1. କୃଷି ଉପକରଣ

Mahindra Tractors: କୃଷକଙ୍କୁ ସାହାଯ୍ୟ କରିବା ପାଇଁ ନିରନ୍ତର ପ୍ରୟାସ

୪୦ ଲକ୍ଷ ଗ୍ରାହକଙ୍କ ନିଜ ସହିତ ସାମିଲ କରି ଏକ ମାଇଲ୍ଖୁଣ୍ଟ ଅତିକ୍ରମ .....

Tanushree Mahapatra
Tanushree Mahapatra
Mahindra Tractors Continued Endeavour To Help Every Farmer

Mahindra Tractors Continued Endeavour To Help Every Farmer

୬୦ ବର୍ଷ ପୂର୍ବେ ଆରମ୍ଭ ହେବା ପରଠାରୁ, ମହିନ୍ଦ୍ରା ଟ୍ରାକ୍ଟରଗୁଡିକ ଆଧୁନିକ ଭାରତୀୟ କୃଷକର ବିବର୍ତ୍ତନରେ ଏକ ସ୍ଥିର ଅଂଶୀଦାର ରହିଆସିଛନ୍ତି l ପ୍ରାକ୍ଟିକାଲ୍, ଅର୍ଥନୈତିକ ଏବଂ ବୈଷୟିକ ପ୍ରଗତି ଉଭୟଙ୍କ ଦ୍ୱାରା ହାସଲ ହୋଇଥିବା ଚମତ୍କାର ମାଇଲଖୁଣ୍ଟକୁ ସଫଳତାର ସହିତ ହାସଲ କରିଛନ୍ତି l ଚଳିତ ମାସର ଆରମ୍ଭରେ '୪୦ ଲକ୍ଷ ଗ୍ରାହକଙ୍କ ନିଜ ସହିତ ସାମିଲ କରି ଏକ ମାଇଲ୍ଖୁଣ୍ଟ ଅତିକ୍ରମ କରିଛି  l ଦୁନିଆର ସର୍ବବୃହତ ଟ୍ରାକ୍ଟର ନିର୍ମାତା ଭାବେ ଆଜି ଚାଷୀଙ୍କୁ ନିଜର ନିରନ୍ତର ସେବା ପ୍ରଦାନ କରିଛୁ l

ଦଶନ୍ଧି ଧରି ମହିନ୍ଦ୍ରା ଟ୍ରାକ୍ଟରଗୁଡିକର ମୂଳ ଉପାଦାନ ହେଉଛି ଏହାର ଅବିସ୍ମରଣୀୟ ସଫଳତା ହାସଲ କରିବା ହେଉଛି ଏହାର ମୂଳ ଜନସଂଖ୍ୟା ତଥା କୃଷକମାନେ ଯେଉଁମାନେ କୃଷି ଅର୍ଥନୀତିର ଏକ ମୂଳଦୁଆ l   ହେମନ୍ତ ସିକ୍କା Farm Equipment Sector, Mahindra & Mahindra Ltd. କହିଛନ୍ତି ଯେ ହାସିଲ ହୋଇଥିବା ଏହି ମାଇଲଖୁଣ୍ଟ ସହିତ ମୁଁ ଆମର ଗ୍ରାହକ, ପ୍ରତ୍ୟେକ ଦିନ ଆମକୁ ପ୍ରେରଣା ଦେଉଥିବା ସେହି  କୃଷକ ତଥା ଆମର ଅଂଶୀଦାର ତଥା ଆମ ଦଳକୁ ମୋର ହୃଦୟରୁ କୃତଜ୍ଞତା ଜଣାଉଛି, ଯେହେତୁ ଆମେ ଏକତ୍ର ରୂପାନ୍ତର ଯାତ୍ରା ଆରମ୍ଭ କରୁଛୁ। ଯାହା ଆଜି ସଫଳ ହେବାରେ ଲାଗିଛି " l

