । ଏହି କୌଶଳ ସାହାଯ୍ୟରେ ଚାଷୀ ଜମିକୁ ଜଳସେଚନ କରିବା ପରେ ମଧ୍ୟ ଜଳ ସଞ୍ଚୟ ହୋଇଥାଏ ଯାହା ପୁନଃ କାର୍ଯ୍ୟରେ ଲାଗିପାରେ । ଏହି ଯୋଜନାର ସବୁଠାରୁ ବଡ଼ ଫାଇଦା ହେଉଛି ଜଳସେଚନ ଦ୍ୱାରା ସାର ଏବଂ କୀଟନାଶକ ରାସାୟନିକ ପଦାର୍ଥ ମଧ୍ୟ ବ୍ୟବହାର କରାଯାଇପାରିବ । କାରଣ ଏହା ଜଳ ସହିତ ଆବଶ୍ୟକ ପରିମାଣରେ ମିଶାଇ ହେବ l ଚାଷକୁ ଆବଶ୍ୟକ ଅନୁଯାୟୀ ସମସ୍ତ ଦ୍ରବ୍ୟ ଉଚିତ ସମୟରେ ମିଳିପାରିବ l

ଅଧିକ ପଢ଼ନ୍ତୁ

ବର୍ଷା ଦିନରେ ଏହି ଫଳ ଖାଇବାରୁ ସାବଧାନ ରୁହନ୍ତୁ !

pm kisan: ଚାଷୀଙ୍କ ପାଇଁ ଏହା ଜରୁରୀ !

Like this article?

Hey! I am Tanushree Mahapatra. Did you liked this article and have suggestions to improve this article? Mail me your suggestions and feedback.

Share your comments

ଆମ ନ୍ୟୁଜଲେଟରକୁ ସବସ୍କ୍ରାଇବ୍ କରନ୍ତୁ । ଆପଣ ଆପଣଙ୍କ ଆଗ୍ରହ ଥିବା ଟପିକ୍‌ ବାଛିବେ ଏବଂ ଆମେ ଆପଣଙ୍କୁ ବଛା ବଛା ନ୍ୟୁଜ ଓ ଆପଣଙ୍କ ପସନ୍ଦ ଅନୁଯାୟୀ ଲାଟେଷ୍ଟ ଅପଡେଟ୍‌ ପଠାଇଦେବୁ ।

ନ୍ୟୁଜଲେଟର ସବସ୍କ୍ରାଇବ୍‌ କରନ୍ତୁ