1. କୃଷି ଉପକରଣ

ମହିନ୍ଦ୍ରା ଏକ ନାଁ ନୁହେଁ, ଦେଶର ଶ୍ରେଷ୍ଠ ବ୍ରାଣ୍ଡ

ଛୋଟରୁ ବଡ଼ ବଡ଼ ଶିଳ୍ପରେ ଆଜି ନିଜ ଏକ ବଳିଷ୍ଠ ପରିଚୟ ସୃଷ୍ଟି କରିଛି ତାହାର ନାଁ ହେଉଛି ମହିନ୍ଦ୍ରା ଟ୍ରାକ୍ଟର l ଦେଶର ଘର କାମ ତିଆରି କାମ ଠାରୁ ବଡ଼ ବଡ଼ ଶିଳ୍ପରେ ବ୍ୟବହାର ହେଉଛି ଏହି ବ୍ରାଣ୍ଡ l

Tanushree Mahapatra
Tanushree Mahapatra
India’s no 1 brand, mahindra tractors

India’s no 1 brand, mahindra tractors

ଛୋଟରୁ ବଡ଼ ବଡ଼ ଶିଳ୍ପରେ ଆଜି ନିଜ ଏକ ବଳିଷ୍ଠ ପରିଚୟ ସୃଷ୍ଟି କରିଛି ତାହାର ନାଁ ହେଉଛି ମହିନ୍ଦ୍ରା ଟ୍ରାକ୍ଟର l ଦେଶର ଘର କାମ ତିଆରି କାମ ଠାରୁ ବଡ଼ ବଡ଼ ଶିଳ୍ପରେ ବ୍ୟବହାର ହେଉଛି ଏହି ବ୍ରାଣ୍ଡ l କୃଷି ଆଜି ଯାହା ଦେଶର ଆର୍ଥିନି ମଜବୁତ କରିବାରେ ବଳିଷ୍ଠ ଭୂମିକା ଗ୍ରହଣ କରିଛି ସେ କ୍ଷେତ୍ରରେ ଅଧିକ ରୁ ଅଧିକ ଏହି ବ୍ରାଣ୍ଡ ବ୍ୟବହାର ହେଉଛି l କୃଷି ତଥା କୃଷକର ବିଶ୍ୱାସ ଜିତି ପାରିଛି ଏହି ବ୍ରାଣ୍ଡ l 

ମହିନ୍ଦ୍ରା ଟ୍ରାକ୍ଟର ବ୍ରାଣ୍ଡର ହେଉଛି ଭାରତୀୟ କୃଷି ଯନ୍ତ୍ରପାତି ଶିଳ୍ପ | ଏହା ମହିନ୍ଦ୍ରା ଏବଂ ମହିନ୍ଦ୍ରା ନିଗମର ଏକ ଅଂଶ l ୨୦୧୦ ରେ, ମହିନ୍ଦ୍ରା ଭଲ୍ୟୁମ୍ ଅନୁଯାୟୀ ବିଶ୍ୱର ସର୍ବାଧିକ ବିକ୍ରି ହୋଇଥିବା ଟ୍ରାକ୍ଟର ବ୍ରାଣ୍ଡ ହୋଇଥିଲେ ଏହା | ମହିନ୍ଦ୍ରା କମ୍ପାନୀର ସବୁଠାରୁ ବଡ ଗ୍ରାହକ ଭାରତରେ ଅଛି | ଉତ୍ତର ଆମେରିକା ଏବଂ ଅଷ୍ଟ୍ରେଲିଆରେ ମଧ୍ୟ ଏହାର ବଜାର ବଢ଼ୁଥିବାର ଦେଖିବାକୁ ମିଳିଛି | ଆଜି ଦେଶ ନୁହେଁ ଦେଶ ବାହାରେ ମଧ୍ୟ ଏହି ବ୍ରାଣ୍ଡ ନିଜ ନାଁ କୁ ଉଚ୍ଚ ସ୍ଥାନରେ ରଖିଛି l

ତେବେ ଆଜି ଆଉ ଏକ କୃଷି କାର୍ଯ୍ୟକ୍ରମ ଯାହା ଦେଶରେ ପ୍ରଥମ ଥର ପାଇଁ ଆୟୋଜିତ ହେଉଛି ସେଥିରେ ଏହି କମ୍ପାନୀ ଏକ ବଡ଼ ଭୂମିକାରେ ନିଜକୁ ସାମିଲ କରିଛି l ମିଲେନିୟର ଫାର୍ମର ଅଫ ଇଣ୍ଡିଆ ୨୦୨୩ l କୃଷି ଜାଗରଣ ଦ୍ୱାରା ଆୟୋଜିତ କୃଷି ମହାକୁମ୍ଭରେ ମହିନ୍ଦ୍ରା ଟ୍ରାକ୍ଟରସ ମୁଖ୍ୟ ପ୍ରାୟୋଜକ ଭୂମିକା ଗ୍ରହଣ କରିଛି l ଏହି କାର୍ଯ୍ୟକ୍ରମରେ ମହିନ୍ଦ୍ରା ନିଜର ଏକ ଷ୍ଟଲ ଲଗାଇଛି ଯେଉଁଠି ନିଜର ନିକଟରେ ଉନ୍ମୋଚିତ ହୋଇଥିବା ବିଭିନ୍ନ ନୂତନ ପ୍ରକାର ଟ୍ରାକ୍ଟର ପ୍ରଦର୍ଶନୀ କରିଛି l ପ୍ରାୟତଃ ୮ ପ୍ରକାର ନୂତନ ଟ୍ରାକ୍ଟର ଏଠାରେ ଦେଖିବାକୁ ମିଳିଛି l

ଷ୍ଟଲ ମହିନ୍ଦ୍ରା ଟ୍ରାକ୍ଟର ଷ୍ଟଲରେ ପ୍ରଦର୍ଶନ କରିଥିବା ୮ଟି ଟ୍ରାକ୍ଟର ବ୍ରାଣ୍ଡ ହେଉଛି mahindra 3140 OJA , mahindra yuvo tech +575DI , Mahindra NOVO 655DI , Mahindra 2121 OJA , NOVO 755DI , Mahindra 3140 OJA , mahindra mahavator ( mahindra YUVO tech +585DI ) , Mahindra NOVO 655DI l ଏହି ଟ୍ରାକ୍ଟର ବ୍ରାଣ୍ଡ କିମ୍ବା କୃଷିଟ୍ରେ ବ୍ୟବହାର ହେଉଥିବା ସମସ୍ତ ଯନ୍ତ୍ରପାତି କୃଷି କ୍ଷେତ୍ରରେ ଚାଷୀଙ୍କ ଚାଷ ଆରମ୍ଭରୁ ଅମଳ ପର୍ଯ୍ୟନ୍ତ , ସାର ଦେବା ପ୍ରତିଟି କ୍ଷେତ୍ରରେ ଖୁବ ସହାୟକ ହେବ l ତେବେ ଆଶା ଏଠାରେ ପ୍ରଦର୍ଶିତ ହୋଇଥିବା ସମସ୍ତ ମହିନ୍ଦ୍ରା କୃଷି ଯନ୍ତ୍ରପାତି ଚାଷୀଙ୍କ ଅଧିକରୁ ଅଧିକ ସହାୟକ ହେବ l

Like this article?

Hey! I am Tanushree Mahapatra. Did you liked this article and have suggestions to improve this article? Mail me your suggestions and feedback.

Share your comments