1. କୃଷି ଉପକରଣ

କୃଷି କ୍ଷେତ୍ରରେ ମଞ୍ଜି ବୁଣା ଯନ୍ତ୍ର, ମିଳିବ କେବଳ ଲାଭ

ବର୍ତ୍ତମାନ ଆମ ଦେଶରେ ଜନସଂଖ୍ୟା ବୃଦ୍ଧି, ସହିତ ବେକାରୀ ସମସ୍ୟା ,ଚାଷଜମିର ଅଭାବ,କମ ଚାଷଜମିରୁ ଅଧିକ ଫସଲ ଉତ୍ପାଦନ ଇତ୍ୟାଦି ସମସ୍ୟା ଦେଖାଯାଉଛି । ଏଣୁ ଏଭଳି ହିଁ ପରିସ୍ଥିତିରେ ଅଧିକ ଫସଲ ପାଇଁ କୃଷିରେ ଆଧୁନିକ ଯନ୍ତ୍ରପାତି ପ୍ରୟୋଗ ପ୍ରୟୋଗ କରି କୃଷିକୁ ଏକ ଲାଭଜନକ ବ୍ୟବସାୟରେ ପରିଣତ କରିବାର ସମସ୍ୟା ଆସିଛି । ଏହି ଦିଗରେ ଏକ ଗୁରୁତ୍ୱପୂର୍ଣ ଭୂମିକା ଗ୍ରହଣ କରେ ମଞ୍ଜି ବୁଣା ମେସିନ । କିପରି କାର୍ଯ୍ୟ କରେ ଏହି ମେସିନ ଜାଣିବା ଲାଗି ହିଁ ଆଗକୁ ପଢନ୍ତୁ …

Sudesna Nayak
Sudesna Nayak
seed drill machine in agriculture

seed drill machine in agriculture

ବର୍ତ୍ତମାନ ଆମ ଦେଶରେ ଜନସଂଖ୍ୟା ବୃଦ୍ଧି, ସହିତ ବେକାରୀ ସମସ୍ୟା ,ଚାଷଜମିର ଅଭାବ,କମ ଚାଷଜମିରୁ ଅଧିକ ଫସଲ ଉତ୍ପାଦନ ଇତ୍ୟାଦି ସମସ୍ୟା ଦେଖାଯାଉଛି । ଏଣୁ ଏଭଳି ହିଁ ପରିସ୍ଥିତିରେ ଅଧିକ ଫସଲ ପାଇଁ କୃଷିରେ ଆଧୁନିକ ଯନ୍ତ୍ରପାତି ପ୍ରୟୋଗ ପ୍ରୟୋଗ କରି କୃଷିକୁ ଏକ ଲାଭଜନକ ବ୍ୟବସାୟରେ ପରିଣତ କରିବାର ସମସ୍ୟା ଆସିଛି । ଏହି ଦିଗରେ ଏକ ଗୁରୁତ୍ୱପୂର୍ଣ ଭୂମିକା ଗ୍ରହଣ କରେ ମଞ୍ଜି ବୁଣା ମେସିନ (seed drill machine) । କିପରି କାର୍ଯ୍ୟ କରେ ଏହି ମେସିନ ଜାଣିବା ଲାଗି ହିଁ ଆଗକୁ ପଢନ୍ତୁ …

seed drill machine in agriculture

seed drill machine in agriculture

ମଞ୍ଜି ବୁଣା ମେସିନ (seed drill machine) ସହଜରେ ଉଚିତ ବ୍ୟବଧାନରେ ୨-୩ ଟି ମଞ୍ଜି (ଏହାର ମାତ୍ରା ପରିବର୍ତନ କରିହେବ) ସ୍ୱଳ୍ପ ସମୟ ମଧ୍ୟରେ ବୁଣିପାରେ ।

ତେବେ ଏହାର ବିଶେଷ ଉପାଦେୟତା ସେ ବିଷୟରେ ଜାଣନ୍ତୁ...

-ମଞ୍ଜିକୁ ଧାଡିରେ ବୁଣିବ
-ମଞ୍ଜିକୁ ମଞ୍ଜି ଓ ଧାଡିକୁ ଧାଡି ବ୍ୟବଧାନ ହିଁ ନିୟନ୍ତ୍ରିତ କରିବାରେ ସାହାର୍ଯ୍ୟ କରେ
-ସମାନ ଗଭୀରତା ରେ ମଞ୍ଜି ବୁଣିବା
-ଗଛ ସଂଖ୍ୟା ଠିକ ରଖିବା
-ମଞ୍ଜିର ଖର୍ଚ୍ଚ କମ କରି ଅଧିକ ଅମଳ ଦେବା
-ଏହା ସମୟ ବହୁ କମ କରିବାରେ ସାହାର୍ଯ୍ୟ କରେ

ତେବେ ଏହି ମେସିନ ବିଭିନ୍ନ ପ୍ରକାର ହୋଇପାରିବ ସେ ବିଷୟରେ ଜାଣନ୍ତୁ...

ଏକାଧାଡିଆ ମଞ୍ଜି ବୁଣା ଯନ୍ତ୍ର,ବିଷୟରେ ଜାଣନ୍ତୁ...

ଏହି ଯନ୍ତ୍ରଦ୍ୱାରା ଏକ ହଳ ବଳଦ ଦ୍ୱାରା ଧାନ ,ଗହମ ,ମକା,ବାଦାମ ଇତ୍ୟାଦି ଗୋଟିଏ ଦିନରେ ପ୍ରାୟେ ୦.୭୫ ଏକର ଜମିରେ ବିହନ ବୁଣା ଯାଇପାରିବ । ଏହାର ଓଜନ ରାୟେ ୫ କି.ଗ୍ରା ଓ ଦାମ ୩୦୦ ଟଙ୍କା

ଦୁଇଧାଡ଼ି ବିବିଧ ମଞ୍ଜି ବୁଣା ଯନ୍ତ୍ର,ବିଷୟରେ ଜାଣନ୍ତୁ...

ଏହାଦ୍ୱାରା ବିଭିନ୍ନ ଫସଲ ଯଥା ଧାନ ,ଗହମ ବୁଟ ଚିନାବାଦାମ ଆଦି ବୁଣା ଯାଇଥାଏ । ଏହା ଦ୍ୱାରା ଦିନକୁ ୧.୨୫ ଏକର ଜମିରେ ମଞ୍ଜି ବୁଣି ହୁଏ । ଏହାର ଓଜନ ପ୍ରାୟେ ୧୫ କି.ଗ୍ରା ଓ ଦାମ ୧୨୦୦ ଟଙ୍କା ।

ତିନିଧଡିଆ ବିହନ ବୁଣାଯନ୍ତ୍ର,ବିଷୟରେ ଜାଣନ୍ତୁ...

ଜଣେ ଲୋକ ଏହି ଯନ୍ତ୍ର ସାହାଯ୍ୟରେ ଦିନକୁ ୨ ଏକର ଜମିରେ ଧାନ ଓ ଗହମ ମଞ୍ଜି ବୁଣିପାରିବ । ଏହାର ଓଜନ ପ୍ରାୟେ ୧୦ କ.ଗ୍ରା ଓ ଦାମ ୭୦୦ ଟଙ୍କା ।

ତିନି ଧାଡି ବିବିଦ୍ଧ ମଞ୍ଜିବୁଣା ଯନ୍ତ୍ର,ବିଷୟରେ ଜାଣନ୍ତୁ...

ଜଣେ ଲୋକଏହି ଯନ୍ତ୍ର ସାହାଯ୍ୟ ରେ ବିଭିନ୍ନ କପ ବଦଳାଇ ଧାନ ,ଗହମ ,ବୁଟ,ଚିନାବାଦାମ ଓ ଗଜା ଧାନ ତିନିଧାଡିରେ ୨ଏକର ଜମିରେ ବୁଣିପାରିବ । ଏହାର ଓଜନ ପ୍ରାୟେ ୨୦ କି.ଗ୍ରା ଓ ମୂଲ୍ୟ ପ୍ରାୟେ ୧୬୦୦ ଟଙ୍କା ।

ଚାରି ଧାଡ଼ିଆ ବଳଦ ଟଣା ବିହନ ଓ ସାରା ବୁଣାଯନ୍ତ୍ର,ବିଷୟରେ ଜାଣନ୍ତୁ...

ଗୋଟିଏ ହଳ ବଳଦ ଦ୍ୱାରା ଏହି ଯନ୍ତ୍ର ସାହାଯ୍ୟରେ ଧାନ ,ଗହମ ,ବୁଟ ,ଚିନାବାଦାମ ,ଗଜାଧାନ, ଆଦି ୨.୫ ଏକର ଜମିରେ ବୁଣିପାରିବ । ଏହାର ଓଜନ ପ୍ରାୟେ ୫୮ କି.ଗ୍ରା ଓ ଦାମ ୩୫୦୦ ଟଙ୍କା । ବଳଦ ନଥିଲେ ମଧ୍ୟ ଏହିପରି ଯନ୍ତ୍ରର ବ୍ୟବହାର ଟ୍ରାକଟର ସାହାଯ୍ୟରେ କରି ହେବ ଯାହା କାର୍ଯ୍ୟରତ ଥିଲା ସମୟରେ ଏଠାରେ ଏକ ନମୁନା ଉଦ୍ଧାରଣ ସ୍ୱରୂପ ଦିଆଯାଇଛି । ଧାନର ତଳି ରୋଇବା ଲାଗି ମଧ୍ୟ ଏକ ବିଶେଷ ଯନ୍ତ୍ର ଉପଲବ୍ଧ ଯାହାର ନାମ ଧାନ ତଳି ରୁଆ ଯନ୍ତ୍ର (ରାଇସ ଟ୍ରାନ୍ସପ୍ଲାଣ୍ଟର) ।

ନ୍ୟୁ ହଲାଣ୍ଡ କୃଷି ଫାର୍ମ କୁ ପାୱାର ଆୱାର୍ଡ ୨୦୨୨ ପୁରସ୍କାର

ଦମଦାର ଫିଚର ସହ ବଜାରକୁ ଆସୁଛି ଜନ୍ ଡିରେ 5050 ଡି ଟ୍ରାକ୍ଟର

Like this article?

Hey! I am Sudesna Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments