1. କୃଷି ଉପକରଣ

କୃଷକଙ୍କ ପାଇଁ କେତେ ସହାୟକ ଟେକ୍ନଲୋଜି ?

ବର୍ତ୍ତମାନ ସମୟରେ ଅତ୍ୟାଧୁନିକ ଟେକ୍ନୋଲୋଜି(କୃଷିକ୍ଷେତ୍ରରେ ସମୃଦ୍ଧି ପାଇଁ ସଫଳ ପ୍ରତିପାଦିତ ହୋଇଛି । ମାଛ ଚାଷ ହେଉ କି କୁକୁଡ଼ା ଚାଷ କିମ୍ବା ଅନ୍ୟାନ୍ୟ ପଶୁ ପାଳନ ଏ ସବୁ କ୍ଷେତ୍ରରେ ପ୍ରଯୁକ୍ତିବିଦ୍ୟାର ବ୍ୟବହାର ଚାଷୀଙ୍କୁ ଖୁବ୍ ସହାୟତା କରୁଥିବା ଦେଖିବାକୁ ମିଳିଛି ।

Priyambada Rana
Priyambada Rana
Technology became successful in agricultural field

Technology became successful in agricultural field

ବର୍ତ୍ତମାନ ସମୟରେ ଅତ୍ୟାଧୁନିକ ଟେକ୍ନୋଲୋଜି(Latest technology) କୃଷିକ୍ଷେତ୍ରରେ ସମୃଦ୍ଧି ପାଇଁ ସଫଳ ପ୍ରତିପାଦିତ ହୋଇଛି । ମାଛ ଚାଷ ହେଉ କି କୁକୁଡ଼ା ଚାଷ କିମ୍ବା ଅନ୍ୟାନ୍ୟ ପଶୁ ପାଳନ ଏ ସବୁ କ୍ଷେତ୍ରରେ ପ୍ରଯୁକ୍ତିବିଦ୍ୟାର ବ୍ୟବହାର ଚାଷୀଙ୍କୁ ଖୁବ୍ ସହାୟତା କରୁଥିବା ଦେଖିବାକୁ ମିଳିଛି ।

କୋରୋନା(Corona) କାଳରେ ଉପୁଜିଥିବା ବିପର୍ଯ୍ୟୟ ଯୋଗୁ ଅନେକ ଲୋକ ନିଜର ବୃତ୍ତି ହରାଇଥିଲେ । ସହର ଛାଡ଼ି ଲୋକେ ଗାଁ ମୁହାଁ ହୋଇଥିବା ଦେଖିବାକୁ ମିଳିଥିଲା । ଏଭଳି ସମୟରେ ସରକାରଙ୍କ ତରଫରୁ ମିଳୁଥିବା ଆର୍ଥିକ ସହାୟତା ହେଉ ଅବା ସଞ୍ଚିତ ଧନ ଅଧିକ ସମୟ ପାଇଁ ପରିବାର ଚଳାଇବାରେ ସାହାଯ୍ୟ କରି ପାରି ନଥିଲା । ତେଣୁ ବାଧ୍ୟ ହୋଇ ସରକାରଙ୍କ ଆତ୍ମ ନିର୍ଭରଶୀଳ ଯୋଜନାକୁ ଆପଣାଇଥିଲେ ଅନେକ ଲୋକ । ନିଜ ଦେଶ ବା ରାଜ୍ୟ ବାହାରେ ବଡ଼ ବଡ଼ ବିଲ୍ଡିଂର ଏସି ରୁମରେ ବସି କାମ କରୁଥିବା ଲୋକ ବି ହାତରେ କୋଦାଳ ଧରି ବାହାରିଥିଲା ନିଜ ଗାଁ ଜମିରେ ଫସଲ ଫଳାଇବାକୁ । କୋରୋନା ଅନେକ ଲୋକଙ୍କ ପାଇଁ କାଳ ହୋଇଥିବା ବେଳେ ଅନେକଙ୍କ ପାଇଁ ସୁଯୋଗ ସୃଷ୍ଟି ହୋଇଥିଲା । ଶିକ୍ଷିତ ବ୍ୟକ୍ତିମାନେ ଚାଷ  କାମରେ ଆଗକୁ ବଢ଼ାଇଥିବା ପାଦ ଯୋଗୁ ଟେକନୋଲୋଜି(Technology) ପୂର୍ବାପେକ୍ଷା ଆଜି ଖୁବ ପରିଚିତ ହୋଇପାରିଛି ।

