ଚାଷ ଜମିରେ ଚାଷୀ ର ସାଥି ଟ୍ରାକ୍ଟର ହୋଇଥାଏ l ଚାଷ କାର୍ଯ୍ୟ ଆରମ୍ଭ ହେବାଠାରୁ ଆରମ୍ଭ କରି ଅମଳ ପର୍ଯ୍ୟନ୍ତ ଚାଷୀକୁ ସାହାଯ୍ୟ କରେ ଟ୍ରାକ୍ଟର l ଚାଷୀଙ୍କ ସୁବିଧାକୁ ନଜରରେ ରଖି ଆଜି ୭୭ ତମ ସ୍ୱାଧୀନତା ଦିବସରେ ମହିନ୍ଦ୍ରା କମ୍ପାନୀ ନୂଆ ଟ୍ରାକ୍ଟର ଲଞ୍ଚ କରିଛି l ଆଶା କରାଯାଉଛି ଯେ ଏହି ଟ୍ରାକ୍ଟର ଗୁଡିକ ଚାଷ କ୍ଷେତ୍ରରେ ବୈପ୍ଲବିକ ପରିବର୍ତ୍ତନ ଆଣିବ l ଚାଷ ଜମିରେ ବିଭିନ୍ନ ପ୍ରକାର ଟ୍ରାକଟର ବ୍ୟବହାର କରିଥାନ୍ତି ଚାଷୀ ସେଥି ମଧ୍ୟରୁ ମହିନ୍ଦ୍ରା ନା ଟି ସର୍ବପ୍ରଥମ ଶୁଣିବାକୁ ମିଳିଥାଏ l
ଚାଷୀ ତଥା ବଜାରକୁ ଆଖିରେ ରଖି ମହିନ୍ଦ୍ରା ଗତକାଲି ୭ ଟି ଟ୍ରାକ୍ଟର ଉନ୍ମୋଚନ କରିଛି l ଯାହାର ଆଜି କେପ ଟାଉନରେ ଗ୍ରାଣ୍ଡ ପ୍ରିମିୟର ଶୋ ଆୟୋଜିତ କରିଥିଲା l ଯେଉଁଠାରେ ଦିଲ୍ଲୀସ୍ଥିତ କୃଷି ଜାଗରଣର ସମ୍ପାଦକ ଏବଂ ଏଡିଟର ଇନ ଚିଫ ଏମ .ସି .ଡୋମିନିକ୍ ମଧ୍ୟ ଯୋଗଦେଇଛନ୍ତି l ଏହି ଉନ୍ମୋଚନ କାର୍ଯ୍ୟକ୍ରମ ପ୍ରାୟ ୩ ଦିନ ଧରି ସେଠାରେ ଆୟୋଜିତ ହୋଇଥିଲା l ତେବେ ସେଠାରେ ଅନେକ ଦେଶର ବ୍ୟବସାୟୀ ଏବଂ ଚାଷୀମାନେ ନିଜ ଯୋଗଦାନ ଦେଇଥିଲେ l
ତେବେ ଆପଣମାନେ ଜାଣିଥିଲେ ଟ୍ରାକ୍ଟର ଗୁଡିକ ସାଧାରଣତଃ ଖୁବ ଓଜନ ହୋଇଥାଏ l ଯାହାଦ୍ୱାରା ବେଳବେଳେ କୌଣସି ଚାଷ ଜମି କାଦୁଅ ମଧ୍ୟରେ ଫସିଗଲେ ତାହାକୁ ସେଠାରୁ ଉଦ୍ଧାର କରିବା ପାଇଁ ଅନେକ ସମୟ ଲାଗିଥାଏ l ଏହାକୁ ରକ୍ଷଣ କରିବା ମଧ୍ୟ ସବୁ ପରିସ୍ଥିତିରେ କଷ୍ଟଦାୟକ ହୋଇଥାଏ l ଏହାର ବଜାର ମୂଲ୍ୟ ମଧ୍ୟ ଅଧିକ ହୋଇଥାଏ ଯାହା ଜଣେ ଚାଷୀ ପକ୍ଷରେ କିଣିବା ଚିନ୍ତାଜନକ l ବଜାରରେ ଏପରି କିଛି ଟ୍ରାକ୍ଟର ରହିଛି ଯାହା ସମସ୍ତ ଚାଷ ଜମିରେ ନିଜ କାର୍ଯ୍ୟଦକ୍ଷତା ପ୍ରଦର୍ଶନ କରିପାରିନଥାଏ l ବେଳବେଳେ ଚାଷ ଜମିରେ ସାର କିମ୍ବା ପ୍ରତିକୂଳ ପରିବେଶରେ କାର୍ଯ୍ୟ କରିପାରିନଥାଏ l
