Farm Mechanization

ଦମଦାର ଫିଚର୍ ସହିତ ବଜାରକୁ ଆସିଲା ମହିନ୍ଦ୍ରାର ନୂଆ ଟ୍ରାକ୍ଟର

ବଜାରରେ ଏମିତି ଏକ ଚହଳ ପକେଇଥିବା ଦମଦାର ଟ୍ରାକ୍ଟର ହଉଛି ମହିନ୍ଦ୍ରା କମ୍ପାନୀର 265 ଡି ଆଇ ଏକ୍ସପି ପ୍ଳସ୍ ( Mahindra 265 DI XP Plus) l 2023 ମସିହାରେ ଭାରତରେ, ମହିନ୍ଦ୍ରା 265 ଡିଆଇ ଏକ୍ସପି ପ୍ଳସ୍ (Mahindra 265 DI XP Plus ) ଟ୍ରାକ୍ଟର ଏକ ଜଣାଶୁଣା, ସମ୍ମାନଜନକ ଟ୍ରାକ୍ଟରଭାବରେ କ୍ଷାତି ଲାଭ କରିଛି | ଏହା ଏକ ଉଚ୍ଚ ଟ୍ରାକ୍ଟର ଯାହା ଏକ ନିଆରା ରଙ୍ଗରେ ବଜାରରେ ଉପଲବ୍ଧ |

14 January, 2023 9:00 AM IST By: Sudesna Nayak

ଦିନକୁ ଦିନ କୃଷି କାର୍ଯ୍ୟରେ ଆଧୁନିକ ଯନ୍ତ୍ରପାତିଗୁଡ଼ିକର ବ୍ୟବହାର ବଢ଼ି ବଢ଼ି ଚାଲିଛି l ଏହା ଦ୍ୱାରା ଅନେକ କାର୍ଯ୍ୟ ସୂଚାରୁ ରୂପେ ସ୍ୱଳ୍ପ ସମୟ ମଧ୍ୟରେ କରାଯାଇ ପାରୁଛି l କୃଷକକୁ ଆଜି ଆଉ ଲଙ୍ଗଳ ଧରି ଚାଷ କରିବାକୁ ପଡୁନାହିଁ l କୃଷି କାର୍ଯ୍ୟରେ ବ୍ୟବହୃତ ଉପକରଣ ମଧ୍ୟରୁ ଟ୍ରାକ୍ଟର ଅନ୍ୟତମ l ଚାଷ କାର୍ଯ୍ୟର ପ୍ରାୟ ସମସ୍ତ କୌଶଳଗୁଡିକୁ (agriculture equipments) ଟ୍ରାକ୍ଟର ସହିତ ସଂଶ୍ଲିଷ୍ଟ କରାଯାଇ ଆଜି କୃଷି ବହୁତ ସରଳ ଆଉ କାମ ସମୟ ବିନିଯୋଗ କରି ଆରାମରେ କରିହଉଛି l ଫସଲ ବୁଣିବା ଠାରୁ ଆରମ୍ଭ କରି ଫସଲ ଅମଳ କରି ସାଇତିବା ପର୍ଯ୍ୟନ୍ତ ସବୁ ସମୟରେ ଟ୍ରାକ୍ଟରର ଅବଦାନ ରହିଛି l

ଆସନ୍ତୁ ଜାଣିବା ବଜାରରେ ଏମିତି ଏକ ଚହଳ ପକେଇଥିବା ଦମଦାର ଟ୍ରାକ୍ଟର ହଉଛି ମହିନ୍ଦ୍ରା କମ୍ପାନୀର 265 ଡି ଆଇ ଏକ୍ସପି ପ୍ଳସ୍ ( Mahindra 265 DI XP Plus) l 2023 ମସିହାରେ ଭାରତରେ, ମହିନ୍ଦ୍ରା 265 ଡିଆଇ ଏକ୍ସପି ପ୍ଳସ୍ (Mahindra 265 DI XP Plus ) ଟ୍ରାକ୍ଟର ଏକ ଜଣାଶୁଣା, ସମ୍ମାନଜନକ ଟ୍ରାକ୍ଟରଭାବରେ କ୍ଷାତି ଲାଭ କରିଛି | ଏହା ଏକ ଉଚ୍ଚ ଟ୍ରାକ୍ଟର ଯାହା ଏକ ନିଆରା ରଙ୍ଗରେ ବଜାରରେ ଉପଲବ୍ଧ |

କୃଷକମାନେ ଏହି ଟ୍ରାକ୍ଟରକୁ ବହୁତ ଆଦର କରିଛନ୍ତି କାରଣ ଏହା କାମ ଇନ୍ଧନରେ ଅଧିକ କାମ କରିବା ସହିତ 1200 କେଜି ବୋଝ ବୋହିବାର କ୍ଷମତା (Lifting Capacity )ରଖିଛି |

ଆସନ୍ତୁ ଜାଣିବା ଏହି ଟ୍ରାକ୍ଟରର ବିଶେଷତ୍ୱ :