ନୂଆ ନୂଆ କୃଷି ଜ୍ଞାନ କୌଶଳକୁ ଆପଣାଇ ଏବେ କୃଷି(Agriculture)ର ବିଭିନ୍ନ ପରିସରକୁ ସମୃଦ୍ଧ କରିବାକୁ ଆଗଭର ହେଉଛନ୍ତି ଯୁବ କୃଷକ । ଟେକ୍ନୋଲୋଜି ବ୍ୟବହାର କରି ଏବେ ବିଭିନ୍ନ ପ୍ରକାରର ଚାଷ ଉନ୍ନତମୂଳକ ଉପାୟରେ କରାଯାଇ ପାରୁଛି । ବିଭିନ୍ନ ପ୍ରକାରର ଚାଷ ଯଥା ଶସ୍ୟ ଜାତୀୟ ଫସଲ(Cereals​), ପନିପରିବା , ପଶୁପାଳନ(Animal Husbandry) ଆଦି ଚାଷରେ ଟେକ୍ନୋଲୋଜିର ବହୁଳ ବ୍ୟବହାର କରି ସଫଳତା ହାସଲ କରିଛନ୍ତି ଚାଷୀ । ସେହିପରି ଯୁବଚାଷୀଙ୍କୁ ପ୍ରୋତ୍ସାହିତ କରିବା ପାଇଁ ସରକାରୀ ଓ ବେସକାରୀ ସ୍ତରରେ ବିଭିନ୍ନ ପ୍ରକାରର ଉଦ୍ୟମ ଗ୍ରହଣ କରାଯାଇଛି ।

କୃଷିକ୍ଷେତ୍ରରେ ଏକ ସଫଳ ବିପ୍ଳବ ସୃଷ୍ଟି କରିବା ପାଇଁ ସରକାର କୃଷକଙ୍କୁ ବିଭିନ୍ନ ପ୍ରକାରର ସହାୟତା ଯୋଗାଇ ଦେଉଛନ୍ତି । ଆର୍ଥିକ ସହାୟତା ଠାରୁ ଆରମ୍ଭ କରି ବିଭିନ୍ନ କୃଷି ସମ୍ବଳିତ କାର୍ଯ୍ୟକ୍ରମ ଜରିଆରେ କୃଷକମାନଙ୍କୁ ପ୍ରୋତ୍ସାହିତ କରାଯାଉଛି । ବିଭିନ୍ନ ଚାଷ ପାଇଁ ବ୍ୟବହୃତ ହେଉଥିବା ନୂଆ ନୂଆ ଟେକ୍ନୋଲୋଜିକୁ କିପରି ବ୍ୟବହାର କରାଯିବ ସେ ନେଇ କୃଷି ଅଧିକାରୀଙ୍କ ଦ୍ୱାରା ପ୍ରଶିକ୍ଷଣ ଦିଆଯାଉଛି । କୃଷକଙ୍କ ପାଇଁ ସରକାରଙ୍କ ଦ୍ୱାରା ନିଆଯାଇଥିବା ସମସ୍ତ ପଦକ୍ଷେପକୁ ବିନିଯୋଗ କରି ଏହାର ଲାଭ ଉଠାଉଛନ୍ତି ଲୋକେ ।

