1. କୃଷି ଉପକରଣ

STIHL ଲଞ୍ଚ କଲା ମଲ୍ଟି ଉଦ୍ଦେଶ୍ୟମୂଳକ ଷ୍ଟେସନାରୀ ଇଞ୍ଜିନ୍: କମ୍ ତେଲ ବ୍ୟବହାରରେ କରିବ ଅନେକ କାର୍ଯ୍ୟ ସମାପ୍ତ

କମ୍ ତେଲ ବ୍ୟବହାରରେ କରିବ ଅନେକ କାର୍ଯ୍ୟ ସମାପ୍ତ

Tanushree Mahapatra
Tanushree Mahapatra
Profitable STIHL product

Profitable STIHL product

ବର୍ତ୍ତମାନ, ଆଧୁନିକ ଯନ୍ତ୍ରପାତି ସହିତ ସମସ୍ତ ପ୍ରକାର କାର୍ଯ୍ୟ କରିବା ଅତ୍ୟନ୍ତ ସହଜ ହୋଇଛି l ଆଧୁନିକ ଯନ୍ତ୍ରପାତି ସାହାଯ୍ୟରେ କାର୍ଯ୍ୟ କରିବା କେବଳ ମୂଲ୍ୟ ଏବଂ ସମୟ ହ୍ରାସ କରେ ନାହିଁ ବରଂ ଭଲ ଲାଭ ମଧ୍ୟ ଆଣିଥାଏ l ଏଥି ସହିତ, ଗତ କିଛି ଦଶନ୍ଧି ଧରି ଆଧୁନିକ ଯନ୍ତ୍ରପାତି ଉତ୍ପାଦନ ପ୍ରସଙ୍ଗରେ 'STIHL' କମ୍ପାନୀ ଏକ ଗୁରୁତ୍ୱପୂର୍ଣ୍ଣ ଅବଦାନ ରଖିଛି ।

STIHL କମ୍ପାନୀ ହେଉଛି ଜର୍ମାନୀର ଏକ ବିଶ୍ୱସ୍ତରୀୟ ଉପକରଣ ଉତ୍ପାଦନକାରୀ କମ୍ପାନୀ, ଯାହା କୃଷି ସମେତ ଅନ୍ୟାନ୍ୟ ଉଦ୍ଦେଶ୍ୟରେ ବିଭିନ୍ନ ଉପକରଣ ଉତ୍ପାଦନ କରେ l ଏହି କମ୍ପାନୀର ଯନ୍ତ୍ରପାତି ଏହାର ଉଚ୍ଚ ଗୁଣ ଏବଂ ନିର୍ଭରଯୋଗ୍ୟତା ପାଇଁ ବିଶ୍ୱବ୍ୟାପୀ ପ୍ରସିଦ୍ଧ l ନିକଟରେ STIHL କମ୍ପାନୀ ଭାରତୀୟ ବଜାରରେ ଦୁଇଟି ନୂତନ ମଲ୍ଟି-ଉଦ୍ଦେଶ୍ୟ ୪ ଷ୍ଟ୍ରୋକ ଷ୍ଟେସନାରୀ ଇଞ୍ଜିନ୍, 12.5 Nm ଟର୍କ (EHC 605 S) ଏବଂ 15.6 Nm ଟର୍କ (EHC 705 S) ଲଞ୍ଚ କରିଛି l

୬ ଏବଂ ୭ ଏଚପି ପାୱାର ୪ ଷ୍ଟ୍ରୋକ ମଲ୍ଟି ଉଦ୍ଦେଶ୍ୟମୂଳକ ଷ୍ଟେସନାରୀ ଇଞ୍ଜିନ୍ ମଡେଲ  EHC 605 S ଏବଂ EHC 705 S କୁ କୃଷି , ଶିଳ୍ପାନୁଷ୍ଠାନ ଆବଶ୍ୟକତାକୁ ପୁରା କରିବା ପାଇଁ ଲଞ୍ଚ କରାଯାଇଛି l ଏପରି ପରିସ୍ଥିତିରେ, ଏହି ମଲ୍ଟି ଉଦ୍ଦେଶ୍ୟମୂଳକ ଇଞ୍ଜିନ୍ ମଡେଲଗୁଡିକର ବୈଶିଷ୍ଟ୍ୟଗୁଡିକ ବିଷୟରେ ବିସ୍ତୃତ ଭାବରେ ଜାଣିବା l

STIHL EHC 605 S

STIHL ର ଏହି ମଲ୍ଟି ଉଦ୍ଦେଶ୍ୟମୂଳକ ଇଞ୍ଜିନ ମଡେଲ EHC 605 S ହେଉଛି ୨୧୨ ସିସି କ୍ଷମତା ବିଶିଷ୍ଟ l ଯାହା 4.4kW / 6.0 HP ର ଶକ୍ତି ଉତ୍ପାଦନ କରିଥାଏ l କମ୍ପାନୀର ଏହି ମଲ୍ଟି ଉଦ୍ଦେଶ୍ୟ ଇଞ୍ଜିନ୍ 4000 (+/- 150) RPM ସୃଷ୍ଟି କରେ l ଯଦି ଆମେ ଓଜନ ବିଷୟରେ କହିବା, ଏହା ୧୫.୭ କିଲୋଗ୍ରାମ l ସେହିଭଳି, ଏହି ମଡେଲ ଟି ୩.୬ ଲିଟର କ୍ଷମତା ବିଶିଷ୍ଟ ଏକ ଇନ୍ଧନ ଟାଙ୍କି ସହିତ ଆସିଥାଏ l ଏହା ବ୍ୟତୀତ କମ୍ପାନୀ EHC 605 S ମଡେଲ ଉପରେ ୨ ବର୍ଷ ୱାରେଣ୍ଟି ମଧ୍ୟ ଦେଉଛି l

STIHL EHC 705 S

STIHL ର ଏହି ମଲ୍ଟି ଉଦ୍ଦେଶ୍ୟମୂଳକ ଇଞ୍ଜିନ ମଡେଲ EHC 705 S ହେଉଛି ୨୫୨ ସିସି କ୍ଷମତା ବିଶିଷ୍ଟ l ଯାହା 5.2kW / 7.0 HP ର ଶକ୍ତି ଉତ୍ପାଦନ କରେ l କମ୍ପାନୀର ଏହି ମଲ୍ଟି ଉଦ୍ଦେଶ୍ୟ ଇଞ୍ଜିନ୍ 4000 (+/- 150) RPM ସୃଷ୍ଟି କରେ l ଯଦି ଆମେ ଓଜନ ବିଷୟରେ କହିବା, ଏହା ୧୭.୩ କିଲୋଗ୍ରାମ l ସେହିଭଳି, ଏହି ମଡେଲ୍ ୪ ଲିଟର କ୍ଷମତା ବିଶିଷ୍ଟ ଏକ ଇନ୍ଧନ ଟ୍ୟାଙ୍କ ସହିତ ଆସିଥାଏ l ଏହା ବ୍ୟତୀତ କମ୍ପାନୀ EHC 705 S ମଡେଲ ଉପରେ ୨ ବର୍ଷ ୱାରେଣ୍ଟି ମଧ୍ୟ ଦେଉଛି l

ଦକ୍ଷ ଇନ୍ଧନ ପ୍ରଯୁକ୍ତିବିଦ୍ୟା

STIHLକମ୍ପାନୀ ନିଜର ଏହି ମଲ୍ଟି ଉଦ୍ଦେଶ୍ୟମୂଳକ ଇଞ୍ଜିନ ଦକ୍ଷ ଇନ୍ଧନ ବ୍ୟବହାର ଉଦ୍ଦେଶ୍ୟ ନେଇ ପ୍ରସ୍ତୁତ ହୋଇଛି l ଯେପରି ଖୁବ କମ୍ ତେଲ ବ୍ୟବହାର କରି ଅଧିକ କାର୍ଯ୍ୟ କରିପାରିବେ l ଏହା ବ୍ୟତୀତ କମ୍ପାନୀ କମ୍ ନିର୍ଗମନ, ଉଚ୍ଚ ରକ୍ଷଣାବେକ୍ଷଣ ଏବଂ ଉଚ୍ଚ ଟର୍କ ସହିତ ମଲ୍ଟି ଉଦ୍ଦେଶ୍ୟମୂଳକ ଇଞ୍ଜିନ୍ ମଡେଲ୍ EHC 605 S ଏବଂ EHC 705 S ଲଞ୍ଚ କରିଛି l ଯାହା ସମ୍ପୂର୍ଣ୍ଣ ଏକ ନୂତନ ଜ୍ଞାନକୌଶଳ ବ୍ୟବହାର କରି ପ୍ରସ୍ତୁତ ହୋଇଛି l

ଶକ୍ତିଶାଳୀ ବହୁମୁଖୀ ଇଞ୍ଜିନ୍

ବହୁମୁଖୀ ଯଥା କୃଷି, ନିର୍ମାଣ କାର୍ଯ୍ୟ , ରେଳପଥ, ରାଜପଥ ଏବଂ ସାମୁଦ୍ରିକ ଆବଶ୍ୟକତା ପୂରଣ କରିବା ଲକ୍ଷ୍ୟରେ 6 HP ଏବଂ 7 HP ପାୱାର୍ ୪ ଷ୍ଟ୍ରୋକ ଷ୍ଟେସନାରୀ ମଲ୍ଟି ଇଞ୍ଜିନ୍ ମଡେଲ୍ EHC 605 S ଏବଂ EHC 705 S ଲଞ୍ଚ ହୋଇଛି l ବାସ୍ତବରେ, ଆପଣ ଚାଷରେ ୱାଟର ପମ୍ପ ଏବଂ ଏଚ୍.ଟି.ପି ସ୍ପ୍ରେୟର୍ ଷ୍ଟିଲ୍ ର ଏହି ନୂତନ ବହୁ-ଉଦ୍ଦେଶ୍ୟମୂଳକ ଇଞ୍ଜିନ୍ ବ୍ୟବହାର କରିପାରିବେ l

multi purpose stationary engines

multi purpose stationary engines

ଅଧିକ ସୂଚନା ପାଇଁ ଯୋଗାଯୋଗ କରନ୍ତୁ

ଯଦି ଆପଣ ଅନ୍ୟାନ୍ୟ ସୂଚନା ସହିତ ମଲ୍ଟି-ଉଦ୍ଦେଶ୍ୟ 4 ଷ୍ଟ୍ରୋକ୍ ଷ୍ଟେସନାରୀ ଇଞ୍ଜିନ୍ ମଡେଲ୍ STIHL EHC 605 S ଏବଂ STIHL EHC 705 S ର ମୂଲ୍ୟ ପାଇବାକୁ ଚାହୁଁଛନ୍ତି l ତେବେ ଆପଣ ଷ୍ଟିଲ୍ କମ୍ପାନୀର ଏହି ନମ୍ବର 9028411222 ରେ କଲ୍ କିମ୍ବା ୱାଟସପରେ ମଧ୍ୟ ମେସେଜ୍ କରିପାରିବେ l ଏହା ବ୍ୟତୀତ, ଆପଣ କମ୍ପାନୀର ଅଫିସିଆଲ୍ ୱେବସାଇଟ୍ www.stihl.in ପରିଦର୍ଶନ କରି ଅଧିକ ସୂଚନା ମଧ୍ୟ ପାଇପାରିବେ l

ଅଧିକ ପଢ଼ନ୍ତୁ

STIHL ର ଅଭିନବ କୃଷି ପ୍ରଣାଳୀ ସହ ବୃଦ୍ଧି କରନ୍ତୁ ମକା ଉତ୍ପାଦନ

କୃଷକମାନଙ୍କ ସଶକ୍ତିକରଣ ପାଇଁ ଷ୍ଟିଲ୍ ଇଣ୍ଡିଆର ପରିବର୍ତ୍ତନ ଯାତ୍ରା

Like this article?

Hey! I am Tanushree Mahapatra. Did you liked this article and have suggestions to improve this article? Mail me your suggestions and feedback.

Share your comments