1. କୃଷି ଉପକରଣ

ଡ୍ରୋନ୍ ପ୍ରଯୁକ୍ତିରେ 400ରୁ ଅଧିକ ନୂତନ ପାଠ୍ୟକ୍ରମ

ଏହି ଅନୁମୋଦନ ଦେଶବ୍ୟାପୀ ଚାହିଦା ଆଧାରିତ, ପ୍ରଯୁକ୍ତି ସମର୍ଥ ଏବଂ ଶିଳ୍ପ ଅନୁକୂଳ ତାଲିମକୁ ସମନ୍ବିତ କରିବା ଜରିଆରେ ଏକ କୁଶଳୀ ଓ ଭବିଷ୍ୟ ଉନ୍ମୁଖି କାର୍ଯ୍ୟବଳ ସୃଷ୍ଟି କରିବା ଲାଗି ସରକାରଙ୍କ ପ୍ରତିବଦ୍ଧତାକୁ ଦର୍ଶାଉଛି ।

Tanushree Mahapatra
Tanushree Mahapatra
Restructuring of Skill India Programme

Restructuring of Skill India Programme

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର କ୍ୟାବିନେଟ ଆଜି କେନ୍ଦ୍ରୀୟ କ୍ଷେତ୍ର ଯୋଜନା ‘ସ୍କିଲ୍ ଇଣ୍ଡିଆ କାର୍ଯ୍ୟକ୍ରମକୁ 2026 ମସିହା ପର୍ଯ୍ୟନ୍ତ ଜାରି ରଖିବା ଏବଂ ପୁନର୍ଗଠନ କରିବା ପ୍ରସ୍ତାବକୁ ମଞ୍ଜୁରି ପ୍ରଦାନ କରିଛନ୍ତି। 2022-23ରୁ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମ 2025-26 ଶେଷ ପର୍ଯ୍ୟନ୍ତ ଚାଲିବ ଏବଂ ଏଥିରେ 8,800 କୋଟି ଟଙ୍କା ଖର୍ଚ୍ଚ ପାଇଁ ଲକ୍ଷ୍ୟ ରଖାଯାଇଛି ।

ଏହି ଅନୁମୋଦନ ଦେଶବ୍ୟାପୀ ଚାହିଦା ଆଧାରିତ, ପ୍ରଯୁକ୍ତି ସମର୍ଥ ଏବଂ ଶିଳ୍ପ ଅନୁକୂଳ ତାଲିମକୁ ସମନ୍ବିତ କରିବା ଜରିଆରେ ଏକ କୁଶଳୀ ଓ ଭବିଷ୍ୟ ଉନ୍ମୁଖି କାର୍ଯ୍ୟବଳ ସୃଷ୍ଟି କରିବା ଲାଗି ସରକାରଙ୍କ ପ୍ରତିବଦ୍ଧତାକୁ ଦର୍ଶାଉଛି ।

ପ୍ରଧାନମନ୍ତ୍ରୀ କୌଶଳ ବିକାଶ ଯୋଜନା 4.0 , ପ୍ରଧାନମନ୍ତ୍ରୀ ଜାତୀୟ ଆପ୍ରେଣ୍ଟିସିପ୍‌ ପ୍ରୋତ୍ସାହନ ଯୋଜନା , ଏବଂ ଜନ ଶିକ୍ଷଣ ସଂସ୍ଥାନ ଯୋଜନା- ଭଳି ତିନୋଟି ପ୍ରମୁଖ ଉପାଦାନକୁ ଏବେ 'ସ୍କିଲ୍ ଇଣ୍ଡିଆ କାର୍ଯ୍ୟକ୍ରମ’ର ମିଳିତ କେନ୍ଦ୍ରୀୟ କ୍ଷେତ୍ର ଯୋଜନା ଅଧୀନରେ ଏକତ୍ର କରାଯାଇଛି। ଏହି ପଦକ୍ଷେପଗୁଡ଼ିକର ଉଦ୍ଦେଶ୍ୟ ହେଉଛି ଢାଞ୍ଚାଗତ କୌଶଳ ବିକାଶ, ଚାକିରିରେ ତାଲିମ ଏବଂ ଗୋଷ୍ଠୀ ଭିତ୍ତିକ ଶିକ୍ଷା ପ୍ରଦାନ କରିବା, ଯାହାଦ୍ୱାରା ଉଭୟ ସହରାଞ୍ଚଳ ଓ ଗ୍ରାମାଞ୍ଚଳ ଯୁବବର୍ଗ ତଥା ଅବହେଳିତ ସମ୍ପ୍ରଦାୟ ଉଚ୍ଚମାନର ଧନ୍ଦାମୂଳକ ଶିକ୍ଷା ପାଇପାରିବେ। ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରଣାଳୟର ତିନୋଟି ପ୍ରମୁଖ ଯୋଜନା ଅଧୀନରେ ଆଜି ପର୍ଯ୍ୟନ୍ତ 2.27 କୋଟିରୁ ଅଧିକ ହିତାଧିକାରୀ ଅଛନ୍ତି।