ସେହିପରି ବିଭିନ୍ନ ପ୍ରକାରର ଚାଷ ସହ ଗୋମାଂସ ପ୍ରଜଜନକାରୀଙ୍କୁ ଲାଭ ଯୋଗାଇବାରେ ଟେକ୍ନୋଲୋଜିର ବ୍ୟବହାର ଅନେକ ମାତ୍ରାରେ ସହାୟକ ହୋଇପାରିଛି । ଭାରତ ତଥା ଭାରତ ବାହାରେ ବିଶେଷ କରି ନ୍ୟୁଜିଲ୍ୟାଣ୍ଡରେ ବୁଲ୍ ବ୍ରିଡିଂ ବ୍ୟବସାୟ ରାଇସିଙ୍ଗଟନ୍ (Bull breeding business Rissington) କମ୍ପାନୀ ଗୋମାଂସ ବ୍ୟବସାୟୀଙ୍କୁ ବା ମାଂସ ବ୍ୟବସାୟ କରିବାକୁ ଯୋଜନା କରୁଥିବା ଲୋକମାନଙ୍କୁ ଲାଭାନ୍ୱିତ କରିବାରେ ନୂଆ ଟେକ୍ନୋଲୋଜିର ଉଦ୍ଭାବନ କରିଛି । ଯାହାକି ବ୍ୟବସାୟୀଙ୍କୁ ଅଳ୍ପ ବ୍ୟୟ ଓ ଅଳ୍ପ ପରିଶ୍ରମରେ ଅଧିକ ଲାଭ ଯୋଗାଇ ପାରିବ । ହକ୍ ବେବେସଡ ଏକ ନ୍ୟୁଜିଲ୍ୟାଣ୍ଡ କମ୍ପାନୀ ଭିଟେଲ ଫିଡର ଦକ୍ଷତା ପରୀକ୍ଷଣ ପ୍ରଯୁକ୍ତିବିଦ୍ୟାରେ ଅର୍ଥ ବିନିଯୋଗ କରିଛି , ଯାହାକି ବ୍ୟକ୍ତିଗତ ଭାବେ ପଶୁ ପାଳନ କରିବାକୁ ଯୋଜନା କରୁଥିବା ଲୋକଙ୍କୁ ସହାୟତା କରିବାରେ ସକ୍ଷମ ହୋଇପାରିବ । ରାଇସିଙ୍ଗଟନର ମ୍ୟାନେଜିଂ ଡିରେକ୍ଟର ଜେରେମି ଆବସୋଲମଙ୍କ କହିବା ଅନୁସାରେ ବ୍ୟବସାୟ ଓ ସ୍ଥିରତା ମଧ୍ୟରେ ଥିବା ପ୍ରଭେଦତାକୁ ସଫଳତା ଦିଗରେ ନେବାରେ ରାଇସିଙ୍ଗଟନ ସାହାଯ୍ୟ କରିଥାଏ ।

ଆବସୋଲମଙ୍କ ମତ ଅନୁସାରେ ତାଙ୍କ କମ୍ପାନୀ ଗୋମାଂସ ବ୍ୟବସାୟର ପୁରୁଣା ପଦ୍ଧତିକୁ ପରିବର୍ତ୍ତନ କରି ନୂଆ ପଦ୍ଧତିକୁ ଆପଣାଇବା ଆରମ୍ଭ କରିଛି ଯାହାକି ବ୍ୟବସାୟକୁ ବଢ଼ାଇବା ଓ ଲୋକଙ୍କ ନିକଟରେ ପହଞ୍ଚିବାରେ ସହାୟକ ହୋଇଥାଏ । କୃଷି କ୍ଷେତ୍ରରେ ଟେକନୋଲୋଜି ପରିଚିତ ହେବା ପରଠୁ ବ୍ୟବସାୟୀମାନେ କୃଷି ବା ପଶୁପାଳନ ବିଶେଷ ଭାବରେ ପଶୁ ମାଂସ ବ୍ୟବସାୟରେ ପୂରୁଣା ପଦ୍ଧତିକୁ ଛାଡ଼ି ନୂଆ ବ୍ୟବସାୟିକ ପଦ୍ଧତି ଆପଣାଇବା ଆରମ୍ଭ କରିଛନ୍ତି । ଯାହାକି କମ୍ ବ୍ୟୟ ଓ କମ୍ ପରିଶ୍ରମରେ ବ୍ୟବସାୟୀ ଅଧିକ ଲାଭ ଯୋଗାଇ ପାରୁଛି ।

ନ୍ୟୁ ହଲାଣ୍ଡ କୃଷି ଫାର୍ମ କୁ ପାୱାର ଆୱାର୍ଡ ୨୦୨୨ ପୁରସ୍କାର

କୃଷି କ୍ଷେତ୍ରରେ ମଞ୍ଜି ବୁଣା ଯନ୍ତ୍ର, ମିଳିବ କେବଳ ଲାଭ

Like this article?

Hey! I am Priyambada Rana. Did you liked this article and have suggestions to improve this article? Mail me your suggestions and feedback.

Share your comments