
good news for farmers pm kisan tractor yojana gave 50 percent subsidy
ଦେଶରେ ଚାଷୀ (Farmers)ଙ୍କ ଆୟ ବୃଦ୍ଧି ତଥା ସେମାନଙ୍କୁ ଆର୍ଥିକ ଦୃଷ୍ଟିରୁ ସାହାଯ୍ୟ କରିବା ପାଇଁ ମୋଦି ସରକାର (Modi Government) ଅନେକ ଯୋଜନା ପ୍ରଣୟନ କରୁଛନ୍ତି ।
ପିଏମ କିସାନ ଯୋଜନା (PM kisan yojana)ଅଧୀନରେ ବାର୍ଷିକ ୬ ହଜାର ଟଙ୍କା ଚାଷୀଙ୍କ ଆକାଉଣ୍ଟରେ ଜମା ହୋଇଥାଏ । କୃଷକମାନେ ମଧ୍ୟ ଚାଷ ପାଇଁ ଅନେକ ପ୍ରକାରର ମେସିନ୍ ଆବଶ୍ୟକ କରନ୍ତି । ଏଭଳି ପରିସ୍ଥିତିରେ ଚାଷୀଙ୍କୁ ସାହାଯ୍ୟ କରିବା ପାଇଁ କେନ୍ଦ୍ର ସରକାର ଟ୍ରାକ୍ଟର (Tractor)କିଣିବା ପାଇଁ ସବସିଡି (Subsidy) ଦେଉଛନ୍ତି । ଏହି ସବସିଡି 'ପିଏମ କିସାନ ଟ୍ରାକ୍ଟର ଯୋଜନା' (PM Kisan Tractor Yojana)ଅଧୀନରେ ଦିଆଯାଉଛି ।
ସୂଚନା ଅନୁଯାୟୀ, ବାସ୍ତବରେ ଚାଷ ପାଇଁ ଚାଷୀ (Farmers)ଙ୍କ ପାଇଁ ଟ୍ରାକ୍ଟର (Tractor)ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । କିନ୍ତୁ ଦେଶରେ ଅନେକ କୃଷକ (Farmers)ଅଛନ୍ତି, ଯେଉଁମାନଙ୍କର ଆର୍ଥିକ ଅବସ୍ଥା ଖରାପ ଥିବାରୁ ଟ୍ରାକ୍ଟର (Tractor)ନାହିଁ । ଏଭଳି ଭୟଙ୍କର ପରିସ୍ଥିତିରେ ସେମାନଙ୍କୁ ଟ୍ରାକ୍ଟର ଭଡାରେ ନେବାକୁ ପଡ଼ିଥାଏ ନହେଲେ ବଳଦ ଦ୍ୱାରା ଚାଷ କରିଥାନ୍ତି । ଏଭଳି ପରିସ୍ଥିତିରେ ଚାଷୀ (Farmers)ଙ୍କୁ ସାହାଯ୍ୟ କରିବା ପାଇଁ ସରକାର ଏହି ଯୋଜନା ଆଣିଛନ୍ତି । ପିଏମ କିସାନ ଟ୍ରାକ୍ଟର ଯୋଜନା (PM Kisan Tractor Yojana Benefits)ଅଧୀନରେ ଚାଷୀ (Farmers)ଙ୍କୁ ଅଧା ମୂଲ୍ୟରେ ଟ୍ରାକ୍ଟର ଯୋଗାଇ ଦିଆଯିବ ।
ଚାଷୀ (Farmers)ଙ୍କୁ ଟ୍ରାକ୍ଟର କିଣିବା ପାଇଁ କେନ୍ଦ୍ର ସରକାର ସବସିଡି (PM Kisan Tractor Yojana) ପ୍ରଦାନ କରୁଛନ୍ତି । ଏହା ଅଧୀନରେ କୃଷକ (Farmers)ମାନେ ଯେକୌଣସି କମ୍ପାନୀର ଟ୍ରାକ୍ଟରକୁ ଅଧା ମୂଲ୍ୟରେ କିଣିପାରିବେ । ବାକି ଅଧା ଅର୍ଥ ସବସିଡି (Subsidy) ହିସାବରେ ସରକାର ପ୍ରଦାନ କରିବେ । ଏହା ବ୍ୟତୀତ ଅନେକ ରାଜ୍ୟ ସରକାର (State government) ମଧ୍ୟ ନିଜ ନିଜ ସ୍ତରରେ ଚାଷୀ (Farmers)ଙ୍କୁ ଟ୍ରାକ୍ଟର (Tractor) ଉପରେ ୨୦ ରୁ ୫୦ ପ୍ରତିଶତ ସବସିଡି ପ୍ରଦାନ କରୁଛନ୍ତି ।
ପ୍ରକାଶ ଥାଉ ଯେ, ଏହି ସବସିଡି (Subsidy)କେବଳ ଟ୍ରାକ୍ଟର (Tractor) କିଣିବାରେ ସରକାର ପ୍ରଦାନ କରିବେ । ଯଦି ଆପଣ ମଧ୍ୟ ଏହି ଯୋଜନାର ଲାଭ ଉଠାଇବାକୁ ଚାହାଁନ୍ତି, ତେବେ ଚାଷୀ (Farmers)ଙ୍କୁ ଏଥିପାଇଁ ଆଧାର କାର୍ଡ, ଲ୍ୟାଣ୍ଡ ପେପର, ବ୍ୟାଙ୍କ ବିବରଣୀ, ପାସପୋର୍ଟ ସାଇଜ୍ ଫଟୋ ରହିବା ଆବଶ୍ୟକ । ଏହି ଯୋଜନା ଅଧୀନରେ, କୃଷକମାନେ (Farmers) ନିକଟସ୍ଥ CSC କେନ୍ଦ୍ର ପରିଦର୍ଶନ କରି ଅନଲାଇନ( Online)ରେ ଆବେଦନ କରିପାରିବେ ।
କୃଷକଙ୍କ କାର୍ଯ୍ୟ ହେଲା ସହଜ ; ଲଞ୍ଚ ହେଲା VEER 20 ଟ୍ରାକ୍ଟର, ଜାଣନ୍ତୁ ଏହାର ବୈଶିଷ୍ଟ୍ୟ
Share your comments