ପ୍ରଧାନମନ୍ତ୍ରୀ କୌଶଳ ବିକାଶ ଯୋଜନା 4.0:

କୌଶଳ ବିକାଶ ଯୋଜନା 4.0 ସ୍ୱଳ୍ପକାଳୀନ ତାଲିମ ମାଧ୍ୟମରେ ଏନଏସକ୍ୟୁଏଫ୍ ସଂଲଗ୍ନ ଦକ୍ଷତା ବିକାଶ ତାଲିମ ପ୍ରଦାନ କରିଥାଏ, ଯେଉଁଥିରେ ସ୍ୱତନ୍ତ୍ର ପ୍ରକଳ୍ପ ଏବଂ ପୂର୍ବ ଶିକ୍ଷଣର ମାନ୍ୟତା ମାଧ୍ୟମରେ ପୁନଃକୌଶଳ ଏବଂ ଦକ୍ଷତା ବୃଦ୍ଧି ସାମିଲ ରହିଛି । ଏହାର ଲକ୍ଷ୍ୟବଦ୍ଧ ହିତାଧିକାରୀଙ୍କ ବୟସ 15-59 ବର୍ଷ ମଧ୍ୟରେ ହୋଇଥାଏ। ପ୍ରଧାନମନ୍ତ୍ରୀ କୌଶଳ ବିକାଶ ଯୋଜନା 4.0 ଦକ୍ଷତା ବିକାଶ ତାଲିମକୁ ଉଦ୍ୟୋଗ ଭିତ୍ତିକ କରିବା ପାଇଁ ଯୁଗାନ୍ତକାରୀ ପରିବର୍ତ୍ତନ ଆଣିଛି, ଯାହା ଅଧିକ ସୁଲଭତା ସହିତ ଜାତୀୟ ପ୍ରାଥମିକତା ସହିତ ଯୋଡ଼ି ହୋଇଛି।

ଏହି ଯୋଜନା ଅଧୀନରେ ଏକ ପ୍ରମୁଖ ପରିବର୍ତ୍ତନ ହେଉଛି ସ୍ୱଳ୍ପକାଳୀନ ଦକ୍ଷତା କାର୍ଯ୍ୟକ୍ରମ ମଧ୍ୟରେ ଚାକିରିରେ ତାଲିମର ଏକୀକରଣ, ଯାହା ପ୍ରଶିକ୍ଷାର୍ଥୀମାନେ ବାସ୍ତବ-ଦୁନିଆର ସୁଯୋଗ ଏବଂ ଶିଳ୍ପ ଅଭିଜ୍ଞତା ହାସଲ କରିବା ସୁନିଶ୍ଚିତ କରେ। ବିକଶିତ ଶିଳ୍ପ ଚାହିଦା ଏବଂ ନୂତନ ଯୁଗର ପ୍ରଯୁକ୍ତିର ଆଗମନ ସହିତ ତାଳ ଦେଇ, ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ, 5ଜି ଟେକ୍ନୋଲୋଜି, ସାଇବର ସୁରକ୍ଷା, ଗ୍ରୀନ୍ ହାଇଡ୍ରୋଜେନ୍, ଡ୍ରୋନ୍ ପ୍ରଯୁକ୍ତି ଉପରେ 400ରୁ ଅଧିକ ନୂତନ ପାଠ୍ୟକ୍ରମ ଆରମ୍ଭ କରାଯାଇଛି, ଯେଉଁଥିରେ ଉଦୀୟମାନ ପ୍ରଯୁକ୍ତି ଏବଂ ଭବିଷ୍ୟତ ଦକ୍ଷତା ଉପରେ ଧ୍ୟାନ ଦିଆଯାଇଛି।

Read more

ରିହାତି ଦରରେ ମିଳୁଛି ଅଟା, ଡାଲି, ଚାଉଳ !

ଅଭିଯୋଗ ଅନୁଶୀଳନ ଓ ସମାଧାନ କରିବ NCH

Like this article?

Hey! I am Tanushree Mahapatra. Did you liked this article and have suggestions to improve this article? Mail me your suggestions and feedback.

Share your comments

ଆମ ନ୍ୟୁଜଲେଟରକୁ ସବସ୍କ୍ରାଇବ୍ କରନ୍ତୁ । ଆପଣ ଆପଣଙ୍କ ଆଗ୍ରହ ଥିବା ଟପିକ୍‌ ବାଛିବେ ଏବଂ ଆମେ ଆପଣଙ୍କୁ ବଛା ବଛା ନ୍ୟୁଜ ଓ ଆପଣଙ୍କ ପସନ୍ଦ ଅନୁଯାୟୀ ଲାଟେଷ୍ଟ ଅପଡେଟ୍‌ ପଠାଇଦେବୁ ।

ନ୍ୟୁଜଲେଟର ସବସ୍କ୍ରାଇବ୍‌ କରନ୍ତୁ
News Hub