1. କୃଷି ଉପକରଣ

କୃଷି ଯନ୍ତ୍ରପାତିରେ ସରକାରୀ ଅନୁଦାନ, କିପରି କରିବେ ଆବେଦନ ?

କୃଷି ଯନ୍ତ୍ରପାତି କିଣିବା ଦ୍ୱାରା ଚାଷୀଙ୍କୁ ସରକାର ପ୍ରଦାନ କରିବେ ଅନୁଦାନ....

Tanushree Mahapatra
Tanushree Mahapatra
Pardarshi Kisan Seva Yojana for farmers , image source - pexels

Pardarshi Kisan Seva Yojana for farmers , image source - pexels

ସରକାର ଦେଶର ଚାଷୀଙ୍କ ପାଇଁ ବିଭିନ୍ନ ସରକାରୀ ଯୋଜନା ପ୍ରଚଳିତ କରିଛନ୍ତି l ଋଣ ଠାରୁ ଆରମ୍ଭ କରି ସବସିଡି ସବୁକିଛି ପ୍ରଦାନ କରୁଛନ୍ତି l ଉତ୍ତରପ୍ରଦେଶ ସରକାର କୃଷକମାନଙ୍କ ପାଇଁ ‘ ପାରଦର୍ଶୀ କିସାନ୍ ସେବା ଯୋଜନା ” ଆରମ୍ଭ କରିଛନ୍ତି। ଏହି ଯୋଜନା ମାଧ୍ୟମରେ କୃଷକମାନଙ୍କୁ କୃଷି ସମ୍ବନ୍ଧୀୟ ଅନେକ ପ୍ରକାରର ସୁବିଧା ଯୋଗାଇ ଦିଆଯିବ। ଏଥିପାଇଁ ଏକ ପୋର୍ଟାଲ ମଧ୍ୟ ଆରମ୍ଭ କରାଯାଇଛି l ଏହି ପୋର୍ଟାଲ ମାଧ୍ୟମରେ ରାଜ୍ୟର କୃଷକମାନଙ୍କୁ କୃଷି ସମ୍ବନ୍ଧୀୟ ଯନ୍ତ୍ରପାତି କିଣିବାରେ ସବସିଡି ଏବଂ ସହାୟତା ଯୋଗାଇ ଦିଆଯାଉଛି l କୃଷି ଯନ୍ତ୍ରପାତି କିଣିବା ଦ୍ୱାରା ଆପଣଙ୍କୁ ସରକାରୀ ରିହାତି ପ୍ରଦାନ କରାଯିବ l

ପାରଦର୍ଶୀ କିସାନ୍ ସେବା ଯୋଜନା :-

ନିକଟରେ କୃଷକମାନଙ୍କ ସୁବିଧା ପାଇଁ ଉତ୍ତରପ୍ରଦେଶ ସରକାର ଏକ ନୂତନ ଯୋଜନା ଆରମ୍ଭ କରିଛନ୍ତି, ଯାହାର ନାମ ' ପାରଦର୍ଶୀ କିସାନ୍ ସେବା ଯୋଜନା ' ରଖାଯାଇଛି। ଏହି ଯୋଜନାରେ କୃଷକମାନଙ୍କୁ କୃଷି ଉପକରଣ କିଣିବାରେ ଆର୍ଥିକ ସହାୟତା ଦିଆଯିବ। ଏହି ଯୋଜନାରେ କୃଷକମାନଙ୍କୁ ଆତ୍ମନିର୍ଭରଶୀଳ କରିବା ପାଇଁ ଆର୍ଥିକ ସହାୟତା ଦିଆଯାଉଛି କୃଷକଙ୍କ କୃଷି କ୍ଷେତ୍ରରେ ସୃଷ୍ଟି ହେଉଥିବା ସମସ୍ୟାର ସମାଧାନ ପାଇଁ କୃଷକମାନେ ଏହାକୁ ବ୍ୟବହାର କରିପାରିବେ l

ଏହା ବ୍ୟତୀତ କୃଷକମାନେ ସରକାରଙ୍କଠାରୁ ପ୍ରାପ୍ତ ଲାଭକୁ କୃଷିରେ ବ୍ୟବହୃତ ହେବାକୁ ଥିବା ଅତ୍ୟାଧୁନିକ ଯନ୍ତ୍ରପାତି କିଣିବାରେ ମଧ୍ୟ ସକ୍ଷମ ହୋଇପାରିବେ l ଏଥିରେ କୃଷକମାନେ କ୍ରୟ କରିବାର ୧୦ ଦିନ ମଧ୍ୟରେ ଅନୁଦାନ ରାଶି ପ୍ରଦାନ କରାଯିବ l ଏହି ଯୋଜନା ଅଧୀନରେ କୃଷକମାନେ ସୋଲାର ପମ୍ପ, କୃଷି ସୁରକ୍ଷା ଯନ୍ତ୍ରପାତି , ରାସାୟନିକ ସାର, ପ୍ରମାଣିତ ମଞ୍ଜି କିମ୍ବା ବିହନ , କୃଷି ଉପକରଣ ଇତ୍ୟାଦି ଅତ୍ୟାଧୁନିକ ଜ୍ଞାନକୌଶଳ କ୍ରୟ ଉପରେ ସବସିଡି ପାଆନ୍ତି l ଅନୁଦାନ ପାଇବାକୁ ହେଲେ କୃଷକମାନଙ୍କୁ ଅନଲାଇନ୍ ରେଜିଷ୍ଟ୍ରେସନ୍ କରିବାକୁ ପଡିବ ଏବଂ ସମସ୍ତ କୃଷକ ଏହାର ଅଫିସିଆଲ୍ ୱେବସାଇଟ୍ ମାଧ୍ୟମରେ ନିଜକୁ ପଞ୍ଜୀକୃତ କରିପାରିବେ l