1.ମହିନ୍ଦ୍ରା 265 ଡି ଆଇ ଏକ୍ସପି ପ୍ଳସ୍ 33 hp ଶକ୍ତି ବହନ କରିବା ସହିତ , ତିନି ସିଲିଣ୍ଡର ଇଞ୍ଜିନ ( three Engine Cylinder )ରହିଛି ଯାହା ଚାଷ କାମକରିବାକୁ ବହୁତ ଉପଯୋଗୀ |
2.ଏଥିରେ 8 ଟି ଫରୱାର୍ଡ ଗିଅର୍(forwarding gear) ଏବଂ 2 ରିଭର୍ସ ଗିଅର୍ (reverse gear )ଅଛି |
3.ଏଥିରେ କମ୍ପାନୀ ଦ୍ୱାରା ଦିଆଯାଇଥିବା ପାୱାର ଷ୍ଟିଅରିଂ(power steering) ମଧ୍ୟ ଅଛି |
4.ମହିନ୍ଦ୍ରା 265 DI XP ପ୍ଲସ୍ ଚାଷ ଜମି ରେ ଶୀଘ୍ର ଗତି କରିପାରେ |
5.ଟ୍ରାକ୍ଟର ରେ ଥିବା ଟାଙ୍କି (fuel tank ) 55 ଲିଟର ପର୍ଯ୍ୟନ୍ତ ଡ଼ିଜେଲ ରଖିପାରେ |
6.2235 ସିସି ର ଇଞ୍ଜିନ ସାଙ୍ଗକୁ 30 କିମି /ଘଣ୍ଟା ବେଗରେ (forwarding speed) ଯିବାର ଶକ୍ତି ଅଛି |
7. ଦୁର୍ଘଟଣାକୁ ରୋକିବା ପାଇଁ ତେଲ ବୁଡ଼ାଯାଇଥିବା ବ୍ରେକ୍ ସହ ଦୁଇଟି ଚକ ଡ୍ରାଇଭ୍ର (two wheel drive )କ୍ଷମତା ମଧ୍ୟ ରହିଛି |
8.ପ୍ରି କ୍ଲିନର୍ ସହିତ 3 ଷ୍ଟେଜ୍ ତେଲ ସ୍ନାନ କରିବାର କୋଲିଙ୍ଗ କ୍ଷମତା (cooling system) କମ୍ପାନୀ ଏଥିରେ ଯୋଗ କରିଛି |
9.ସିଂଗଲ /ଡୁଆଲ କ୍ଳଚ ର (single /dual clutch ) ମଧ୍ୟ ବିକଳ୍ପ ରହିଛି |
10.ଏଥିରେ ଏକ ଶୁଖିଲା କ୍ଲିନର୍ (dry cleaner ) ଅଛି ଯାହା ଟ୍ରାକ୍ଟରର ଆଭ୍ୟନ୍ତରୀଣ ସିଷ୍ଟମ୍ ଏବଂ ଇଞ୍ଜିନକୁ ଥଣ୍ଡା ଏବଂ ପରିଷ୍କାର ରଖେ |

2023 ରେ ମହିନ୍ଦ୍ରା 265 ଡି ଆଇ ଏକ୍ସପି ପ୍ଳସ୍ ମୂଲ୍ୟ ଯଥାକ୍ରମେ 5.80 ଲକ୍ଷରୁ 6.10 ଲକ୍ଷ ମଧ୍ୟରେ ରହିଛି | | ଏହାର ମୂଲ୍ୟବାନ ବୈଶିଷ୍ଟ ଏବଂ ଉପଯୋଗିତା ହେତୁ, ଏହି ଟ୍ରାକ୍ଟର କୃଷକଙ୍କ ରୋଜଗାର କ୍ଷମତାକୁ ପ୍ରଭାବିତ ନକରି ବଜାରରେ ସହଜରେ ବିକ୍ରି ହେଉଛି | ବର୍ତ୍ତମାନ ନୂତନ ବୈଷୟିକ ବିଦ୍ୟାକୁ ଉପଯୋଗ କରି ଆହୁରି ଅନେକ କମ୍ପାନୀ ନୂତନ ବର୍ଗର ଟ୍ରାକ୍ଟରଗୁଡ଼ିକୁ ବଜାରକୁ ଛାଡ଼ୁଛନ୍ତି l କୌଣସି ଟ୍ରାକ୍ଟର କିଣିବା ପୂର୍ବରୁ କୃଷକମାନେ ନିଜର ଆବଶ୍ୟକତା, ଆର୍ଥିକ ଅବସ୍ଥା ଏବଂ ଟ୍ରାକ୍ଟରର ଦକ୍ଷତା ବିଷୟରେ ନିଶ୍ଚିତ ଭାବରେ ବିଚାର କରିବା ଉଚିତ l

ଖୁସି ଖବର; ଟ୍ରାକ୍ଟର କିଣିଲେ ମିଳିବ 50% ସବସିଡି,ଜାଣନ୍ତୁ ଫାଇଦା...

କୃଷକଙ୍କ ପାଇଁ କେତେ ସହାୟକ ଟେକ୍ନଲୋଜି ?

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)