ମହିନ୍ଦ୍ରା ଏବଂ ମହିନ୍ଦ୍ରା ୧୯୬୩ ରେ ଏହାର ପ୍ରଥମ ଟ୍ରାକ୍ଟର ମହିନ୍ଦ୍ରା b -275 ସହିତ କୃଷି କ୍ଷେତ୍ରରେ ପ୍ରବେଶ କରିଥିଲେ । ସେବେଠାରୁ ବିକାଶଶୀଳ ଭାରତୀୟ କୃଷକ ଏବଂ ଟ୍ରାକ୍ଟର ଉତ୍ପାଦନରେ ସର୍ବଦା ବଢୁଥିବା  ବିଶ୍ୱସ୍ତରୀୟ ଚାହିଦା ପାଇଁ ଅନ୍ୟନ୍କ ସହିତ ହାତ ମିଳାଇବା ଦୃଢ ଏବଂ ପାରସ୍ପରିକ ଲାଭଦାୟକ ଥିଲା । ମହିନ୍ଦ୍ରା ଟ୍ରାକ୍ଟର ବର୍ଷ ବର୍ଷ ଧରି ୩୯୦ ରୁ ଅଧିକ ଟ୍ରାକ୍ଟର ମଡେଲ ଲଞ୍ଚ କରିଛି ଏବଂ ସାରା ଦେଶରେ ୧୨୦୦ ରୁ ଅଧିକ ଡିଲର ପାର୍ଟନରଙ୍କ ଏକ ଦୃଢ ନେଟୱାର୍କ ପ୍ରତିଷ୍ଠା କରିଛି, ଯାହା ଦେଶରେ ବିଭିନ୍ନ ପ୍ରକାରର କୃଷି ଆବଶ୍ୟକତାକୁ ଆକର୍ଷିତ କରିଛି l

ମହିନ୍ଦ୍ରା ଟ୍ରାକ୍ଟରର ଅଭିବୃଦ୍ଧି ଦ୍ରୁତ ଗତିରେ ୨୦୦୪, ୨୦୧୩, ୨୦୧୯ ଏବଂ ଚଳିତ ବର୍ଷ ଏହାର ଦଶମ, ୨୦ ତମ , ୩୦ତମ , ଏବଂ 40 ତମ ଗ୍ରାହକ ସହିତ ବାର୍ଷିକ ଉତ୍ସବ ପାଳନ କରିଛି  l ମହିନ୍ଦ୍ରା ଟ୍ରାକ୍ଟର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ବିକ୍ରମ ୱାଗ୍ ପ୍ରକାଶ କରି କହିଛନ୍ତି, “ଏହା ଆମ ସମସ୍ତଙ୍କ ପାଇଁ ଏକ ମହତ୍ତ୍ୱପୂର୍ଣ୍ଣ ଘଟଣା । ୪୦ ଲକ୍ଷ ଟ୍ରାକ୍ଟର ବିତରଣ ହେଉଛି ଆମର ବ୍ରାଣ୍ଡରେ ଗ୍ରାହକଙ୍କ ଉପରେ ଥିବା ବିଶ୍ୱାସର ଏକ ଦୃଢ ପ୍ରମାଣ, ଯାହା ଆମର ଉଦ୍ଦେଶ୍ୟ ଉପରେ ନିର୍ମିତ, ଭାରତୀୟ ଚାଷ ବିଷୟରେ ଗଭୀର ବୁଝାମଣା ଏବଂ ଆମର ବିଶ୍ୱସ୍ତରରେ ପହଞ୍ଚିବାର ଏହା ଆଶା । ”