ପାରଦର୍ଶୀ କିସାନ୍ ସେବା ଯୋଜନାରେ କୃଷକମାନଙ୍କ ପାଇଁ ସରକାର ଅନେକ ପ୍ରକାରର ସୁବିଧା ଉପଲବ୍ଧ କରିଛନ୍ତି ଯାହା ପୋର୍ଟାଲରେ ପଞ୍ଜୀକୃତ ହୋଇଥିବା କୃଷକମାନେ ସହଜରେ ବ୍ୟବହାର କରିପାରିବେ।

-ଫସଲ କୀଟ ଏବଂ ରୋଗ

-ସ୍ୱତନ୍ତ୍ର ପ୍ରୋଗ୍ରାମ ବିହନ ପରୀକ୍ଷା

-କିସାନ୍ କ୍ରେଡିଟ୍ କାର୍ଡ

-କୃଷକମାନଙ୍କୁ ଦିଆଯାଇଥିବା ସୁବିଧା

-ଉନ୍ନତ ଚାଷ ପ୍ରଣାଳୀ

-ପ୍ରକୃତ ଖତର ଚିହ୍ନଟ

-ମାଟି ପରୀକ୍ଷା

-କୃଷି ଉପକରଣ

ଏହି ଯୋଜନାରେ କିପରି ଲାଭ ପାଇବେ -

-ପାରଦର୍ଶୀ କିସାନ୍ ସେବା ଯୋଜନା ଅଧୀନରେ ପଞ୍ଜୀକୃତ କୃଷକମାନେ ବିହନ, କୃଷି ଉପକରଣ ଏବଂ ରାସାୟନିକ ପଦାର୍ଥ କ୍ରୟ ଉପରେ ସବସିଡି ପାଇବେ।

-ସରକାର ପ୍ରଦାନ କରିଥିବା ଅନୁଦାନ ରାଶି ସିଧାସଳଖ ଡିବିଟି ମାଧ୍ୟମରେ କୃଷକଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଦିଆଯିବ।

-ଏହି ଯୋଜନାରେ କୃଷକମାନଙ୍କୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଯୋଗାଇ ଦିଆଯିବ l କୌଣସି ସମସ୍ୟାର ସମାଧାନ ପାଇଁ ପୋର୍ଟାଲରେ ଥିବା ଚାଷୀଙ୍କୁ ହେଲ୍ପଲାଇନ ନମ୍ବର ମଧ୍ୟ ଦିଆଯାଇଛି ଯାହା ମାଧ୍ୟମରେ ସେମାନେ ସେମାନଙ୍କର ସମସ୍ୟାର ସମାଧାନ କରିପାରିବେ।

-ଏହି ଯୋଜନା ରାଜ୍ୟର କୃଷକଙ୍କ ଜୀବନଧାରଣରେ ଉନ୍ନତି ଆଣି ସେମାନଙ୍କ ଆୟ ବୃଦ୍ଧି କରିବ ।

ଅଧିକ ପଢ଼ନ୍ତୁ

Rain Alert: ୯ ଜିଲ୍ଲାକୁ ୟେଲୋ ଆଲର୍ଟ, ସତର୍କ କରାଇଲେ SRC

ଫେସ ରେ ବ୍ୟବହାର କରୁଛନ୍ତି କି ସାବୁନ !

Like this article?

Hey! I am Tanushree Mahapatra. Did you liked this article and have suggestions to improve this article? Mail me your suggestions and feedback.

Share your comments

ଆମ ନ୍ୟୁଜଲେଟରକୁ ସବସ୍କ୍ରାଇବ୍ କରନ୍ତୁ । ଆପଣ ଆପଣଙ୍କ ଆଗ୍ରହ ଥିବା ଟପିକ୍‌ ବାଛିବେ ଏବଂ ଆମେ ଆପଣଙ୍କୁ ବଛା ବଛା ନ୍ୟୁଜ ଓ ଆପଣଙ୍କ ପସନ୍ଦ ଅନୁଯାୟୀ ଲାଟେଷ୍ଟ ଅପଡେଟ୍‌ ପଠାଇଦେବୁ ।

ନ୍ୟୁଜଲେଟର ସବସ୍କ୍ରାଇବ୍‌ କରନ୍ତୁ