1. କୃଷି ଉପକରଣ

Mahindra OJA: ଭାରତର ସବୁଠାରୁ ଲୋକପ୍ରିୟ ଟ୍ରାକ୍ଟର

କୃଷି କ୍ଷେତ୍ରକୁ ଆଧୁନିକ ପ୍ରଯୁକ୍ତି ବିଦ୍ୟାର ସହାୟତା ମିଳିବା ଫଳରେ ବହୁ ପରିବର୍ତ୍ତନ ଆସିଛି।

Omkar Mohanty
Omkar Mohanty
Mahindra OJA 3140 pic credit @pexel, @canva

Mahindra OJA 3140 pic credit @pexel, @canva

କୃଷି କ୍ଷେତ୍ରକୁ ଆଧୁନିକ ପ୍ରଯୁକ୍ତି ବିଦ୍ୟାର ସହାୟତା ମିଳିବା ଫଳରେ ବହୁ ପରିବର୍ତ୍ତନ ଆସିଛି। ଏହି ପରିବର୍ତ୍ତନର ଅନ୍ୟତମ ଗୁରୁତ୍ୱପୂର୍ଣ୍ଣ ଅଂଶ ହେଉଛି ଶକ୍ତିଶାଳୀ ଏବଂ ବହୁମୁଖୀ ଟ୍ରାକ୍ଟର। ମହିନ୍ଦ୍ରl କମ୍ପାନୀ ଏହି ଆବଶ୍ୟକତାକୁ ଦୃଷ୍ଟିରେ ରଖି ଓଜା ୩୧୪୦ ଟ୍ରାକ୍ଟରଟି ପ୍ରସ୍ତୁତ କରିଛି। ଏହି ଟ୍ରାକ୍ଟରଟି କୃଷିକାର୍ଯ୍ୟର ବିଭିନ୍ନ ପର୍ଯ୍ୟାୟରେ ମହତ୍ତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିପାରେ।

ଶକ୍ତିଶାଳୀ ଇଞ୍ଜିନ୍ ଓ ବହୁମୁଖୀ କାର୍ଯ୍ୟକ୍ଷମତା

ଓଜା ୩୧୪୦ ଟ୍ରାକ୍ଟରଟି ୨୯.୫ କିଲୋୱାଟ୍ (୪୦ ହର୍ସପାୱାର) ଶକ୍ତିର ଇଞ୍ଜିନ୍ ସହିତ ଉପଲବ୍ଧ। ଏହାର ଉଚ୍ଚ ଟର୍କ ଶକ୍ତି ୧୩୩ ନ୍ୟୁଟନ୍ ମିଟର୍। ତେଣୁ ଏହା ବିଭିନ୍ନ ପ୍ରକାରର କାର୍ଯ୍ୟ କରିବାରେ ସକ୍ଷମ। ୧୨ x ୧୨ ପାୱାର୍ ଗିୟାର୍ ଟ୍ରାନ୍ସମିଶନ୍ ସିଷ୍ଟମ୍ ସାହାଯ୍ୟରେ ଏହା ଅତ୍ୟନ୍ତ ସହଜରେ ପାୱାର୍ ଟ୍ରାନ୍ସଫର୍ କରିପାରେ। ତେଣୁ କଠିନ କାର୍ଯ୍ୟ କରିବା ସମୟରେ ଏହାର କାର୍ଯ୍ୟକ୍ଷମତା ସର୍ବାଧିକ ରହିଥାଏ।

ଓଜା ୩୧୪୦ ଟ୍ରାକ୍ଟରର ଅତ୍ୟାଧୁନିକ ବିଶେଷତା ଯେପରିକି ଇ-ପିଟିଓ (ePTO), ଆଟୋ ପିଟିଓ (Auto PTO), ଆଟୋ ଇମ୍ପ୍ଲିମେଣ୍ଟ ଲିଫ୍ଟ (Auto Implement Lift), ଆଟୋ ୱାନ୍ ସାଇଡ୍ ବ୍ରେକ୍ (Auto One Side Brake) ଏବଂ କ୍ରିପର୍ (Creeper) ଇତ୍ୟାଦି କାର୍ଯ୍ୟକୁ ଅତ୍ୟନ୍ତ ସହଜ କରିଦେଇଥାଏ। କୃଷକମାନେ ସମୟ ଓ ଶ୍ରମ ବଞ୍ଚାଇ ପାରିବେ ଏବଂ ଉତ୍ପାଦନ ବୃଦ୍ଧି କରିପାରିବେ।

ଇ-ପିଟିଓ (ePTO): କାର୍ଯ୍ୟକୁ ସହଜ କରିବା

ପିଟିଓ (PTO) ପାୱାର୍ ନେବା ଏବଂ ବନ୍ଦ କରିବାର କାର୍ଯ୍ୟକୁ ଏହି ଟ୍ରାକ୍ଟରର ଇ-ପିଟିଓ ବିଶେଷତା ସ୍ୱଚାଳିତ ଭାବେ ପରିଚାଳନା କରେ। ଏହା ଫଳରେ କଷ୍ଟକର କାର୍ଯ୍ୟ ଅତି ସହଜତର ହୋଇଯାଏ। ସେହିପରି ଏହି ବିଶେଷତାର ବ୍ୟବହାର ଫଳରେ PTO କ୍ଲଚ୍ଚକୁ ନିୟନ୍ତ୍ରିତ ଭାବେ ଚାଲୁ ଓ ବନ୍ଦ କରାଯାଇପାରେ, ଯାହା ଫଳରେ ସମସ୍ତ କାର୍ଯ୍ୟ ଅତି ନିଖୁଣ ଭାବେ ସମ୍ପନ୍ନ ହୋଇପାରିବ।

ଆଟୋ ପିଟିଓ (Auto PTO): ସଞ୍ଚୟ ଓ ସୁବିଧା

ଆଟୋ ପିଟିଓ ବିଶେଷତା ସାହାଯ୍ୟରେ ଟ୍ରାକ୍ଟର ବୁଲିବା ସମୟରେ କିମ୍ବା ରିଭର୍ସ କରିବା ସମୟରେ PTO ସ୍ୱଚାଳିତ ଭାବେ ବନ୍ଦ ହୋଇଯାଏ। ଏହା ଫଳରେ ଅନାବଶ୍ୟକ ଖର୍ଚ୍ଚ କମ୍ ହୋଇଯାଏ। କାରଣ ସାର କିମ୍ବା କୀଟନାଶକ ଦ୍ରବ୍ୟ ନଷ୍ଟ ହୋଇନପାରେ। ଅନ୍ୟପକ୍ଷରେ କୃଷକଙ୍କୁ ମଧ୍ୟ PTO ଚାଲୁ କିମ୍ବା ବନ୍ଦ କରିବାକୁ ପଡ଼େନାହିଁ। ତେଣୁ ଏହା ସମୟ ଓ ଶ୍ରମ ସଂରକ୍ଷଣ କରିଥାଏ।

ଆଟୋ ଇମ୍ପ୍ଲିମେଣ୍ଟ ଲିଫ୍ଟ ବିଶେଷତା: ସୁବିଧାଜନକ ପରିଚାଳନା

କଠିନ କାର୍ଯ୍ୟ କରିବା ସମୟରେ ଇମ୍ପ୍ଲିମେଣ୍ଟକୁ ଉଠାଇବା କିମ୍ବା ଖସାଇବା ଆବଶ୍ୟକତା ରହିଥାଏ। ମହିନ୍ଦ୍ରlର ଓଜା ୩୧୪୦ ରେ ବିଦ୍ୟମାନ "ଆଟୋ ଇମ୍ପ୍ଲିମେଣ୍ଟ ଲିଫ୍ଟ" ବିଶେଷତା ପ୍ରଯୁକ୍ତି ସାହାଯ୍ୟରେ ଏହି କାର୍ଯ୍ୟକୁ ସ୍ୱଚାଳିତ ଭାବେ ସମ୍ପନ୍ନ କରାଯାଇପାରିବ। ଏହା ସାହାଯ୍ୟରେ କୃଷକଙ୍କୁ ଏହି କାର୍ଯ୍ୟ ଆଉ ହାତରେ କରିବାକୁ ପଡ଼ିବନାହିଁ। ଗ୍ରାଉଣ୍ଡ ପ୍ରେସରକୁ ମାପିବା ପାଇଁ ଏଲେକ୍ଟ୍ରୋନିକ୍ ଡ୍ରାଫ୍ଟ କଣ୍ଟ୍ରୋଲ ବ୍ୟବସ୍ଥା ସାହାଯ୍ୟରେ ଇମ୍ପ୍ଲିମେଣ୍ଟକୁ ଉଚିତ ଗଭୀରତାରେ ରଖାଯାଇପାରିବ।

ଆଟୋ ୱାନ୍ ସାଇଡ୍ ବ୍ରେକ୍: ସୁରକ୍ଷିତ ବୁଲିବା

କୃଷି କାର୍ଯ୍ୟ ସମୟରେ ବାରମ୍ବାର ବୁଲିବାର ଆବଶ୍ୟକତା ପଡ଼ିଥାଏ। ଟ୍ରାକ୍ଟର ବୁଲିବା ସମୟରେ ଦୁଇ କାମ କରିବାକୁ ପଡ଼େ, ଯଥା ଗାଡ଼ି ଚାଳନା କରିବା ଓ ବ୍ରେକ୍ ମାରିବା। ମାତ୍ର ଓଜା ୩୧୪୦ ଟ୍ରାକ୍ଟରରେ "ଆଟୋ ୱାନ୍ ସାଇଡ୍ ବ୍ରେକ୍" ବିଶେଷତା ରହିଛି, ଯାହା ବ୍ୟବହାର କରି କେବଳ ଗାଡ଼ି ଚଳାଇବାକୁ ପଡ଼ିବ। ଏହି ବିଶେଷତା ସ୍ୱଚାଳିତ ଭାବେ ବ୍ରେକ୍ ମାରିଦେବ।

କ୍ରିପର୍ ମୋଡ଼: ସୁନିର୍ଦ୍ଦିଷ୍ଟ କାର୍ଯ୍ୟରେ ସହାୟକ

କ୍ରିପର୍ ମୋଡ଼ର ସାହାଯ୍ୟରେ ଟ୍ରାକ୍ଟର ଘଣ୍ଟାପ୍ରତି ୦.୩ କିଲୋମିଟର ଗତିରେ ଗତି କରିପାରିବ। ଏହା ଫଳରେ ବିଭିନ୍ନ ସୁନିର୍ଦ୍ଦିଷ୍ଟ କାର୍ଯ୍ୟ ଯଥା ବିଚି ବୁଣିବା, ପ୍ଲାଷ୍ଟିକ ମଲଚିଂ ଆଦି କାର୍ଯ୍ୟ କରିବା ସମୟରେ ଅତି ସହଜରେ କାର୍ଯ୍ୟ କରାଯାଇପାରିବ। ଏଥିସହିତ ମାଟି ଖୋଳିବା ଓ ଉତ୍ତମ ଗୁଣାତ୍ମକ କାର୍ଯ୍ୟ କରିବା ସମ୍ଭବ ହେବ।

GPS ଟ୍ରାକ୍ ଲାଇଭ ଲୋକେଶନ୍: ନିୟନ୍ତ୍ରଣ ଓ ନିରାପତ୍ତା

ଆଧୁନିକ ପ୍ରଯୁକ୍ତି ବିଦ୍ୟାର ବ୍ୟବହାର ଫଳରେ ଓଜା ୩୧୪୦ ଟ୍ରାକ୍ଟର ଏବେ ଅଧିକ ସୁରକ୍ଷିତ ଓ ନିୟନ୍ତ୍ରିତ ହୋଇପାରିଛି। ଏଥିରେ GPS ଟ୍ରାକ୍ ଲାଇଭ ଲୋକେଶନ୍ ବିଶେଷତା ସାହାଯ୍ୟରେ କୌଣସି ଦିଗରୁ ମଧ୍ୟ ଟ୍ରାକ୍ଟରର ଲୋକେଶନ୍ ଜାଣିହେବ। ଅନ୍ୟପଟେ ଜିଓଫେନ୍ସିଂ ବିଶେଷତା ସାହାଯ୍ୟରେ ଟ୍ରାକ୍ଟର ଯିବା ଉଚିତ୍ ଏଲାକାରେ ରହିବ। ଏହା ଫଳରେ ଚାଳକଙ୍କ ଉପରେ ନିର୍ଭରତା କମ ରହିବ।

ଏହିପରି ମହିନ୍ଦ୍ର କମ୍ପାନୀର ଓଜା ୩୧୪୦ ଟ୍ରାକ୍ଟର କୃଷିକାର୍ଯ୍ୟରେ ଏକ ବିପ୍ଳବ ଆଣିଦେଇଛି। ଏହାର ବିଭିନ୍ନ ବିଶେଷତା କୃଷି କାର୍ଯ୍ୟକୁ ଅତି ସୁବିଧାଜନକ କରିଦେଇଛି। କୃଷକମାନେ ସମୟ ଓ ଶ୍ରମ ବଞ୍ଚାଇ ପାରିବେ ଏବଂ ଉତ୍ପାଦନ ବୃଦ୍ଧି କରିପାରିବେ। ତେଣୁ କୃଷି କ୍ଷେତ୍ରରେ ଏହା ଏକ ବଡ଼ ସହାୟକ ଭୂମିକା ଗ୍ରହଣ କରିପାରିବ ଏଥିରେ ସନ୍ଦେହ ନାହିଁ ।
ଅଧିକ ପଢ଼ନ୍ତୁ -

SONALIKA DI 60: ବଜାରରେ ସୋନାଲିକାର ବେଷ୍ଟ ଟ୍ରାକ୍ଟର

Mahindra OJA : କୃଷିରେ ଆଣିବ ବୈପ୍ଲବିକ ପରିବର୍ତ୍ତନ

Like this article?

Hey! I am Omkar Mohanty. Did you liked this article and have suggestions to improve this article? Mail me your suggestions and feedback.

Share your comments