Farm Mechanization

ଭାରତୀୟ ବଜାରରେ ପ୍ରବେଶ କରିବ ସୋନାଲିକା ଟାଇଗର ଇଟ୍ରାକ୍ଟର

ଭାରତର ପ୍ରତିଷ୍ଠିତ ଟ୍ରାକ୍ଟର ନିର୍ମାତା କମ୍ପାନୀ ସୋନାଲିକା ନିକଟରେ ଲଞ୍ଚ କରିବାକୁ ଯାଉଛି ସୋନାଲିକା ଟାଇଗର ଇଲେକ୍ଟ୍ରିକ ଟ୍ରାକ୍ଟର | ସୋନାଲିକା ଖୁବ ଶୀଘ୍ର ଭାରତକୁ ଆଣୁଛି ଏହି ଅତ୍ୟାଧୁନିକ ଟେକ୍ନୋଲୋଜି ଯୁକ୍ତ ଇଲେକ୍ଟ୍ରିକ ଟ୍ରାକ୍ଟର |

20 June, 2022 10:32 AM IST By: Rajashree

ଭାରତର ପ୍ରତିଷ୍ଠିତ ଟ୍ରାକ୍ଟର ନିର୍ମାତା କମ୍ପାନୀ ସୋନାଲିକା ନିକଟରେ ଲଞ୍ଚ କରିବାକୁ ଯାଉଛି ସୋନାଲିକା ଟାଇଗର ଇଲେକ୍ଟ୍ରିକ ଟ୍ରାକ୍ଟର (Sonalika Tiger Electric Tractor) | ସୋନାଲିକା ଖୁବ ଶୀଘ୍ର ଭାରତକୁ ଆଣୁଛି ଏହି ଅତ୍ୟାଧୁନିକ ଟେକ୍ନୋଲୋଜି ଯୁକ୍ତ ଇଲେକ୍ଟ୍ରିକ ଟ୍ରାକ୍ଟର |

ଭାରତରେ ଏହି ଟ୍ରାକ୍ଟର ଯଥାଶୀଘ୍ର ଲଞ୍ଚ କରିବାକୁ ସମସ୍ତ ପ୍ରସ୍ତୁତି ଶେଷ କରିସାରିଲେଣି ସୋନାଲିକା ଟ୍ରାକ୍ଟର କମ୍ପାନୀ(Sonalika Tiger Electric Tractor) | 25.5 କିଲୋୱାଟ ଇଂଡକ୍ସନ ମୋଟର ଏବଂ ଏକ IP67 ଅନୁରପ 25.5KWH ଲିଥିୟମ ଆୟନ ବ୍ୟାଟରି ରହିଛି |

ଏହି ଉନ୍ନତ ଟେକ୍ନୋଲୋଜି ଯୁକ୍ତ ଇଟ୍ରାକ୍ଟର(Sonalika Tiger Electric Tractor) ଘଣ୍ଟାକୁ 24.93 କିଲୋମିଟର ପର୍ଯ୍ୟନ୍ତ ଗତି କରିବା ସହ ଅନ୍ୟାନ ସୁବିଧା ମଧ୍ୟ ଏଥିରେ ଉପଲବ୍ଧ ରହିଛି |

- ଏହା ସ୍ଥାୟୀତ୍ୱ ଏବଂ ସହଜ ସେବା ଯୋଗାଇବ
- ସାଇଡ ଶିଫ୍ଟ ଲିଭର
- କ୍ଲିୟର ଲେନ୍ସ ହେଡଲ୍ୟାମ୍ପ
- ମୋବାଇଲ୍ ଚାର୍ଜର୍
- ଡିଜିଟାଲ୍ ଇଣ୍ଟମେଣ୍ଟ କ୍ଲଷ୍ଟର
- ଟିପିଂ ଟ୍ରଲି ପାଇଁ ଅତିରିକ୍ତ ପୋର୍ଟ
- ଫ୍ରଣ୍ଟ୍ ଏକ୍ସଲ୍ ସପୋର୍ଟ ସହିତ ହେଭି ଡ୍ୟୁଟି ଜି

ଏହାର ଲାଗିଥିବା ଉନ୍ନତ ମାନର ବ୍ୟାଟରୀ ନିୟମିତ ହୋମ ଚାରଜିଙ୍ଗ ସକେଟ ସହ ଦ୍ରୁତ ଚାରଜିଙ୍ଗ ସିଷ୍ଟମ ବ୍ୟବହାର କରି ଅତି କମ ସମୟରେ ମାନେ ମାତ୍ର 4 ଘଣ୍ଟାରେ ପୁର୍ଣ ବ୍ୟାଟରି ଚାର୍ଜ କରାଯାଇପାରିବ | ଏହି ଗୋଟିଏ ଚାର୍ଜ ସହ 2 ଟନ ଟ୍ରଲି ସହ କାର୍ଯ୍ୟ କରିବା ବେଳେ ଏହା 8 ଘଣ୍ଟା ଚାଲିବାରେ ସକ୍ଷମ ରଖିପାରେ | ଚାଷୀ ମାନଙ୍କ ସୁବିଧାକୁ ଦୃଷ୍ଟିରେ ରଖି ସୋନାଲିକା ଟାଇଗର ଇଲେକ୍ଟ୍ରିକ ଟ୍ରାକ୍ଟର (Sonalika Tiger Electric Tractor)ସାଧାରଣ ଟ୍ରାକ୍ଟର ପରି କରାଯାଇଛି ଯାହାଫଳରେ ଚାଷୀ ମାନେ ଏହାକୁ ଅତି ସହଜରେ ବ୍ୟବହାର କରିପାରିବେ |

ସୋନାଲିକା ଟାଇଗର ଇଲେକ୍ଟ୍ରିକ ଟ୍ରାକ୍ଟର(Sonalika Tiger Electric Tractor)ସାଧାରଣତଃ ମାଟି ଉଠେଇବା ଏବଂ କୃଷି କ୍ଷେତ୍ରରେ କଠିନ କାର୍ଯ୍ୟ ପାଇଁ ଡିଜାଇନ୍ କରାଯାଇଛି, ବିହନ ବୁଣିବା, ହଳ, ଶସ୍ୟ ଅମଳ ସହିତ ବିଭିନ୍ନ କ୍ଷେତ୍ରରେ ଏହା ବହୁତ ଭଲ ପ୍ରଦର୍ଶନ କରିବ ବୋଲି କମ୍ପାନୀ ପକ୍ଷରୁ ଆଶା ରଖା ଯାଇଛି | ଏହି ଟ୍ରାକ୍ଟର ମୂଲ୍ୟ ଅନ୍ୟ ଟ୍ରାକ୍ଟରର ମୂଲ୍ୟ ଅପେକ୍ଷା ବହୁତ କମ ରହିଛି | ସମସ୍ତ ପ୍ରକାର ଚାଷୀ ଏହାକୁ ବ୍ୟବହାର କରିପାରିବେ |

କୃଷକଙ୍କ କାର୍ଯ୍ୟ ହେଲା ସହଜ,ଚାଷ ପାଇଁ ଉତ୍କୃଷ୍ଟ ସ୍ୱରାଜ ଟ୍ରାକ୍ଟର

ପ୍ରିମିୟମ ଷ୍ଟାଇଲିଂରେ ବଜାରକୁ ଆସିଲା କୁଵତା ଟ୍ରାକ୍ଟର

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)