ତେବେ ଉନ୍ମୋଚିତ ହୋଇଥିବା ଏହି ନୂଆ ଟ୍ରାକ୍ଟର ଗୁଡିକ ରୋମାଞ୍ଚକର ସହିତ ଡେବ୍ୟୁ କରୁଥିବାବେଳେ ମହିନ୍ଦ୍ରା ଭବିଷ୍ୟତ ଉପରେ ଦୃଷ୍ଟି ରଖିଛନ୍ତି ।୨୦୨୪ ଆଡକୁ କୃଷିରେଏକ ସ୍ୱଚ୍ଛ ପଥ ସହିତ, ଉନ୍ମୋଚିତ ଯାନଗୁଡିକ ଆସନ୍ତା ବର୍ଷ ବଜାରକୁ ଅନୁକୂଳ କରିବାକୁ ପ୍ରସ୍ତୁତ ହୋଇ ଅଟୋମୋବାଇଲ୍ ଉତ୍କର୍ଷର ଏକ ନୂତନ ଯୁଗ ପାଇଁ ମଞ୍ଚ ସ୍ଥିର କରିଛି l ଯେହେତୁ ଅଟୋମୋବାଇଲ୍ ଶିଳ୍ପ ବିକାଶ ହେଉଛି, ମହିନ୍ଦ୍ରା ଫ୍ୟୁଚରସ୍କେପ୍ ନୂତନତ୍ୱ ଏବଂ ପ୍ରଗତିର ଅଗ୍ରଭାଗରେ ଛିଡା ହୋଇଛି ଚାଷୀଙ୍କ ସହିତ l ସ୍ଥିରତା,ବିଶ୍ୱବ୍ୟାପୀ ସମ୍ପ୍ରସାରଣ ଏବଂ ଅତ୍ୟାଧୁନିକ ଜ୍ଞାନକୌଶଳ ପାଇଁ ଏହାର ପ୍ରତିବଦ୍ଧତା ସହିତ, କମ୍ପାନୀର #GoGlobal ଦର୍ଶନ ଗତିଶୀଳତାର ଦୃଶ୍ୟକୁ ପୁନର୍ବାର ପରିଭାଷିତ କରିବାକୁ ପ୍ରସ୍ତୁତ l
ତେବେ ଗତକାଲି ଉନ୍ମୋଚିତ ହୋଇଥିବା ଓଜା ( OJA ) ନାମକ ଟ୍ରାକ୍ଟରର ସମ୍ପୂର୍ଣ୍ଣ ପ୍ରସ୍ତୁତ ତଥ୍ୟ ପ୍ରଦାନ କରିଥିଲେ କମ୍ପାନୀର ବରିଷ୍ଠ ଅଧିକାରୀମାନେ l ସେ କହିଥିଲେ ଯେ " ଓଜା " ନାମଟି ସଂସ୍କୃତ ଭାଷାରୁ ଆସିଛି l ଯାହାର ଅର୍ଥ ହେଉଛି " ଶକ୍ତିର ଗନ୍ତାଘର " l ତେବେ ଟ୍ରାକ୍ଟର ସହିତ ଜଡିତ କିଛି ଭିଡିଓ ଜରିଆରେ ମଧ୍ୟ ଏହାର ନୂତନତ୍ୱକୁ ମଧ୍ୟ ଆଲୋକପାତ କରାଯାଇଥିଲା ସର୍ବସାଧାରଣରେ l ନୂଆ ଜ୍ଞାନକୌଶଳ ସହିତ ପ୍ରସ୍ତୁତ ହୋଇଥିବା ଏହି ଟ୍ରାକ୍ଟର ଖୁବ କମ ଦାମରେ ବଜାରରେ ଉପଲବ୍ଧ ହେବ l ଯାହା କ୍ଷୁଦ୍ର ଚାଷୀଙ୍କ ଠାରୁ ଆରମ୍ଭ କରି ବଡ ବଡ ବ୍ୟବସାୟୀ ମଧ୍ୟ କିଣିପାରିବେ l