ଏହି ଦୂର ରାସ୍ତାଟି ଉତ୍ସାହଜନକ ଥିବାବେଳେ ମହିନ୍ଦ୍ରା ଟ୍ରାକ୍ଟରଗୁଡିକ ବର୍ତ୍ତମାନ ତଥା ନିକଟ ଭବିଷ୍ୟତରେ ଭାରତୀୟ କୃଷି ସୀମା ଅତିକ୍ରମ କରୁଛନ୍ତି ଯାହା ଆଗାମୀ ଭବିଷ୍ୟତ ପାଇଁ ଖୁବ ଆବଶ୍ୟକୀୟ ରହିଛି। ସହଭାଗୀତା, ସହଯୋଗ ଏବଂ ବିଶ୍ୱର ୫୦ ରୁ ଅଧିକ ଦେଶରୁ ସଂସ୍ଥାଗୁଡ଼ିକ ସହିତ ନୂତନତ୍ୱ ସ୍ଥାପନ କରି ନିଜ ପାଇଁ ଏକ ବିଶ୍ୱସ୍ତରୀୟ ପଦଚିହ୍ନ ସ୍ଥାପନ କରି ମହିନ୍ଦ୍ରା ଟ୍ରାକ୍ଟରଗୁଡିକ ବର୍ତ୍ତମାନ ଏହାର ବ୍ୟାପକ ଉତ୍ପାଦ ତାଲିକା ଆନ୍ତର୍ଜାତୀୟ ବଜାରକୁ ଲଞ୍ଚ କରିବାକୁ ପ୍ରସ୍ତୁତ ହେଉଛନ୍ତି l ବର୍ତ୍ତମାନ ମହିନ୍ଦ୍ରା ଟ୍ରାକ୍ଟର ପାଇଁ ଆମେରିକା ଭାରତ ବାହାରେ ସର୍ବ ବୃହତ ବଜାର ହୋଇଥିବାବେଳେ ଏସିଆନ୍ ଏବଂ ୟୁରୋପୀୟ ବଜାରରେ ନିଜ ବଜାର ବିସ୍ତାର ଯଥାକ୍ରମେ ଏହି ବର୍ଷ ଏବଂ ପରବର୍ତ୍ତୀ ବର୍ଷ ପାଇଁ ଆକଳନ କରାଯାଇଛି। ଶ୍ରୀ ୱାଗ୍ ଏ ନେଇ କହିଛନ୍ତି , "ଗତବର୍ଷ ଚମତ୍କାର ପ୍ରଦର୍ଶନ ହୋଇଥିବାବେଳେ ଯେଉଁଠାରେ ଆମେ ଆମର  ଗ୍ରାହକଙ୍କୁ ସମସ୍ତ ଇଛାକୁ ଆଖିରେ ରଖିଛୁ ସେଠାରେ, ବିଶ୍ୱର ପ୍ରଥମ ଟେକ୍ନୋଲୋଜି ଏବଂ ଅପୂର୍ବ ବିଶ୍ୱସନୀୟତା ପ୍ରଦାନ କରିବା ସମୟରେ ଆମେ ଟ୍ରାକ୍ଟରଗୁଡିକର ବ୍ୟାପକ ପୋର୍ଟଫୋଲିଓ ସହିତ ଆମର ଗ୍ରାହକଙ୍କ ବିବିଧ ଆବଶ୍ୟକତାକୁ ମଧ୍ଯ୍ୟ ଜବାବ ଦେବୁ । ଯେହେତୁ ଆମେ ଚାଷୀଙ୍କ ପାଇଁ ବୈପ୍ଲବିକ ପରିବର୍ତ୍ତନ ପାଇଁ ସକ୍ଷମ କାର୍ଯ୍ୟ କରୁଛୁ । ”

ଅଧିକ ପଢ଼ନ୍ତୁ

ସଫଳ ଅମଳ ସୁନିଶ୍ଚିତ ପାଇଁ ଉନ୍ନତ ଜ୍ଞାନକୌଶଳର ବ୍ୟବହାର

Like this article?

Hey! I am Tanushree Mahapatra. Did you liked this article and have suggestions to improve this article? Mail me your suggestions and feedback.

Share your comments