1. କୃଷି ଉପକରଣ

ଜଣାନ୍ତୁ କେତେ ସୁରକ୍ଷିତ ଆପଣଙ୍କ ଖାଦ୍ୟ

ଜଣାନ୍ତୁ କେତେ ସୁରକ୍ଷିତ ଆପଣଙ୍କ ଖାଦ୍ୟ

KJ Staff
KJ Staff

ଏବେ ମୋବାଇଲ ଜରିଆରେ ଖାଦ୍ୟ ର ଯାଞ୍ଚ !
ହର୍ଟ- ଆଇନକ ଦେବ ସମ୍ପୂର୍ଣ ରିପୋର୍ଟ

ବର୍ତ୍ତମାନ ଆଧୁନିକ ଯୁଗ ରେ ରାସାୟନିକ ପଦାର୍ଥ ବା କେମିକାଲ ବା କେଉଁଠି ଦେଖିବାକୁ ମିଳୁ ନାହିଁ ??? ଚାଷ କରିବା ଠାରୁ ଆରମ୍ଭ କରି ଆପଣ ଖାଉଥିବା ଖାଦ୍ୟ ରେ ମଧ୍ୟ ରାସାୟନିକ ପଦାର୍ଥ ନିଜର ସତ୍ତା ସାବ୍ୟସ୍ତ କରିସାରିଲେଣି |ତେବେ ଏହି ପଦାର୍ଥ ଗୁଡିକ ଉଚିତ ମାତ୍ରା ରୁ ଅଧିକ ରହିଥିଲେ ଏହା ଶରୀର ରେ ଧୀରେ ଧୀରେ ଜମି ;କାଳକ୍ରମେ ବିଭିନ୍ନ ପ୍ରକାର କର୍କଟ ରୋଗ ର କାରଣ ହୋଇଥାଏ |ଏବେ ପ୍ରଶ୍ନ ହେଉଛି ଏହି କେତୋଟି ଅହିତକାରୀ କେମିକାଲ ଖାଦ୍ୟ ରେ କେତେ ପରିମାଣ ରେ ରହିଛି ତାହା ଆପଣ ଜାଣିବେ କିପରି ?

ଏହି ରାସାୟନିକ ଆସେ କେଉଁଠାରୁ ?
ରୋଗ ବା ପୋକ ନିଧାନ ଲାଗି ଚାଷୀ ମାନେ ବହୁ ସମୟରେ ଜମି ରେ ବିଭିନ୍ନ ଔଷଧ ଓ କୀଟନାଶକ ର ବ୍ୟବହାର କରିଥାନ୍ତି |ଏହି ଔଷଧ ରେ ଥିବା ରାସୟାନିକ ପଦାର୍ଥ ଅତି ଶୀଘ୍ର ଭାଙ୍ଗି ନିଜର ସତ୍ତା ହରାଏ ନାହିଁ |ନିଜର ହାପ ଲାଇଫ ପେରିଏଡ଼ ଅନୁସାରେ କେତେକ ରାସାୟନିକ ପଦାର୍ଥ ବହୁ ଦିନ ଯାଏ ଗଛ ବା ଉତ୍ପାଦିତ ସାମଗ୍ରୀ ଉପରେ ରହି ଫସଲ କୁ ରୋଗ ପୋକ ରୁ ସୁରକ୍ଷା ଦେଇଥାନ୍ତି |ହେଲେ ଏହି ସବୁ ରାସାୟନିକ ପଦାର୍ଥ ର ପରିମାଣ ଆବଶ୍ୟକ ରୁ ଅଧିକ ହେଲେ ଶରୀର ପ୍ରତି ଅହିତକାରୀ ହୋଇଥାଏ |ଏହା ବ୍ୟତୀତ ଅଧିକ ଉତ୍ପାଦନ ଲାଗି ବ୍ୟବହାର ହେଉଥିବା ହର୍ମୋନ ମଧ୍ୟ ଅନେକ ସମୟରେ ଏହି ପରି କାର୍ଯ୍ୟ କରିଥାଏ |

ହର୍ଟ- ଆଇନକ କଣ ?
ଏହାକୁ ନେଇ ମାନବ କଲ୍ୟାଣ ଲାଗି ଏବେ ଏକ ନୂତନ ମୋବାଇଲ ଆପ୍ଲିକେସନ ତିଆରି କରିଛନ୍ତି କୋଷ୍ଟା ରିକା ବିଶ୍ୱବିଦ୍ୟାଳୟ ର କ୍ଷେତ୍ର ବିଜ୍ଞାନ ର ବୈଜ୍ଞାନିକ |ଏହି ଆପ୍ଲିକେସନ ଦ୍ୱାରା ଆପଣ ତତ୍କ୍ଷଣାତ ନିଜର ଖାଦ୍ୟ ରେ ରାସୟାନିକ ପଦାର୍ଥ ର ପରିମାଣ କୁ ଯାଞ୍ଚ କରିପାରିବେ | ଏହାର ନାମ ହେଉଛି ହର୍ଟ-ଆଇନକ |ଏହା ଦ୍ୱାରା ଚାଷୀ ମଧ୍ୟ ନିଜ ଜମି ରେ ପନି ପରିବା ବା ଉତ୍ପାଦିତ ଖାଦ୍ୟ ରେ କେତେ ରହିଛି ;କୀଟନାଶକ ଓ ଓଷଧ ର ବଳକା ପରିମାଣ ସେ ବିଷୟରେ ନିଜ ସ୍ମାର୍ଟ ଫୋନ ଜରିଆରେ ଜାଣିପାରିବେ |

ୟୁ.ସି.ଆର ର ଫାଂବୀୟ ବାଉରୀତ ମୋରେନୋ କୃଷି ପ୍ରୟୋଗଶାଲା ର ବୈଜ୍ଞାନିକ ମାନେ ,ଷ୍ଟାର୍ଟଟିଟିକ୍ସ ବିଦ୍ୟାଳୟ ର ଇଂଞ୍ଜିନିଅର ,ଏବଂ କ୍ଷେତ୍ର ବିଜ୍ଞାନ ବିଦ୍ୟାଳୟ ର ଅଧ୍ୟାପକ ମାନଙ୍କ ଦ୍ୱାରା ଏହାର ଉଦ୍ଭାବନ କରାଯାଇଛି |

 

Like this article?

Hey! I am KJ Staff. Did you liked this article and have suggestions to improve this article? Mail me your suggestions and feedback.

Share your comments