1. କୃଷି ଉପକରଣ

ଚାଷୀ ଙ୍କ ଲାଗି ଉବର ଟ୍ରାକଟର

ଚାଷୀ ଙ୍କ ଲାଗି ଉବର ଟ୍ରାକଟର

KJ Staff
KJ Staff

ଏବେ ଭଡା ରେ ମିଳିବ ଚାଷ ଉପକରଣ
ଉପକରଣ ବୁକ କରିବାର ସୁବିଧା ଦେବା ଉବର


ଜମି ହଳ କରି ମାଟି କୁ ସମତଳ କରିପାରୁଥିବା   ବିଭିନ୍ନ ବ୍ୟୟବହୁଳ କୃଷି ଉପକରଣ ଦ୍ୱାରା ଆପଣ ହୁଏତ  ଜମି ହଳ କରିପାରନ୍ତି ;କିନ୍ତୁ ଏହା ଲାଗି ଆପଣଙ୍କୁ କେତେ ଅର୍ଥ ର ଆବଶ୍ୟକ ତାହା ମଧ୍ୟ ଆପଣ ଜାଣିଥିବେ |ଏହି ସବୁ ଉପକରଣ କୁ କିଣିଲେ ହାରାହାରି ୩ ଲକ୍ଷ ରୁ ଉର୍ଧ୍ଵ ତାଙ୍କ ଖର୍ଚ କରିବାର ଆଶଙ୍କା  ରହିଛି ଏବଂ ଏହା ଏକ ସାଧାରଣ ଚାଷୀ ର ସମ୍ଭାଳ ବାହାରେ କହିଲେ ଭୁଲ  ହେବ ନାହିଁ|

ଏହି ସମସ୍ୟା ର ସମାଧାନ କରିବା ଏକ ନୂତନ ମୋବାଇଲ ଆପ୍ଲିକେସନ ,"ଉବର ଫର ଟ୍ରାକଟର "|"ଚାଷୀ ଭାଇ ମାନେ କିପରି ସମସ୍ତ ନୂତନ ପ୍ରଯୁକ୍ତି  ବିଦ୍ୟା ଓ ଉପକରଣକୁ ନିଜ ଘର ଦ୍ୱାରା ରେ ସହଜରେ ପାଇପାରିବେ   ,ସେ ନେଇ  ଆମେ  ସର୍ବଦା  ତତ୍ପର ରହିଥାଉ ବୋଲି କହିଛନ୍ତି ଜଣେ ବରିଷ୍ଠ  କୃଷି ମନ୍ତ୍ରାଳୟ ର ଅଧିକାରୀ  |ଭଡା ରେ ଉପକରଣ ଦେଉଥିବା ଏହିପରି ଦେଶରେ ହାରାହାରି ୩୮୦୦୦ ସେଣ୍ଟର ରହିଛି  ଯେଉଁମାନେ ବର୍ଷକୁ ହାରାହାରି ୨.୫ ଲକ୍ଷ କୃଷି ଉପକରଣ କୁ ଭଡା ରେ ଦେଇଥାନ୍ତି |ଆମେ ଆପ୍ଲିକେସନ ସାହାଯ୍ୟ ରେ ଚାଷୀ ଙ୍କୁ ଏହି ସେଣ୍ଟର ସହ ଯୋଗାଯୋଗ କରେଇବୁ ଫଳରେ   ଏହି ପରି ବ୍ୟୟବହୁଳ ଉପକରଣ କୁ ସେମାନେ ବେଶ ସହଜରେ ବୁକ କରିପାରିବେ ,ଠିକ ଆପଣ ଉବର ରେ ଗାଡି ଭଡା କରୁଥିବା ଭଳି ଏହି ଆପ୍ଲିକେସନ ଦ୍ୱାରା ଉପକରଣ ଭଡା ରେ ଆଣିପାରିବେ  ବୋଲି ସେ ମତ ଦେଇଛନ୍ତି  |

ଏହି ମାସ ଶେଷ ସୁଦ୍ଧା ଏହି ଆପ୍ଲିକେସନ ଉପଲବ୍ଧ କରାଇବାର ପ୍ରୟାସ  ଜାରି ରଖିଛି  କୃଷି ମନ୍ତ୍ରାଳୟ |ବର୍ତମାନ ସୁଦ୍ଧା ୨୬୮୦୦  ସଂସ୍ଥା ଏଠିରେ ପଞ୍ଜିକରଣ କରିସାରିଛନ୍ତି ତେବେ ଏହି ଆପ୍ଲିକେସନ ଲଞ୍ଚ ହେବ ପରେ ମାନେ ନିଜର ନାମ ,ଠିକଣା ଏବଂ ମୋବାଇଲ ନମ୍ବର ଦେଇ ଆବଶ୍ୟକ ଉପକରଣ କୁ ଚୟନ କରି ସୁବିଧା ରେ ଭଡା ରେ ପାଇପାରିବେ |
ଉଧାରଣ  ସ୍ୱରୂପ ଯଦି ଆପଣଙ୍କୁ ଭଡା ରେ ୧ ଏକର ଜମି ଲାଗି ରୋଟାଭେଟର  ଆବଶ୍ୟକ ତେବେ ଆପ୍ଲିକେସନ ରେ ତାହା ଚୟନ କରିଲା ପରେ ,୫ ରୁ ୫୦ କି .ମି ମଧ୍ୟରେ କେଉଁ ସବୁ ସଂସ୍ଥାନ ପାଖରେ ଏହି ଉପକରଣ ଉପଲବ୍ଧ ରହିଛି ତାହା ଦେଖିବା  ସହ ,ସଂସ୍ଥାନ ସହ ଯୋଗାଯୋଗ କରି ଭଡା ରେ ମଧ୍ୟ ଉପକରଣ ଆଣିପାରିବେ |

Like this article?

Hey! I am KJ Staff. Did you liked this article and have suggestions to improve this article? Mail me your suggestions and feedback.

Share your comments