1. କୃଷି ଉପକରଣ

ଚାଷ କରିବ ରୋବଟ !

ଚାଷ କରିବ ରୋବଟ !

KJ Staff
KJ Staff

କଙ୍କାଳସୀର ଜୀର୍ଣ୍ଣ ଶରୀର ର ସାହାରା ନେଇ ମାଟି ରେ ମୁକ୍ତା ଚାଷ କରୁଥିବା ଚାଷୀ ଟି ଅହ ରହ ଶେଷ ନିଶ୍ୱାସ ଯାଏ ଖଟି ଥାଏ |ଏହି ପରି ପରିଶ୍ରମ କୁ ଲାଘବ ଦେବା ଲାଗି ବିଜ୍ଞାନ ଭେଟିଦେଇଛି ଏକ ନୂତନ ଉପହାର -ଚାଷ କରିବ ରୋବଟ|ଏହି ପରି ରୋବଟ ଖାଦ୍ୟ ଉତ୍ପାଦନ ଲାଗି ଆବଶ୍ୟକ ସମସ୍ତ ପ୍ରକାର କାର୍ଯ୍ୟ କୁ ବେଶ ଭଲ ଭାବେ ସିଦ୍ଧ କରିବ ସାଙ୍ଗରେ ଖୁବ ଶୀଘ୍ର କାମ କରିଥାଏ |


ଏହି ରୋବଟ ଏବେ ବଜାର ରେ ଉପଲବ୍ଧ ହେବାରେ ଲାଗିଛି |ଏବେ ଟ୍ରାକଟର ର ଚାଳକ ଭାବେ କାମ କରିବେ ଏହି ରୋବଟ |ସାର ଖତ ପ୍ରୟୋଗ ସାନଗ୍ରେ ଔଷଧ ସ୍ପ୍ରେ କରିବା ପରି ସମସ୍ତ କାର୍ଯ୍ୟ କରିପାରିବ ଏହି ରୋବଟ ଏବଂ ଏହାର ଶ୍ରେୟ ଯାଉଛି ଅଷ୍ଟ୍ରେଲିଆ ଏବଂ କାନାଡ଼ା ର କେତେକ ଘରୋଇ କମ୍ପାନୀ ମାନଙ୍କୁ |ଏହି କମ୍ପାନୀ ମାନେ କେତେକ ରୋବଟ ଖରା ଦିନିଆ ଚାଷ ଲାଗି ମାର୍କେଟ ରେ ଉପଲବ୍ଧ କରିବା ସାଙ୍ଗରେ ଅଷ୍ଟ୍ରେଲିଆ ର ସ୍ବାର୍ମ ଫର୍ମ ଘାସ ମାରିବା ଏବଂ ବାଛିବା ଲାଗି ରୋବଟ ବିକ୍ରି କରିଛନ୍ତି |

ଅଷ୍ଟ୍ରେଲିଆ ଅର୍ଚ୍ଚତ୍ୟୁରସ ଫର୍ମ ର ମ୍ୟାନେଗାର ବ୍ରାଡଫୋର୍ଡ ଏହିପରି ୪ ଟି ରୋବଟ ଆଣି ତାଙ୍କୁ ନିଜ ଫର୍ମ ରେ ନିୟୁକ୍ତ କରିଥିଲେ |ଟ୍ରକ ପରି ଆକାରର ଏହି ରୋବଟ ମାନେ ଚାଷ ହେଇଥିବା ଫସଲ ଏବଂ ଅନାବନା ଘାସ ର ରଙ୍ଗ ରେ ପାର୍ଥକ୍ୟ ଦେଖି ସିଧାସଳଖ ଔଷଧ କୁ ଘାସ ଉପରେ ପ୍ରୟୋଗ କରିଥିଲେ |ଏଣୁ ଔଷଧ ଲାଗି ଖର୍ଚ କମ ହୋଇଥିବାର ମନ୍ତବ୍ୟ ଦେଇଥିଲେ ବ୍ରାଡଫୋର୍ଡ |ସେ ନିଜ ଫର୍ମ ରେ ଏହି ପରି ୪ ଟି ରୋବଟ ନିୟୁକ୍ତ କରିଥିଲେ |

 

ଏହିପରି ଚାଷ ଲାଗି ଉପଯୁକ୍ତ ବିଭିନ୍ନ କାର୍ଯ୍ୟ ସିଧା କରିପାରୁଥିବା ରୋବଟ କିଛି ମାସ ମଧ୍ୟରେ ମାର୍କେଟ ରେ ଦେଖିବାକୁ ମିଳିବ |ନିର୍ମାତା ଙ୍କ ଅନୁଯାୟୀ ଏହି ରୋବଟ ଉନ୍ନତ ମନର ଖାଦ୍ୟ ଉତ୍ପାଦନ ସହ କମ ଖର୍ଚ ସାଧ୍ୟ ଚାଷ ରେ ବେଶ ଉପକାରୀ ହେବ |ପ୍ରକାରନ୍ତ ରେ ଏବେ ଚାଷୀ କୁ ଜୀର୍ଣ୍ଣ ଶରୀର ଧରି ଜୀବନ ସାରା କାମ କରିବାକୁ ପଡିବ ନାହିଁ |

Like this article?

Hey! I am KJ Staff. Did you liked this article and have suggestions to improve this article? Mail me your suggestions and feedback.

Share your comments