1. କୃଷି ଉପକରଣ

ଜଳ ସମସ୍ୟା ହେଉଛି କି ?

ଜଳ ସମସ୍ୟା ହେଉଛି କି ?

KJ Staff
KJ Staff

-ପ୍ରତିଦିନ ପାଣି ବୋହି ଆଣିବାକୁ ପଡୁଛି କି ?
-ଏବେ ପାଣି ଆଣିବାକୁ ବୋହିବାକୁ ପଡିବ ନାହିଁ ଗରା ବା ବାଲ୍ଟି !
-ରୋଲର ପାଣି ବାଲ୍ଟି ଏବେ ଏହାର ଉପଚାର


ଜଳ ପରି ପ୍ରାକୃତିକ ଅବଦାନ ସଂରକ୍ଷଣ ନ ହେବାରୁ ଜଳ ଲାଗି ତୃତୀୟ ବିଶ୍ୱ ଯୁଦ୍ଧ ହେବ ସ୍ୱାଭାବିକ |ତେବେ ପ୍ରାଚୀନ କାଳରୁ ଏବେ ମଧ୍ୟ କେତେକ ଅବହେଳିତ ଅଞ୍ଚଳରେ ଜଳ ସମସ୍ୟା ହେତୁ ପ୍ରତିଦିନ ବହୁ ବାଟ ଚାଲିକି ପାଣି ସଂଗ୍ରହ କରିବା ସମସ୍ୟା ଦେଖିବାକୁ ମିଳୁଛି ଏବଂ ଏହି ସମସ୍ୟା ଲାଗି ମୁଖ୍ୟତ ଶିକାର ହେଉଛନ୍ତି ବିଶେଷ କରି ମହିଳା ମାନେ |ଗରା ଓ ବାଲ୍ଟି ପ୍ରତିଦିନ ବୋହି ଆଣି ପାଣି ସଂଗ୍ରହ କରିବା ହେତୁ ବିଭିନ୍ନ ସ୍ୱାସ୍ଥ୍ୟ ସମସ୍ୟା ରେ ମଧ୍ୟ ପୀଡିତ ହେଉଛନ୍ତି ମହିଳା |

ତେବେ ଏହାର ଏକ ଉତ୍ତମ ଉପଚାର ହେଉଛି ରୋଲର ପାଣି ବାଲ୍ଟି |ସର୍ବାଧିକ ଦକ୍ଷତା ଏବଂ କାର୍ଯ୍ୟକ୍ଷମତା ଥିବା ଏହି ଉପକରଣ ର ବ୍ୟବହାର ରେ ବେଶ ଉପକୃତ ହୋଇଛନ୍ତି ଜଳ ସମସ୍ୟା ଦେଖାଯାଉଥିବା ଅଞ୍ଚଳ ର ମହିଳା ମାନେ |୨୦ ଲିଟର ର ବାଲ୍ଟି କୁ ମୁଣ୍ଡ ଉପରେ ବୋହିବା ର ଆବଶ୍ୟକତା ଆଉ ରହିବ ନାହିଁ |ଏହି ରୋଲର ବାଲ୍ଟି ରେ ଥିବା ଷ୍ଟିଲ ର ହ୍ୟାଣ୍ଡେଲ ସାହାଯ୍ୟରେ ଏହି ବାଲ୍ଟି ବା ଡ୍ରମ କୁ ରାସ୍ତା ରେ ଗଡେଇ କି ବା ଟାଣି କି ସହଜରେ ଅଣା ଯାଇପାରିବ |

ଏଥିରେ ସାଧାରଣ ବାଲ୍ଟି ଠାରୁ ୫ ଗୁଣ ଅଧିକ ପାଣି ରଖି ହେବ ଏବଂ ଏହି ବାଲ୍ଟି କୁ ୫ ରୁ ୭ ବର୍ଷ ଯାଏ ବ୍ୟବହାର କରିପାରିବେ |ଏହାକୁ ଅଧିକ ରକ୍ଷା ଭକ୍ଷଣ କରିବା ର ଆବଶ୍ୟକତା ମଧ୍ୟ ନଥାଏ ଏବଂ ଏହା ଦ୍ୱାରା ମହିଳା ମାନଙ୍କ ସମୟ ଅଧିକ ବ୍ୟୟ ହୁଏ ନାହିଁ ଏବଂ ସ୍ୱାସ୍ଥ୍ୟ ସମସ୍ୟା ମଧ୍ୟ ଦେଖା ଯାଏ ନାହିଁ |ଏହାକୁ ପିଲା ଠାରୁ ବୁଢା ଯାଏ ଯିଏ ହେଲେ ମଧ୍ୟ ସହଜରେ ବ୍ୟବହାର କରି ପାଣି ସଂଗ୍ରହ କରିପାରିବେ |

ବିଶ୍ୱ ରେ ହାରାହାରି ୨ କୋଟି ୮୦ ଲକ୍ଷ ଲୋକେ ଜଳ ଅଭାବ କ୍ଷେତ୍ର ରେ ବାସ କରନ୍ତି ଏବଂ ପ୍ରତିଦିନ ଏହି ସମସ୍ୟା ର ସମ୍ମୁଖୀନ ହୋଇଥାନ୍ତି ବୋଲି ବିଶ୍ୱ ବ୍ୟାଙ୍କ ଦ୍ୱାରା ପ୍ରକାଶ ହୋଇଛି |ତେଣୁ ଏନେଇ ଦକ୍ଷିଣ ଆଫ୍ରିକା ର ଇଂଜିନିୟର ମାନେ ଏହି ଉପକରଣ ର ନିର୍ମାଣ କରିଥିଲେ |ଏହା ଦ୍ୱରା ସଂଗ୍ରହ ହୋଇଥିବା ଜଳ ସଂକ୍ରମଣ ମଧ୍ୟ ହୁଏ ନାହିଁ |

Like this article?

Hey! I am KJ Staff. Did you liked this article and have suggestions to improve this article? Mail me your suggestions and feedback.

Share your comments

ଆମ ନ୍ୟୁଜଲେଟରକୁ ସବସ୍କ୍ରାଇବ୍ କରନ୍ତୁ । ଆପଣ ଆପଣଙ୍କ ଆଗ୍ରହ ଥିବା ଟପିକ୍‌ ବାଛିବେ ଏବଂ ଆମେ ଆପଣଙ୍କୁ ବଛା ବଛା ନ୍ୟୁଜ ଓ ଆପଣଙ୍କ ପସନ୍ଦ ଅନୁଯାୟୀ ଲାଟେଷ୍ଟ ଅପଡେଟ୍‌ ପଠାଇଦେବୁ ।

ନ୍ୟୁଜଲେଟର ସବସ୍କ୍ରାଇବ୍‌ କରନ୍ତୁ