ଜଣେ ଚାଷୀ ପ୍ରାୟତଃ ଦିନକୁ ୭ ରୁ ୮ ଘଣ୍ଟା ମଣିଷ ଚାଷ ଜମିରେ ଦେଇଥାଏ କିନ୍ତୁ ଏହି ଟ୍ରାକ୍ଟର ବ୍ୟବହାର କରିବା ଦ୍ୱାରା ଏହା ସମୟ ସଞ୍ଚୟ କରିବାରେ ସାହାଯ୍ୟକରିବ l ଚାଷ ଆରମ୍ଭରୁ ଚାଷ ଅମଳ କରିବା ପର୍ଯ୍ୟନ୍ତ ଏହି ଟ୍ରାକ୍ଟର ଚାଷୀଙ୍କୁ ସାହାଯ୍ୟ କରିବ l ଖୁବ କମ ଓଜନ ରହିଛି ଏହି ଟ୍ରାକ୍ଟରର l ଚାଷ ଜମିରେ ସାର ପ୍ରଯୋଗ ଭଳି କାର୍ଯ୍ୟଦକ୍ଷତା ରହିଛି ଏହାର l ତେବେ ଏହା ସମସ୍ତ ପ୍ରକାର ଚାଷ ଜମିରେ ପ୍ରବେଶ କରିପାରିବ ଯାହାଦ୍ୱାରା ଚାଷ ନଷ୍ଟ ହେବାର ମଧ୍ୟ କୌଣସି ସମ୍ଭାବନା ନାହିଁ l ଏକ ଉଚ୍ଚତମ ଇଂଜିନ ଯାହା ନୂତନ ଇଂଜିନିୟରିଂ ଦକ୍ଷତା ସହିତ ପ୍ରସ୍ତୁତ କରାଯଇଛି ଯାହା ବର୍ଷା ,ଶୀତ କିମ୍ବା ଘନ କୁହୁଡି ମଧ୍ୟରେ କାର୍ଯ୍ୟକ୍ଷମ l ଏହା ନରମ ଚାଷ ଜମିରେ ମଧ୍ୟ ଚାଷକାର୍ଯ୍ୟ କରିପାରିବ l ଏହାର ରକ୍ଷଣା ବେକ୍ଷଣ ପାଇଁ ଅଧିକ ଚିନ୍ତା କରିବାକୁ ମଧ୍ୟ ପଡ଼ିବନାହିଁ ଚାଷୀଙ୍କୁ l
ତେବେ ମହିନ୍ଦ୍ରା କମ୍ପାନୀ ଭାରତ ସହିତ ଅନ୍ୟ ୧୨ ଟି ସହର ସହ ଏହି ଟ୍ରାକ୍ଟର ବ୍ୟବସାୟ ଜାରି ରଖିଛି l ଏହି ୧୩ ଟି ଦେଶର ଚାଷରେ ଯାନ୍ତ୍ରିକରଣ ଆବଶ୍ୟକତାକୁ ନଜରରେ ରଖି ଏହାକୁ ପ୍ରସ୍ତୁତ କରାଯାଇଛି l ଯାହା କି ୨୪ ଘଣ୍ଟା ନିଜ ସେବା ପ୍ରଦାନ କରିପାରିବ ଚାଷଜମିକୁ l ଅନ୍ୟ ଟ୍ରାକ୍ଟର ଅପେକ୍ଷା ଏହା ଖୁବ ହାଲୁକା ମଧ୍ୟ l ନୂଆ ବୈଶିଷ୍ଟ୍ୟ ସହିତ ବଜାରକୁ ଆସିଥିବା ଏହି ନୂଆ ଟ୍ରାକ୍ଟର ସମସ୍ତଙ୍କ ଇଛା ପୂରଣ କରିବ ଚାଷ କ୍ଷେତ୍ରରେ ବୋଲି ଆଶା ରଖାଯାଇଛି l
Share your comments