1. କୃଷି ଉପକରଣ

ପାୱାର ଟିଲର୍ ଚଳାଇବା ସମୟରେ ସାବଧାନତା !!!

କଥାରେ ଅଛି 'କଳ ଲଙ୍ଗଳେ କରିଲେ ଚାଷ, ରହିବ ନାହିଁ ବାଳୁଙ୍ଗା ଘାଷ' l ଏହି ଉକ୍ତିଟି ମଧ୍ୟ ଅକ୍ଷରେ ଅକ୍ଷରେ ସତ୍ୟ ପ୍ରମାଣିତ ହୋଇଛି l ବର୍ତ୍ତମାନ ସମୟରେ ସହଜରେ ଏବଂ ସ୍ୱାଧୀନରେ ଚାଷ କାମ କରିବା ପାଇଁ ଚାଷୀ ଭାଇମାନେ ପାୱାର ଟିଲରର ସହାୟତା ଗ୍ରହଣ କରୁଛନ୍ତି l

Sugyan Kumar Nayak
Sugyan Kumar Nayak
Power Tiller

Power Tiller

କଥାରେ ଅଛି 'କଳ ଲଙ୍ଗଳେ କରିଲେ ଚାଷ, ରହିବ ନାହିଁ ବାଳୁଙ୍ଗା ଘାଷ' l ଏହି ଉକ୍ତିଟି ମଧ୍ୟ ଅକ୍ଷରେ ଅକ୍ଷରେ ସତ୍ୟ ପ୍ରମାଣିତ ହୋଇଛି l ବର୍ତ୍ତମାନ ସମୟରେ ସହଜରେ ଏବଂ ସ୍ୱାଧୀନରେ ଚାଷ କାମ କରିବା ପାଇଁ ଚାଷୀ ଭାଇମାନେ ପାୱାର ଟିଲରର ସହାୟତା ଗ୍ରହଣ କରୁଛନ୍ତି l କିନ୍ତୁ, ଅଧିକାଂଶ ଚାଷୀ ଭାଇମାନେ ପାୱାର ଟିଲର୍ ଚଳାଇବା ସମୟରେ ଯଥେଷ୍ଟ ସାବଧାନତା ଅବଲମ୍ବନ କରିନଥାନ୍ତି l ପାୱାର ଟିଲରର ବୈଷୟିକ ଜ୍ଞାନ ବିଷୟରେ ସେମାନଙ୍କର ବହୁତ କାମ ଧାରଣା ଥାଏ, ଯାହା ଫଳରେ ଚାଷୀ ଦୁର୍ଘଟଣାର ଶିକାର ହୁଅନ୍ତି ଏବଂ ପାୱାର ଟିଲର ଖୁବ ଅଳ୍ପ ଦିନ ଭିତରେ ଖରାପ ହୋଇଥାଏ l ତେଣୁ ଏଭଳି ପରିସ୍ଥିତି ଠାରୁ ଦୂରେଇ ରହିବା ପାଇଁ ଆଜି ପାୱାର ଟିଲର୍ ସମ୍ପର୍କିତ କେତେଗୁଡ଼ିଏ ଉପଯୋଗୀ ସାବଧାନତାକୁ ଉପସ୍ଥାପନ କରୁଛୁ l ପାୱାର ଟିଲର୍ ଏକ ଉପଯୋଗୀ ଯନ୍ତ୍ର ହୋଇଥିବାରୁ ଏହାର ଚାଳନା ରକ୍ଷଣାବେକ୍ଷଣ ଏବଂ ଏହାର ଆନୁସଙ୍ଗିକ ଯନ୍ତ୍ରପାତି ସମ୍ବନ୍ଧରେ ଉପଯୁକ୍ତ ଜ୍ଞାନ ରହିଲେ ଚାଷୀଭାଇମାନେ ଏହାର ସୁଫଳ ପାଇପାରିବେ । ପାୱାର ଟିଲର୍ ଚାଳନା ପୂର୍ବରୁ ଓ ଚାଳନା  କରିବା ସମୟରେ ଚାଷୀମାନେ କେତେକ ସତର୍କତା ଅବଲମ୍ବନ କରିବା ଦରକାର।

ପାୱାର ଟିଲର୍ ଚଳାଇବା ପୂର୍ବରୁ:

  • ଏହାକୁ ସାମ୍ନା ଷ୍ଟାଣ୍ଡରେ ଠିଆ କରନ୍ତୁ ।

  • ମୁଖ୍ୟ କ୍ୟୁବ୍ ଲିଭରକୁ ଅଫ୍ ସ୍ଥିତିରେ ରଖନ୍ତୁ ।

  • ଗିଅର ବଦଳାଇବା ଲିଭର ତଥା ରୋଟାଭେଟର ଲିଭରକୁ ନ୍ୟୁଟ୍ରାଲକୁ ଆଣନ୍ତୁ ।

  • ତେଲ ଟାଙ୍କିରୁ ଡିଜେଲ ଆସିବା ପାଇଁ ଷ୍ଟପ୍ କକ୍‌କୁ ଖୋଲା ରଖନ୍ତୁ ।

  • ଗତି ନିୟନ୍ତ୍ରକ ଲିଭରକୁ ମଧ୍ୟମ ଗତି ସ୍ଥିତିରେ ରଖନ୍ତୁ।

  • ଡିକଞ୍ଜେସନ୍ ଲିଭରକୁ ଚାପି ରଖି ହ୍ୟାଣ୍ଡଲ୍ ସାହାଯ୍ୟରେ ଷ୍ଟାର୍ଟ କରନ୍ତୁ ।

  • ତାପରେ ଇଞ୍ଜିନର ଗତିକୁ ଆବଶ୍ୟକତା ଅନୁସାରେ କମ୍ କରି ଦିଅନ୍ତୁ ।

  • ଇଞ୍ଜିନ୍‌କୁ କିଛି ସମୟ ଚାଲୁ ରଖିବା ପରେ ଆବଶ୍ୟକ ଗିଅରକୁ ଆଣି ଚଲାନ୍ତୁ ।

ପାୱାର ଟିଲର୍ ଚାଳନା ସମୟରେ:

  • ଚଳେଇବା ସମୟରେ ଏଥିରୁ କୌଣସି ଅସ୍ଵାଭାବିକ ଶବ୍ଦ ଶୁଣାଗଲେ ତୁରନ୍ତ୍ର ଇଞ୍ଜିନ୍ ବନ୍ଦ କରି ଯାଞ୍ଚ କରନ୍ତୁ ।

  • ଯଦି ଲଗାତାର ଏଥିରୁ କଳା ଧୂଆଁ ବାହାରେ ତେବେ ଭାର କମାଇ ଦିଅନ୍ତୁ ।

  • ଗିଅର ବଦଳାଇବା କ୍ୟୁବ୍ ଲିଭରକୁ ଅଫ୍ ସ୍ଥିତିକୁ ଆଣନ୍ତୁ ।

  • କୌଣସି ପରିସ୍ଥିତିରେ ପାୱାର ଟିଲର୍ ଉପରକୁ ଚଢ଼ନ୍ତୁ ନାହିଁ କାରଣ ଏହା ବିପଦଜନକ ଅଟେ ।

  • ପାୱାର ଟିଲରକୁ ଡ଼ାହାଣ କିମ୍ବା ବାମକୁ ଘୂରାଇବା ସମୟରେ ଏହାର ଗତିକୁ କମ୍ କରନ୍ତୁ ।

ପାୱାର ଟିଲର୍ ବନ୍ଦ କରିବା ସମୟରେ:

  • ପ୍ରଥମେ ଗତି ନିୟନ୍ତ୍ରକ ଲିଭର୍ ସହାୟତାରେ ଗତି କମ୍ କରନ୍ତୁ ।

  • ଏହା ପରେ କୃତ୍ ଓ ଟ୍ରେକ୍ ସାହାଯ୍ୟରେ ଏହାକୁ ସ୍ଥିର କରନ୍ତୁ ।

  • ରୋଟାଭେଟର୍ ଲାଗିଥିଲେ ରୋଟାଭେଟର୍ ଗିଅରକୁ ନ୍ୟୁଟ୍ରାଲକୁ ଆଣନ୍ତୁ

  • ଗତି ନିୟନ୍ତ୍ରକ ଲିଭରକୁ ଉପରକୁ ଉଠାଇ ଶେଷ ପର୍ଯ୍ୟନ୍ତ ଟାଣି ଇଞ୍ଜିନ୍ ବନ୍ଦ କରନ୍ତୁ ।

  • ପାୱାର ଟିଲରକୁ ସାମ୍ନା ଷ୍ଟାଣ୍ଡରେ ଠିଆ କରନ୍ତୁ ।

Like this article?

Hey! I am Sugyan Kumar Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments